Search for:
  • Home/
  • ରାଜ୍ୟ/
  • ଯାତ୍ରା କମିଟି ମହାସଂଘ ଓଡ଼ିଶାର କାର୍ଯ୍ୟକାରିଣୀ ବୈଠକ ଓ ସାମ୍ବାଦିକ ସମ୍ମିଳନୀ

ଯାତ୍ରା କମିଟି ମହାସଂଘ ଓଡ଼ିଶାର କାର୍ଯ୍ୟକାରିଣୀ ବୈଠକ ଓ ସାମ୍ବାଦିକ ସମ୍ମିଳନୀ

Spread the love

Loading

ଯାତ୍ରା କମିଟି ମହାସଂଘ ଓଡ଼ିଶାର କାର୍ଯ୍ୟକାରିଣୀ ବୈଠକ ଓ ସାମ୍ବାଦିକ ସମ୍ମିଳନୀ
ଭୁବନେଶ୍ୱର, ୨୭.୭ : ଯାତ୍ରା କମିଟି ମହାସଂଘ, ଓଡ଼ିଶାର ବାର୍ଷିକ କାର୍ଯ୍ୟକାରିଣୀ ବୈଠକ ଓ ସାମ୍ବାଦିକ ସମ୍ମିଳନୀ ଭୁବନେଶ୍ୱରସ୍ଥିତ ଗୋଦାବରୀଶ ସାହିତ୍ୟ ସଂସଦଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଜ୍ୟ ସଂଯୋଜକ ମାନସ ରଞ୍ଜନ ରାୟସାମନ୍ତ, ସଭାପତି ପ୍ରଦୀପ କୁମାର ଦାସ, ଉପସଭାପତି ପ୍ରଭାତ ଅଧିକାରୀ, ସମ୍ପାଦକ ଉମାକାନ୍ତ ମିଶ୍ର, ଜୋନାଲ ସମ୍ପାଦକ କୈଳାଶ ଚନ୍ଦ୍ର ମହାନ୍ତି, ଜୋନାଲ ସମ୍ପାଦକ ସୋମନାଥ ପଣ୍ଡା ଓ ଗଭର୍ଣ୍ଣିଂ ବଡ଼ିର ଇନ୍ଦ୍ରଜିତ ପରିଡ଼ା, ଯଯାତୀ କେଶରୀ ନାୟକ, ଅଜିତ କୁମାର ମହାଲିକଙ୍କ ସମେତ କେନ୍ଦ୍ରାପଡ଼ାର ସୁବ୍ରତ କୁମାର ନାୟକ ଉପସ୍ଥିତ ଥିଲେ । ଆଜିର ଏହି ଆଲୋଚନାରେ ଯାତ୍ରା କମିଟି ମହାସଂଘ ଯାତ୍ରା କମିଟି ଉପରେ ହେଉଥିବା ଶୋଷଣକୁ ବିରୋଧ କରି ସରକାର ଓ ଯାତ୍ରା ମାଲିକମାନଙ୍କୁ ଚେତାବନୀ ଦେଇଛନ୍ତି । ସରକାରଙ୍କୁ ସାମ୍ବାଦିକ ସମ୍ମିଳନୀ ଦ୍ୱାରା ପ୍ରଶ୍ନ କରିଛନ୍ତି ଯେ, ଯାତ୍ରା ପରିବେଷଣ ପାଇଁ ସରକାରଙ୍କର କୌଣସି ନିର୍ଦ୍ଦିଷ୍ଟ ନିୟମାବଳୀ ଅଛି କି ନାହିଁ? ଯଦି ଅଛି, ତାହାକୁ ଯାତ୍ରା କମିଟି ମହାସଂଘ, ଓଡ଼ିଶାଙ୍କ ମାଧ୍ୟମରେ ସାର୍ବଜନୀନ କରାଯାଉ । ଯଦି ନାହିଁ, ତେବେ ସରକାର ଏହା ପାଇଁ ତୁରନ୍ତ ନିୟମାବଳୀ ପ୍ରସ୍ତୁତ କରି ତାହାକୁ ଆଇନ ପରିସରଭୁକ୍ତ କରନ୍ତୁ । ଯାତ୍ରା ମାଲିକମାନେ ଯାତ୍ରାକୁ ପ୍ରୋତ୍ସାହନ ବଦଳରେ ବ୍ୟବସାୟିକ ମନୋବୃିରେ ପରିର୍ବନ ପାଇଁ ସରକାର ଏହା ଉପରେ ରୋଗ ଲଗାନ୍ତୁ ।
ଆଗାମୀ ଦିନରେ ସରକାର ଯଦି ଯାତ୍ରା ପରିବେଷଣ ପାଇଁ କିଛି ନିୟମାବଳୀ ପ୍ରସ୍ତୁତ ନ କରି ଯାତ୍ରା ମାଲିକମାନଙ୍କ ଉପରେ ରୋକ ନ ଲଗାନ୍ତି, ତେବେ ସାରା ଓଡ଼ିଶାର ଯାତ୍ରା କମିଟିମାନଙ୍କୁ ନେଇ ଯାତ୍ରା କମିଟି ମହାସଂଘ ରାଜରାସ୍ତାକୁ ଓହ୍ଲାଇବା ସହିତ ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହେବ ବୋଲି ଯାତ୍ରା କମିଟି ମହାସଂଘ ତରଫରୁ ଚେତାବନୀ ଦିଆଯାଇଛି ।

Leave A Comment

All fields marked with an asterisk (*) are required