ଜନତାଙ୍କ ସମସ୍ୟାର ସମାଧାନ ଆମର ପ୍ରାଥମିକତା : ମନମୋହନ ସାମଲ
ରାଜ୍ୟ କାର୍ଯ୍ୟାଳୟରେ ଜନ ଅଭିଯୋଗ ଶୁଣାଣୀ
ଜନତାଙ୍କ ସମସ୍ୟାର ସମାଧାନ ଆମର ପ୍ରାଥମିକତା : ମନମୋହନ ସାମଲ
ଆଜି ଲୋକଙ୍କ ଅଭିଯୋଗ ଶୁଣିଲେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବହନ ମନ୍ତ୍ରୀ
ପ୍ରତି ସୋମବାର ଦୁଇଜଣ ମନ୍ତ୍ରୀ ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ପାର୍ଟି କାର୍ଯ୍ୟକର୍ତା ପର୍ଯ୍ୟନ୍ତ ସମସ୍ତଙ୍କ ଅଭିଯୋଗ ଶୁଣିବେ
ଅଭିଯୋଗ ଶୁଣାଣି କାର୍ଯ୍ୟକମ ପ୍ରଥମେ ବିଜେପି ଆରମ୍ଭ କରିଥିଲା
ଭୁବନେଶ୍ୱର,୧୫/୦୭: ଭାରତୀୟ ଜନତା ପାର୍ଟି ପ୍ରଥମ ଥର ପାଇଁ ଓଡ଼ିଶାରେ ଏକାକୀ ସରକାର ଗଠନ କରିଛି । ଲୋକଙ୍କ ସୁଖ ଦୁଃଖରେ ଭାଗୀ ହେବା ପାଇଁ ସେମାନଙ୍କ ସମସ୍ୟାର ସମାଧାନ କରିବା ପାଇଁ ବିଜେପି ସରକାର ସଂକଳ୍ପବଦ୍ଧ । ଏନେଇ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ଶ୍ରୀ ମୋହନ ଚରଣ ମାଝି ଜନଶୁଣାଣି ଆରମ୍ଭ କରିଛନ୍ତି ।
ସେହିପରି ରାଜ୍ୟ କାର୍ଯ୍ୟାଳୟରେ କାର୍ଯକର୍ତା ଓ ସାଧାରଣଙ୍କ ଜନତାଙ୍କ ଉଦ୍ଦେଶ୍ୟରେ ଆଜିଠାରୁ ପ୍ରତି ସୋମବାର ଅଭିଯୋଗ ଶୁଣାଣି ଆରମ୍ଭ ହୋଇଛି । ଏଥିରେ ବାଣିଜ୍ୟ ଓ ପରିବହନ, ଇସ୍ପାତ ଓ ଖଣି ମନ୍ତ୍ରୀ ଶ୍ରୀ ବିଭୂତି ଭୂଷଣ ଜେନା ଏବଂ ସ୍ୱାସ୍ଥ୍ୟ, ପରିବାର କଲ୍ୟାଣ, ସଂସଦୀୟ ବ୍ୟାପର, ଇଲେକ୍ଟଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଶ୍ରୀ ମୁକେଶ ମହାଲିଙ୍ଗ ଯୋଗଦେଇ ଲୋକଙ୍କ ଅଭିଯୋଗଗୁଡ଼ିକର ଶୁଣାଣି କରିଥିଲେ । ଏସବୁ ଅଭିଯୋଗର ତ୍ୱରିତ ସମାଧନ ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ରାଜ୍ୟ ସଭାପତି ମନମୋହନ ସାମଲ ସ୍ୱାଗତ କରିଛନ୍ତି । ପ୍ରତି ସୋମବାର ଦୁଇଜଣ ମନ୍ତ୍ରୀ ଯୋଗ ଦେଇ ଲୋକଙ୍କ ସମସ୍ୟା ସମାଧାନ କରିବେ । ଏଥିରେ ଦଳୀୟ କାର୍ଯ୍ୟକର୍ତାଙ୍କଠାରୁ ଆରମ୍ଭ କରି ସାଧାରଣ ଜନତା ଓ ଶୁଭେଚ୍ଛୁମାନେ ସାମିଲ ହୋଇପାରିବେ । ଏହା ଦ୍ୱାରା ବିଜେପି ଲୋକଙ୍କ ଅଧିକ ନିକଟତର ହୋଇପାରିବ ବୋଲି ଶ୍ରୀ ସାମଲ ପ୍ରକାଶ କରିଛନ୍ତି ।
ଶ୍ରୀ ସାମଲ କହିଛନ୍ତି, ଅଭିଯୋଗ ଶୁଣାଣି କାର୍ଯ୍ୟକମ ପ୍ରଥମେ ବିଜେପି ଆରମ୍ଭ କରିଥିଲା । ଲୋକଙ୍କ ସମସ୍ୟା ଶୁଣିବା, ସେମାନଙ୍କ ସମସ୍ୟା ସହ ନିଜକୁ ଜଡିତ କରି ସମାଧାନ ରାସ୍ତା ବାହାର କରିବା ହେଉଛି ଜନସଂଘରୁ ବିଜେପି ପର୍ଯ୍ୟନ୍ତ ଯାତ୍ରାର ଏକ ପ୍ରମୁଖ କାର୍ଯ୍ୟକ୍ରମ । ପରବର୍ତୀ ସମୟରେ ଅନ୍ୟମାନେ ଏହି ପ୍ରକ୍ରିିୟାକୁ ଅନୁସରଣ କରିଛନ୍ତି ।
ଏହି ପରିପ୍ରେକ୍ଷୀରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଶ୍ରୀ ମହାଲିଙ୍ଗ କହିଛନ୍ତି, ଓଡ଼ିଶାରେ ବିଜେପି ସରକାର ଗଠନ କରିବା ପରେ ପାର୍ଟିରେ ଅଭିଯୋଗ ପ୍ରକୋଷ୍ଠ ଖୋଲାଯାଇଛି । ଲୋକଙ୍କ ସମସ୍ୟା ହେଉଛି ସରକାରଙ୍କ ସମସ୍ୟା । ଏହାର ସମାଧାନ କରିବା ହେଉଛି ବିଜେପି ସରକାରଙ୍କ ମୁଖ୍ୟ ଉଦ୍ଦେଶ୍ୟ । ଅଭିଯୋଗ ଶୁଣାଣି ଶିବିରରେ ହୋଇଥିବା ଅଭିଯୋଗଗୁଡ଼ିକର କିପରି ତ୍ୱରିତ ସମାଧାନ ହେବ ସେଥିପାଇଁ ବିଶେଷ ଭାବେ ଦୃଷ୍ଟି ଦିଆଯିବ । ଅଭିଯୋଗଗୁଡ଼ିକୁ ସେହି ବିଭାଗକୁ ପଠାଯାଇ ତୁରନ୍ତ ସମାଧାନ କରିବାକୁ ଜୋର ଦିଆଯିବ । ଏହି ଅଭିଯୋଗ ଶୁଣାଣିରେ ଯାଜପୁର ସାଂସଦ ରବୀନ୍ଦ୍ର କୁମାର ବେହେରା ଯୋଗଦେଇ ଅଭିଯୋଗଗୁଡ଼ିକୁ ଶୁଣିଥିଲେ । ଏଥିରେ ପରିବହନ ମନ୍ତ୍ରୀ ଶ୍ରୀ ଜେନା ଯୋଗଦେଇ କହିଥିଲେ, ଅଭଯୋଗ ଶୁଣିବା ହେଉଛି ସରକାରଙ୍କ ନୀତିଗତ ନିଷ୍ପତି, ଯେଉଁଠି ବିଜେପି ସରକାର ରହିଛି ସେଠାରେ ରିତିମତ ଲୋକଙ୍କ ସମସ୍ୟା ଶୁଣାଯାଏ । ପୂର୍ବ ସରକାର ଅମଳରେ ଲୋକଙ୍କ ସମସ୍ୟାର ସମାଧାନ ପାଇଁ ଗୁରୁତ୍ୱ ଦିଆଯାଉ ନ ଥିଲା । ଏପରିକି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ବନ୍ଦ ହୋଇଯାଇଥିଲା, ମାତ୍ର ବିଜେପି ସରକାର ଲୋକଙ୍କ ସମସ୍ୟାର ସମାଧାନକୁ ପ୍ରାଥମିକତା ଦେଉଛି ।
ଏହି ଅଭିଯୋଗ ଶୁଣାଣିରେ ଶତାଧିକ ଅଭିଯୋଗ ପଞ୍ଜୀକୃତ ହୋଇଥିଲା । ଏହି ଅବସରରେ ବିଶେଷ କରି ସ୍ୱାସ୍ଥ୍ୟ, ଶିକ୍ଷା, ଗମନାଗମନ ଓ ଅନ୍ୟାନ୍ୟ ଅଭିଯୋଗ ହୋଇଥିଲା । ଅଭିଯୋଗର ସମାଧାନ ପାଇଁ ଏଭଳି ଅଭିନବ ପ୍ରୟାସକୁ କାର୍ଯକର୍ତା ଓ ଜନସାଧାରଣ ପ୍ରଶଂସା କରିଛନ୍ତ