Search for:

ଜନତାଙ୍କ ଅନ୍ତସ୍ବର

Spread the love

Loading

ଜନତାଙ୍କ ଅନ୍ତସ୍ବର

ବର୍ତ୍ତମାନ ଶାସନର ରୂପରେଖ ବଡ଼ ବିଚିତ୍ର । ଏବେ ଶିକ୍ଷାନୁଷ୍ଠାନରେ ନିୟମିତ ଶିକ୍ଷକଙ୍କ ସଂଖ୍ୟା କମ୍, ଦାକ୍ତରଖାନାରେ ଡାକ୍ତରଙ୍କ ସଂଖ୍ୟା କମ୍ ତ ସରକାରୀ କାର୍ଯ୍ୟାଳୟରେ କର୍ମଗରାଙ୍କ ସଂଖ୍ୟା କମ୍ । ଯେତକ ବି ଅଛନ୍ତି, ସେମାନଙ୍କ ମଧ୍ୟରୁ ଅଧୁକାଂଶ ଆରଟସୋସିଂ ସଂସ୍ଥା ଦ୍ୱାରା ଦୀର୍ଘଦିନ ଧରି କାର୍ଯ୍ୟ କରୁଥିଲେ ମଧ୍ୟ ସେମାନଙ୍କର ସ୍ଖଳିରୀ ନିୟମିତ କରାଯାଇ ନାହିଁ । ସରକାରୀ କାର୍ଯ୍ୟାଳୟରେ ଦୀର୍ଘ ୨୫/୩୦ ବର୍ଷ ଧରି ଦିନ ମଜୁରିଆ ଭାବରେ କାର୍ଯ୍ୟ କରୁଥିବା କିଛି ଲୋକଙ୍କୁ ମଧ୍ୟ କୌଣସି ଚତୁର୍ଥ ଶ୍ରେଣୀ କର୍ମଋରୀ ଭାବରେ ନିଯୁକ୍ତି ମିଳିପାରି ନାହିଁ । କିନ୍ତୁ କେତେଳ ଅନାବଶ୍ୟକ ଉଚ୍ଚ ପଦବୀ ସୃଷ୍ଟି କରିବା ସହ କିଛି ଋଟୁଳାରଙ୍କୁ ସେହିସବୁ ପଦବୀରେ ଥଇଥାନ କରାଯାଇ ଅଯଥା ସରକାରୀ ଅର୍ଥର ଅପଚୟ କରାଯାଇଛି । କିନ୍ତୁ କେତେକ ତଳ ପଦବୀରେ ଥିବା କର୍ମସ୍ତରୀ ଯଥା ଯାନ ସ୍ଖଳକ, ଟାଇପିଷ୍ଟ, ଚତୁର୍ଥଶ୍ରେଣୀ କର୍ମରରୀଙ୍କୁ ଅବସର ପରେ ସେମାନଙ୍କ ନିୟମିତ ପଦବୀକୁ ଉଚ୍ଛେଦ କରି ସେମାନଙ୍କ ସ୍ଥାନରେ ସ୍ବଚ୍ଛ ବେତନରେ କିଛି ଆଉଟସୋର୍ସି ନିଯୁକ୍ତି ଦେଇ ସରକାର ଦପ୍ତର ଚଳାଉଛନ୍ତି । କେତେକ ସ୍ଥାନରେ ବରିଷ୍ଠ କର୍ମୟରୀଙ୍କ ଅବସର ପରେ ବରିଷ୍ଠ ପଦବୀକୁ ଉଚ୍ଛେଦ କରି ଜଳିଷ୍ଠ କର୍ମଗରୀମାନଙ୍କର ପଦୋନ୍ନତି ଏଦ୍ଧ କରିବା ଭଳି ଅତିଦେବୀ ନିଷ୍ପତି ନିଆଯାଉଛି ।

ଏପରି କରିବା ଦ୍ବାରା ସରକାରୀ କାର୍ଯ୍ୟାଳୟରେ କାର୍ଯ୍ୟର ମାନ କମୁଛି, ହେଲେ ପରୋକ୍ଷରେ ଆଉଟ ସୋସିଂ ଏଜେଣ୍ଟମାନେ ଭଲ ଲାଭ ପାଉଛନ୍ତି । କିଛି ଉତ୍ତମ ପଦଲେହନକାରୀ କର୍ମୟରୀଙ୍କୁ ଅବସର ପରେ ପୁନଃ ନିଯୁକ୍ତି ଦେଇ ନୂତନ ନିଯୁକ୍ତିର ରାସ୍ତାକୁ ସଙ୍କୁଚିତ କରି ଉତ୍କଟ ବେଳାରୀ ସମସ୍ୟାକୁ ଅଧିକ ଜଟିନ କରାଯାଇଛି । କିନ୍ତୁ ଦୁଃଖର ବିଷୟ ଏହା ଯେ ସାଧାରଣ ନିର୍ବାଚନ ପୂର୍ବରୁ କୌଣସି ରାଜନୈତିକ ଦଳ ସେମାନଙ୍କ ନିର୍ବାଚନୀ ଇସ୍ତାହାରରେ ଏହିସବୁ ସମସ୍ୟା ଉପରେ ଆଲୋକପାତ କରୁନାହାଁନ୍ତି । ଯେଉଁ ଦଳ ସରକାର ଗଢିଲେ ମଧ୍ୟ ବିଗିଡ଼ି ଯାଇଥିବା ସରକାରୀ କଳଇ ପୁନରୁଦ୍ଧାର ହେବାର ଆଶା ବିଶୁନାହିଁ । ହୁଏତ ସରକାରୀ କଳ ବି ଦିନେ ଆକଟ ସୋସ୍ଟ” ସଂସ୍ଥା ହାତକୁ ଗଲିଯାଇପାରେ ।

Leave A Comment

All fields marked with an asterisk (*) are required