Search for:
  • Home/
  • ରାଜ୍ୟ/
  • ଜନଧନ ବ୍ୟାଙ୍କ ଆକାଉଣ୍ଟ ସଂଖ୍ୟା, ମୋଟ ଜମାରାଶି ୨.୦୩ ଲକ୍ଷ କୋଟି ଛୁଇଁଲା

ଜନଧନ ବ୍ୟାଙ୍କ ଆକାଉଣ୍ଟ ସଂଖ୍ୟା, ମୋଟ ଜମାରାଶି ୨.୦୩ ଲକ୍ଷ କୋଟି ଛୁଇଁଲା

Spread the love

Loading

୫୦ କୋଟି ଟପିଲା ଜନଧନ ବ୍ୟାଙ୍କ ଆକାଉଣ୍ଟ ସଂଖ୍ୟା, ମୋଟ ଜମାରାଶି ୨.୦୩ ଲକ୍ଷ କୋଟି ଛୁଇଁଲ

ଭୁବନେଶ୍ୱର: ନୂଆଦିଲ୍ଲୀ : ଦେଶର ସାଧାରଣ ଲୋକଙ୍କ ବ୍ୟାଙ୍କିଙ୍ଗ ବ୍ୟବସ୍ଥା ସହ ଯୋଡିବାକୁ ପ୍ରାୟ ୯ ବର୍ଷ ତଳେ ଆରମ୍ଭ ହୋଇଥିବା ପ୍ରଧାନମନ୍ତ୍ରୀ ଜନଧନ ଯୋଜନା ଇତିମଧ୍ୟରେ ବହୁ ସଫଳତା ହାସଲ କରିଛି। ବର୍ତ୍ତମାନ ସୁଦ୍ଧା ଏହି ଯୋଜନାରେ ଖୋଲା ଯାଇଥିବା ବ୍ୟାଙ୍କ ଆକାଉଣ୍ଟ ସଂଖ୍ୟା ୫୦ କୋଟି ଟପିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାକୁ ବଡ଼ ଉପଲବ୍ଧି କହିବା ସହ ପ୍ରଶଂସା କରିଛନ୍ତି। ବିଶେଷକରି ଏହି ଯୋଜନାରେ ପୁରୁଷଙ୍କ ତୁଳନାରେ ମହିଳାଙ୍କ ଭାଗିଦାରୀ ଅଧକ ରହିଥିବାରୁ ପ୍ରଧାନମନ୍ତ୍ରୀ ମୋଦୀ ଖୁସି ବ୍ୟକ୍ତ କରିବା ସହିତ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଏକ୍ସ’ରେ ଉଲ୍ଲେଖ କରିଛନ୍ତି।
ଉଲ୍ଲେଖଯୋଗ୍ୟ ଯେ, ଦେଶରେ ଜନଧନ ବ୍ୟାଙ୍କ ଆକାଉଣ୍ଟ ସଂଖ୍ୟା ୫୦ କୋଟି ଅତିକ୍ରମ କରିବା ସହିତ ଏଥିରେ ୫୬ ପ୍ରତିଶତ ଆକାଉଣ୍ଟ ମହିଳାଙ୍କ ରହିଛି ବୋଲି କେନ୍ଦ୍ର ଅର୍ଥ ମନ୍ତ୍ରାଳୟ କହିଥିଲା। ଏଥିରୁ ପ୍ରାୟ ୬୭ ପ୍ରତିଶତ ଆକାଉଣ୍ଟ ଗ୍ରାମୀଣ ଏବଂ ମଧ୍ୟମ ସହର କ୍ଷେତ୍ରରେ ଖୋଲାଯାଇଛି। ଏହାକୁ ଏକ ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧି ବୋଲି ଦର୍ଶାଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ , ଏହି ଯୋଜନାରେ ଅଧାରୁ ଅଧିକ ଖାତା ଆମ ନାରୀ ଶକ୍ତିଙ୍କ ରହିଥିବାରୁ ଖୁସି ଅନୁଭବ ହେଉଛି। ଯାହାକୁ ନେଇ ଆର୍ଥିକ ସମାବେଶର ଲାଭ ଆମ ଦେଶର କୋଣ ଅନୁକୋରରେ ପହଞ୍ଚିବାର ଲକ୍ଷ୍ୟ ସଫଳ ହେବ ବୋଲି ସେ କହିଛନ୍ତି।

Leave A Comment

All fields marked with an asterisk (*) are required