କପିଳେଶ୍ୱର ସରକାରଙ୍କର କଣ ସାବତ ପୁଅକୀ?
କପିଳେଶ୍ୱର ମନ୍ଦିରକୁ ଏକାମ୍ର ପ୍ରକଳ୍ପ ରେ ବାଦ୍ ଦେଇଥିବାରୁ ବିଜେପି ଉଦବେଗ ପ୍ରକାଶ କରିଛି।
•ଏକାମ୍ର ଐତିହ୍ୟ ପକଳ୍ପ ରେ କାହିଁକି କପିଳେଶ୍ୱର ମନ୍ଦିରକୁ ବାଦ୍ ଦିଆଗଲା ?
•କପିଳେଶ୍ୱର ସରକାରଙ୍କର କଣ ସାବତ ପୁଅକୀ?
•ତୁରନ୍ତ ରାଜ୍ୟ ସରକାର ଏଥି ପ୍ରତି ଦୃଷ୍ଟି ଦିଅନ୍ତୁ ନଚେତ୍ ଆଗାମୀ ଦିନରେ ଏଥିପାଇଁ ଏକ ମହା ଆନ୍ଦୋଳନ କରାଯିବ।
ପୁରୁଣାଭୁବନେଶ୍ୱର,ତା.୮/୦୭:କପିଳେଶ୍ୱର ସରକାରଙ୍କର କଣ ସାବତ ପୁଅକୀ? ଏକାମ୍ର କ୍ଷେତ୍ରର ବିକାଶ ପାଇଁ ଓବିସିସି ମାଧ୍ୟମରେ ୧୫୬ କୋଟି ଟଙ୍କା ମଞ୍ଜୁର ହୋଇଛି। ବାହୁଡା଼ ରେ ଆଜି ମୁଖ୍ୟମନ୍ତ୍ରୀ ‘ ଏକାମ୍ର ଐତିହ୍ୟ ପକଳ୍ପ’ କୁ ଶୁଭ ଦେବେ। ତେବେ ପ୍ରଭୁ ଶ୍ରୀ ଲିଙ୍ଗରାଜ ଙ୍କ ପରେ କପିଳେଶ୍ୱର ମନ୍ଦିର ଏକାମ୍ର କ୍ଷେତ୍ରର ପ୍ରସିଦ୍ଧ ତଥା ପ୍ରାଚୀନ ଶୈବ ପୀଠ ହୋଇଥିଲେ ମଧ୍ୟ ଏକାମ୍ର ଐତିହ୍ୟ ପକଳ୍ପ ରେ କାହିଁକି କପିଳେଶ୍ୱର ମନ୍ଦିରକୁ ବାଦ୍ ଦିଆଗଲା ? ବୋଲି ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ସଭାପତି ତଥା ଏକାମ୍ର ନିର୍ବାଚନ ମଣ୍ଡଳୀ ବିଜେପି ବିଧାୟକ ପ୍ରାର୍ଥୀ ଶ୍ରୀ ବାବୁ ସିଂ ପ୍ରଶ୍ନ କରିଛନ୍ତି।କପିଳେଶ୍ୱର ମନ୍ଦିର ପଞ୍ଚଦଶ ଶତାବ୍ଦୀର ଐତିହ୍ୟକୁ ସୁରକ୍ଷା ଦେବା କଥା କହି ଲୋକଦେଖାଣିଆ ଦିଣ୍ଡିମ ପିଟୁଥିବା ସରକାର ଏତେ ପ୍ରାଚୀନ ମନ୍ଦିର ପ୍ରତି କାହିଁକି ଦୃଷ୍ଟି ଦେଉନାହାନ୍ତି? ଅନ୍ୟ ସବୁ ବିକାଶ ଦୂରରେ ଥାଉ ମନ୍ଦିରକୁ ଯିବା ଆସିବା କରିବାପାଇଁ ପ୍ରଶକ୍ତ ରାସ୍ତା ଟେ ନାହିଁ। ବାରମ୍ବାର ଦାବୀ ପରେ ୧୦ବର୍ଷ ତଳେ ଶିଳାନ୍ୟାସ ବି ହୋଇଥିଲା। ହେଲେ ଦୁଃଖର କଥା ଏଯାଏ ମାଟି ମୁଠେ ବି ପଡ଼ିପାରି ନାହିଁ। ଓଡ଼ିଶା ବାହାର ପର୍ଯ୍ୟଟକ ସାଧାରଣତଃ ଶ୍ରୀକ୍ଷେତ୍ର ରେ ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ଦର୍ଶନ ପରେ ଏକାମ୍ର କ୍ଷେତ୍ର ରେ ପ୍ରଭୁ ଶ୍ରୀ ଲିଙ୍ଗରାଜ ଓ ପରେ ପରେ ପ୍ରଭୁ ଶ୍ରୀ କପିଳନାଥ ଙ୍କ ଦର୍ଶନ କରନ୍ତି। ହେଲେ କପିଳେଶ୍ୱର ମନ୍ଦିର କୁ ଲମ୍ବିଥିବା ଅଣଓସାରିଆ ଗଳି କନ୍ଦି ରାସ୍ତା ପାଇଁ ଦିନକୁ ଦିନ ଶ୍ରଦ୍ଧାଳୁ ଙ୍କ ସଂଖ୍ୟା କମିବାରେ ଲାଗିଛି। ଫଳରେ ଏହି ମନ୍ଦିର ଉପରେ ନିର୍ଭର କରୁଥିବା ସେବାୟତ ପରିବାର ଓ ସ୍ଥାନୀୟ ଜନସାଧାରଣ ଚିନ୍ତାରେ କାଳ କାଟୁଛନ୍ତି। ଗୋଟିଏ ନିର୍ବାଚନ ମଣ୍ଡଳୀ ମଧ୍ୟରେ ମାତ୍ର କିଛି ଦୂରରେ ଶ୍ରୀ ଲିଙ୍ଗରାଜ ଓ କପିଳେଶ୍ୱର ଅଛନ୍ତି ଏବଂ ଦୁଇ ମନ୍ଦିର ମଧ୍ୟରେ ଅନେକ ସାମଞ୍ଜସ୍ୟ ରହିଛି କିନ୍ତୁ କାହିଁକି କପିଳେଶ୍ୱର କୁ ବାଦ୍ ଦିଆଗଲା ବୁଝା ପଡୁନି? କପିଳେଶ୍ୱର ମନ୍ଦିର ଓଡ଼ିଶାର ଏକ ପ୍ରାଚୀନ ମନ୍ଦିର ହେଲେ ମଧ୍ୟ ପର୍ଯ୍ୟଟନ ମାନଚିତ୍ର ରେ ସ୍ଥାନ କାହିଁକି ଦିଆଯାଇ ନାହିଁ?
ଏକାମ୍ର ପକଳ୍ପ ରେ କପିଳେଶ୍ୱର ମନ୍ଦିର କୁ ସାମିଲ ନ କରିବା ରାଜ୍ୟ ସରକାରଙ୍କ ବୈମାତୃକ ମନୋଭାବ କୁ ସୁଚାଉନିକି? ତୁରନ୍ତ ରାଜ୍ୟ ସରକାର ଏଥି ପ୍ରତି ଦୃଷ୍ଟି ଦିଅନ୍ତୁ ଓ ଏହି କ୍ଷେତ୍ର ରେ କାର୍ଯ୍ୟ କରନ୍ତୁ ନଚେତ୍ ଆଗାମୀ ଦିନରେ ଏଥିପାଇଁ ଏକ ମହା ଆନ୍ଦୋଳନ କରାଯିବ ବୋଲି ବାବୁ ସିଂ ଚେତାବନୀ ଦେଇଛନ୍ତି।