Search for:
  • Home/
  • ରାଜନୀତି/
  • ଅନ୍ତର୍ଜାତୀୟ ଶ୍ରୀଜଗନ୍ନାଥ ମହୋତ୍ସବ ଆରମ୍ଭ

ଅନ୍ତର୍ଜାତୀୟ ଶ୍ରୀଜଗନ୍ନାଥ ମହୋତ୍ସବ ଆରମ୍ଭ

Spread the love

Loading

ଅନ୍ତର୍ଜାତୀୟ ଶ୍ରୀଜଗନ୍ନାଥ ମହୋତ୍ସବ ଆରମ୍ଭ
ଭୁବନେଶ୍ୱର, ୮/୧୧: ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ଉଦ୍ଦେଶ୍ୟରେ ଭୁବନେଶ୍ୱର ନୟାପଲ୍ଲୀସ୍ଥିତ
କସ୍ତୁରବା ପଡ଼ିଆରେ ଶୁକ୍ରବାରଠାରୁ ଅନ୍ତର୍ଜାତୀୟ ଶ୍ରୀଜଗନ୍ନାଥ ମହୋତ୍ସବ ଆରମ୍ଭ ହୋଇଯାଇଛି । ଶ୍ରୀକ୍ଷେତ୍ରରୁ
ଆଜ୍ଞାମାଳ ଆସିବା ପରେ ଆଜି ପୂର୍ବାହ୍ନରେ କଳସ ଶୋଭାଯାତ୍ରା ଆରମ୍ଭ ହୋଇଥିଲା । ରାଜ୍ୟର ବିଭିନ୍ନ
ଅଞ୍ଚଳର ପାଞ୍ଚଶହରୁ ଊର୍ଦ୍ଧ୍ୱ ମହିଳା ଏହି କଳସ ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ନୟାପଲ୍ଲୀ
ବାଲୁଙ୍କେଶ୍ୱର ମନ୍ଦିର ପରିସରରେ ଥିବା ପୋଖରୀରୁ ପାଣି ଉଠାଯାଇ ମହୋତ୍ସବ ସ୍ଥଳକୁ ଅଣାଯାଇଥିଲା ।
ଅନ୍ତର୍ଜାତୀୟ ଶ୍ରୀଜଗନ୍ନାଥ ମହୋତ୍ସବର କାର୍ଯ୍ୟକାରୀ ସଭାପତି ଦିଲ୍ଲୀପ ଶ୍ରୀଚନ୍ଦନ, କର୍ପୋରେଟର ବନ୍ଦିତା
ପାଲ, ସମ୍ପାଦକ ପ୍ରଦୀପ ରାଉତରାୟ, ସଂଯୋଜକ ରଞ୍ଜିତ କର୍ମୀ, ଉପସଭାପତି ସରୋଜ ବିଶ୍ୱାଳ,
ସୋନାଲିସା ମହାପାତ୍ର, ନାରାୟଣ ମହାପାତ୍ର, ଆଦିତ୍ୟ ପାଢ଼ୀ, ରାମକୃଷ୍ଣ ପଣ୍ଡା, ରଶ୍ମିତା ପାଲ, ସ୍ୱାତୀ
ପଣ୍ଡା, ମନୋରଞ୍ଜନ ବାରିକ, ଅକ୍ଷୟ ସାହୁ ପ୍ରମୁଖ ଏହି ଶୋଭାଯାତ୍ରାର ନେତୃତ୍ୱ ନେଇଥିଲେ । ଯଜ୍ଞ
ମଣ୍ଡପରେ କଳସ ସ୍ଥାପନ କରାଯାଇଥିଲା । ସୂଚନାଯୋଗ୍ୟ, ଏହି ମହୋତ୍ସବ ବୁଧବାର ପର୍ଯ୍ୟନ୍ତ ଚାଲିବାକୁ
ଥିବା ବେଳେ ପ୍ରତ୍ୟେହ ସକାଳ ୫ରୁ ରାତି ୧୦ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଶ୍ରୀ
ବିଗ୍ରହଙ୍କର ୨୪ ଦୁଲ୍ଲର୍ଭ ବେଶ, ୫୬ ଭୋଗ ପ୍ରଦର୍ଶିତ ହେବାକୁ ଥିବାବେଳେ ପଞ୍ଚକୁଣ୍ଡିଅ ମହାଯଜ୍ଞ,
ଜଗନ୍ନାଥ ସଂସ୍କୃତି ଉପରେ ବକ୍ତୃତା, ପ୍ରବଚନ, ଗୀତନୃତ୍ୟାଦି କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ ଅଛି ।

Leave A Comment

All fields marked with an asterisk (*) are required