Search for:
  • Home/
  • ରାଜ୍ୟ/
  • ମୋତେ ଆର୍ଶୀବାଦ କରନ୍ତୁ ବିକାଶର ସ୍ବର୍ଣ୍ଣିମ ଅଧ୍ୟାୟ ରଚିବ ଭୁବନେଶ୍ୱର * : *ଜଗନ୍ନାଥ ପ୍ରଧାନ

ମୋତେ ଆର୍ଶୀବାଦ କରନ୍ତୁ ବିକାଶର ସ୍ବର୍ଣ୍ଣିମ ଅଧ୍ୟାୟ ରଚିବ ଭୁବନେଶ୍ୱର * : *ଜଗନ୍ନାଥ ପ୍ରଧାନ

Spread the love

Loading

ମୋତେ ଆର୍ଶୀବାଦ କରନ୍ତୁ ବିକାଶର ସ୍ବର୍ଣ୍ଣିମ ଅଧ୍ୟାୟ ରଚିବ ଭୁବନେଶ୍ୱର * : *ଜଗନ୍ନାଥ ପ୍ରଧାନ

*ବମ୍ପର୍ ରାଲି କରି ଦମ୍ ଦେଖାଇଲେ ଜଗନ୍ନାଥ*

ଭୁବନେଶ୍ବର,୨୩,୦୫…ଆଜି ଥିଲା ପ୍ରଚାରର ଶେଷ ଦିନ ରେ ଭୁବନେଶ୍ବର ମଧ୍ୟ ନିର୍ବାଚନ ମଣ୍ଡଳୀରେ ଏକା ସାଙ୍ଗରେ, ବାଇକ୍, କାର, ଓ ଅଟୋ ଶୋଭାଯାତ୍ରା କରି ନିଜର ଦମ୍ ଦେଖାଇଛନ୍ତି ବିଜେପି ବିଧାୟକ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ ାଦିନ ୧୨ଟା ସମୟରେ ରଶୁଲଗଡ ଛକରୁ ହଦାର ହଜାର ସମର୍ଥକଙ୍କ ସହ ବମିଖାଲ, କଳ୍ପନା ଛକ,ଏଜି ଛକ, ସାଇନ୍ସ ପାର୍କ ଛକ ଓ ୟ୍ୟନିଟ୍ ୬ ଅଞ୍ଚଳ ପରିକ୍ରମା କରିଥିଲା ା ଶୋଭାଯାତ୍ରା ଚାଲିଥିବା ସମୟରେ ବିଭିନ୍ନ ଛକରେ ଜନସାଧାରଣ ଉତ୍ସାହର ସହିତ ଅଭୂତ ସମର୍ଥନ ଜଣାଇଥିଲେ ା

ଏହି ଅବସରରେ ଜନସାଧାରଣଙ୍କୁ ନିଜ ଅଭିଭାଷଣରେ ଅନୁରୋଧ କରି ଜଗନ୍ନାଥ କହିଛନ୍ତି ମୋତେ ଥରୁଟିଏ ସୁଯୋଗ ଦିଅନ୍ତୁ ମଧ୍ୟ ନିର୍ବାଚନ ମଣ୍ଡଳୀ ବିକାଶର ସ୍ବର୍ଣ୍ଣିମ ଅଧ୍ୟାୟ ରଚିବ ା ଆପଣମାନଙ୍କ ସ୍ନେହ ଓ ବିଶ୍ବାସ ମୋର ଶକ୍ତି ା ୨୫ ବର୍ଷ ବିଜେଡି ଶାସନରେ ମଧ୍ୟ ନିର୍ବାଚନ ମଣ୍ଡଳୀବାସୀଙ୍କୁ ବିକାଶ ବଦଳରେ ମିଳିଚି ଡେଙ୍ଗୁ, ଜଳବନ୍ଦୀ ଓ ମୁକୁଳା ଡ୍ରେନ୍ ଉପହାର ବୋଲି ଜଗନ୍ନାଥ କହି ବିଜେଡିକୁ କଟାକ୍ଷ କରିଥିଲେ ା ଏଥର ଜନତା ମନସ୍ତ କରି ସାରିଛନ୍ତି ବିଜେପିକୁ ଜିତାଇବା ପାଇଁ ା ବିଜେଡି ନେତାଙ୍କ ମିଥ୍ୟା ପ୍ରତିଶୃତି ଓ ମନ୍ଦ ଉଦେଶ୍ୟକୁ ଜନତା ପ୍ରତ୍ୟାଖାନ କରିବା ପରେ ସେମାନେ ଔଷଧ ବିକଳରେ ତାଟିଆ କାମୁଡିବା ଭଳି ହିଂସାର ଆଶ୍ରୟ ନେବାକୁ ପଛାଉ ନାହାନ୍ତି ବୋଲି ଜଗନ୍ନାଥ କହିଛନ୍ତି ା ଏଥର ଉଭୟ ରାଜ୍ୟ ଓ କେନ୍ଦ୍ରରେ ବିଜେପି ଡବଲ୍ ଇଞ୍ଜିନ ସରକାର ଗଠନ କରିବ ବୋଲି ଜଗନ୍ନାଥ କହିଛନ୍ତି ା

Leave A Comment

All fields marked with an asterisk (*) are required