Search for:
  • Home/
  • ରାଜ୍ୟ/
  • ସଫିନ ଅହମ୍ମଦ କେ. ହେଲେ କ୍ରାଇମବ୍ରାଞ୍ଚ ଆଇଜି ଆଇପିଏସ ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର

ସଫିନ ଅହମ୍ମଦ କେ. ହେଲେ କ୍ରାଇମବ୍ରାଞ୍ଚ ଆଇଜି ଆଇପିଏସ ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର

Spread the love

Loading

ଆଇପିଏସ ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର, ସଫିନ ଅହମ୍ମଦ କେ. ହେଲେ କ୍ରାଇମବ୍ରାଞ୍ଚ ଆଇଜି।

ଭୁବନେଶ୍ବର : ଆଇପିଏସ୍‌ ସ୍ତରରେ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ବରିଷ୍ଠ ଆଇପିଏସ ଅଫିସର ସଫିନ ଅହମ୍ମଦ କେ.ଙ୍କୁ କ୍ରାଇମବ୍ରାଞ୍ଚ ଆଇଜି ଭାବେ ଦାୟିତ୍ୱ ଦେଇଛନ୍ତି ସରକାର । ସେହିଭଳି ସାର୍ଥକ ଷଡ଼ଙ୍ଗୀଙ୍କୁ ଅଗ୍ନିଶମ ଓ ହୋମଗାର୍ଡ ଡିଆଇଜି ଭାବେ ଦାୟିତ୍ୱ ଦିଆଯାଇଥିବା ବେଳେ ୨୦୦୮ ବ୍ୟାଚ୍ ଆଇପିଏସ୍ ସତ୍ୟଜିତ ନାୟକଙ୍କୁ ଏଚ୍‌ଆର୍‌ପିସି ଡିଆଇଜି ଭାବେ ନିଯୁକ୍ତ କରାଯାଇଛି ।ସେହିପରି କଟକ ଏସପି ଥିବା ଯୁଗଳ କିଶୋର ବାନୋଥଙ୍କୁ ଆଡିସନାଲ ଆଇଜି ହେଡକ୍ୱାଟର୍ସ ଭାବେ ଦାୟିତ୍ୱ ଦିଆଯାଇଥିବା ବେଳେ ହେଡକ୍ୱାଟର୍ସ ଏସପି ଥିବା ରାହୁଲ ଜୈନଙ୍କୁ ନୟାଗଡ଼ ଏସ୍‌ପି ଭାବେ ବଦଳି କରାଯାଇଛି । ସେହିଭଳି ମିହିର କୁମାର ପଣ୍ଡାଙ୍କୁ କଟକ ଗ୍ରାମାଞ୍ଚଳ ଏସ୍‌ପି ଭାବେ ଦାୟିତ୍ୱ ଦିଆଯାଇଛି ।

Leave A Comment

All fields marked with an asterisk (*) are required