Search for:
  • Home/
  • ରାଜ୍ୟ/
  • ଇଣ୍ଡିଆ ମେଣ୍ଟଭୁକ୍ତ ଦଳମାନଙ୍କ ତରଫରୁ ଭୁବନେଶ୍ୱରରେ ପଟୁଆର ଏବଂ ଗଣ ସତ୍ୟାଗ୍ରହ

ଇଣ୍ଡିଆ ମେଣ୍ଟଭୁକ୍ତ ଦଳମାନଙ୍କ ତରଫରୁ ଭୁବନେଶ୍ୱରରେ ପଟୁଆର ଏବଂ ଗଣ ସତ୍ୟାଗ୍ରହ

Spread the love

Loading

ସଂସଦରୁ ବିରୋଧି ସାଂସଦମାନଙ୍କୁ ଗଣ ନିଲମ୍ବନ ଏବଂ ସଂସଦୀୟ ଗଣତନ୍ତ୍ର ହତ୍ୟା ବିରୋଧରେ
ଇଣ୍ଡିଆ ମେଣ୍ଟଭୁକ୍ତ ଦଳମାନଙ୍କ ତରଫରୁ ଭୁବନେଶ୍ୱରରେ ପଟୁଆର ଏବଂ ଗଣ ସତ୍ୟାଗ୍ରହ

ଭୁବନେଶ୍ୱର, ତାରିଖ ୨୨/୧୨/୨୦୨୩ ସଂସଦରୁ ବିରୋଧି ଦଳମାନଙ୍କର ୧୪୬ ଜଣ ସାଂସଦକୁ ନିଲମ୍ବନ ଏବଂ ସଂସଦୀୟ ଗଣତନ୍ତ୍ର ହତ୍ୟା ବିରୋଧରେ ଆହୂତ ଦେଶବ୍ୟାପୀ ପ୍ରତିବାଦ ଦିବସ ଓଡିଶାର ରାଜଧାନୀ ଭୁବନେଶ୍ୱରରେ ପଟୁଆର ଏବଂ ଗଣସତ୍ୟାଗ୍ରହ ସଂଗଠିତ କରି ସମାପନ ହୋଇଯାଇଛି । ମୋଦି ସରକାରଙ୍କର ଏକଛତ୍ରବାଦୀନୀତିର ପ୍ରତିବାଦ କରି ଶତାଧିକ ରାଜନୈତିକ ନେତାମାନେ ଗିରଫ ହୋଇଥିଲେ । ଇଣ୍ଡିଆ ମେଣ୍ଟଭୁକ୍ତ ଓଡିଶାର ରାଜନୈତିକ ଦଳମାନଙ୍କର ପ୍ରମୁଖ ରାଜ୍ୟ ନେତୃବୃନ୍ଦ କହିଛନ୍ତି ଯେ ଭାରତୀୟ ସମ୍ବିଧାନରେ ସଂସଦ ହେଉଛି ସର୍ବୋଚ୍ଚ ଗଣତାନ୍ତ୍ରିକ ଅନୁଷ୍ଠାନ । ବିରୋଧି ସାଂସଦମାନେ ପ୍ରତିବାଦ କରିବା ଏକ ଗଣତାନ୍ତ୍ରିକ ଏବଂ ସାମ୍ବିଧାନିକ ଅଧିକାର । ମୋଦି ସରକାର ସଂସଦର ସମସ୍ତ ବିଧି ବ୍ୟବସ୍ଥା ଏବଂ ସମ୍ବିଧାନର ନୀତିନିୟମକୁ ଜଳାଞ୍ଜଳି ଦେଇ ରାଜ୍ୟସଭା ଅଧ୍ୟକ୍ଷ ଏବଂ ଲୋକସଭା ବାଚସ୍ପତିଙ୍କୁ ବ୍ୟବହାର କରି ୧୪୬ ଜଣ ବିରୋଧି ସାଂସଦଙ୍କୁ ନିଲମ୍ବନ କରିଛନ୍ତି l

ଏହା ଏକଛତ୍ରବାଦୀ ଏବଂ ଅସହଷ୍ଣୁତାର ସୀମା ଲଘଂନ କରିଛି ବୋଲି ବିରୋଧି ଦଳ ନେତୃବୃନ୍ଦ କହିଛନ୍ତି । ଭାରତରେ ସଂସଦୀୟ ଗଣତନ୍ତ୍ର ବହୁ ପରୀକ୍ଷିତ ଏବଂ ପରିପକ୍ୱ ଗଣତାନ୍ତ୍ରିକ ବ୍ୟବସ୍ଥା । ମୋଦି ସରକାରଙ୍କ ସୌରାଚାରୀ ଓ ଅଗଣତାନ୍ତ୍ରିକ ଆକ୍ରମଣ ପାଇଁ ବହୁ ମୂଲ୍ୟ ଦେବାକୁ ପଡିବ ବୋଲି ବିରୋଧି ଦଳମାନେ ଚେତାଇ ଦେଇଛନ୍ତି । ଅବିଳମ୍ବେ ୧୪୬ ଜଣ ସାଂସଦଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର କରିବାପାଇଁ ଇଣ୍ଡିଆମେଣ୍ଟ, ଓଡିଶା ତରଫରୁ ଦାବୀ କରାଯାଇଛି ।

ଆଜି ଭୁବନେଶ୍ୱରରେ ସଂଗଠିତ ହୋଇଥିବା ମିଳିତ ପଟୁଆର, ବିକ୍ଷୋଭ ଏବଂ ଗଣସତ୍ୟାଗ୍ରହ ଆନ୍ଦୋଳନରେ ଭାରତୀୟ ଜାତୀୟ କଂଗ୍ରେସ, ସିପିଆଇ,ସିପିଆଇ(ଏମ୍‌), ସିପିଆଇ-ଏମ୍‌-ଏଲ୍ (ଲିବେରେସନ), ଅଲ ଇଣ୍ଡିଆ ଫରୱାର୍ଡ ବ୍ଲକ୍‌, ଆମ୍ ଆଦ୍‌ମୀ ପାର୍ଟି, ସମାଜବାଦୀ ପାର୍ଟି,ଏନ ସି ପି, ଆରଜେଡି, ସମତାକ୍ରାନ୍ତି ଦଳ,ସିପିଆଇ-ଏମ୍‌-ଏଲ୍ (ରେଡଷ୍ଟାର),ତୃଣମୂଳ କଂଗ୍ରେସ, ଜେ. ଏମ. ଏମ., ଏବଂ ସମୃଦ୍ଧ ଓଡିଶା ଇତ୍ୟାଦି ଦଳଗୁଡିକ ସାମିଲ ହୋଇଥିଲେ । ମାଷ୍ଟରକ୍ୟାଣ୍ଟିନ୍ ଛକଠାରୁ ମିଳିତ ପଟୁଆର ବାହାରି ମହାତ୍ମାଗାନ୍ଧୀ ମାର୍ଗରେ ବିକ୍ଷୋଭ ସମାବେଶ ଏବଂ ଗଣସତ୍ୟାଗ୍ରହ ସଂଗଠିତ କରାଯାଇଥିଲା l

ସୁରେଶ ପାଣିଗ୍ରାହୀଙ୍କ ସଂଯୋଜନାରେ ସଂଗଠିତ ହୋଇଥିବା ଆଜିକାର ଏହି ପ୍ରତିବାଦ ଆନ୍ଦୋଳନରେ ସର୍ବଶ୍ରୀ ଶରତ ପଟ୍ଟନାୟକ, ପ୍ରସାଦ ହରିଚନ୍ଦନ, ରାମକୃଷ୍ଣ ପଣ୍ଡା, ଅଳି କିଶୋର ପଟ୍ଟନାୟକ, ଅଭୟ ସାହୁ, ଯୁଧିଷ୍ଠିର ମହାପାତ୍ର, ଜ୍ୟୋତିରଞ୍ଜନ ମହାପାତ୍ର, ରବି ବେହେରା, ସୈମ୍ୟରଞ୍ଜନ ସ୍ୱାଇଁ,ବିକ୍ରମ ସ୍ୱାଇଁ, ପ୍ରଭାଷ ସାମନ୍ତରାୟ, ପ୍ରମିଳା, ଶେଖ ଅବଦୁଲ ୱାଲି ଏବଂ ହେମନ୍ତ କୁମାର ପ୍ରମୁଖ ନେତୃତ୍ୱ ନେଇ ବକ୍ତବ୍ୟ ରଖିଥିଲେ । ଏତଦ୍‌ବ୍ୟତୀତ ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ସୁରେଶ ରାଉତରାୟ,ଜୟଦେବ ଜେନା, ଶିବାନନ୍ଦ ରାୟ, ବିଶ୍ୱଜିତ ଦାସ, ଅମିୟ ପାଣ୍ଡବ, ରଜନୀ ମହାନ୍ତି, ପ୍ରଣତି ମିଶ୍ର, ଆଶିଷ କାନୁନଗୋ, ଜୟନ୍ତ ଦାସ, କ୍ଷିରୋଦ ସିଂହଦେଓ, ବିଜୟ ଜେନା,ସୁର ଜେନା, ସଂଘମିତ୍ର ଜେନା, ଜଗନ୍ନାଥ ମିଶ୍ର, ଯମେଶ୍ୱର ସାମନ୍ତରାୟ, ପୁଷ୍ପା ଦାସ,ତାପସୀ ପ୍ରହରାଜ,ପ୍ରଦିପ୍ତ ନାୟକ,ଯତୀନ ମହାନ୍ତି,ପ୍ରଭାତ ପାଣିଗ୍ରାହୀ,ରମେଶ ଜେନା,ଉଲ୍ଲାସ ସ୍ୱାଇଁ, ପୂର୍ଣ୍ଣଚନ୍ଦ୍ର ପାଢ଼ୀ, ରାମଚନ୍ଦ୍ର ତ୍ରିପାଠୀ, ଜଗଦୀଶ ଜେନା, କ୍ଷେତ୍ର ମୋହନ ଦାସ, ଚାମ୍ବୁରୁ ସୋରେନ, ବିମଳୀ ନାୟକ,ନିରୁପମା ନାୟକ, ଷ୍ଟାଲିନ ଲେଙ୍କା,ରାଧାକାନ୍ତ ସେଠୀ,ଅଶୋକ ପ୍ରଧାନ, ସର୍ବେଶ୍ୱର ଭାରତୀ,ପୂର୍ଣ୍ଣଚନ୍ଦ୍ର ପାଢୀ,ସୁଶାନ୍ତ ସୁନା,ଲକ୍ଷ୍ମୀ ଦୋରା,ଲକ୍ଷ୍ମୀ ଆଜାଦ,ସଞ୍ଜୟ ନାୟକ,ଦିପୁ ଯାଦବ,ଜୟସୂର୍ଯ୍ୟ କାନୁନଗୋ,ଅମୀୟ ଶର୍ମା,ସୋମନାଥ ରାଉତ ଏବଂ ହେନା ବାରିକ ପ୍ରମୁଖ ବହୁ ବରିଷ୍ଠ ନେତୃବୃନ୍ଦ ନେତୃତ୍ୱ ନେଇଥିଲେ

Leave A Comment

All fields marked with an asterisk (*) are required