Search for:
  • Home/
  • ରାଜ୍ୟ/
  • ହାଇକୋର୍ଟରେ ସ୍ୱାକ୍ଷର ସଂଗ୍ରହ ଅଭିଯାନ, ମଧୁ ବାବୁଙ୍କୁ ମିଳୁ ଯଥୋଚିତ ସମ୍ମାନ,

ହାଇକୋର୍ଟରେ ସ୍ୱାକ୍ଷର ସଂଗ୍ରହ ଅଭିଯାନ, ମଧୁ ବାବୁଙ୍କୁ ମିଳୁ ଯଥୋଚିତ ସମ୍ମାନ,

Spread the love

Loading

ହାଇକୋର୍ଟରେ ସ୍ୱାକ୍ଷର ସଂଗ୍ରହ ଅଭିଯାନ, ମଧୁ ବାବୁଙ୍କୁ ମିଳୁ ଯଥୋଚିତ ସମ୍ମାନ,
ସରିଲା ବିଭିନ୍ନ ଜିଲ୍ଲା ଓ ୨୦ରାଜ୍ୟରେ ଅଭିଯାନ
ସଂସଦରେ ପ୍ରତିମୂତି, ନାମରେ ଚାଲୁ ଟ୍ରେନ୍‌, ଜୟନ୍ତୀ ଛୁଟି ଘୋଷଣା ଦାବି
କଟକ/ଭୁବନେଶ୍ୱର,: ଭାରତର ପ୍ରଥମ ଭାଷାଭିତିକ ରାଜ୍ୟ ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରି ଗୌରବାନୀତ କରିଥିଲେ ଭାରତ ଗୌରବ ମଧୁସୂଦନ ଦାସ । ସେଥିପାଇଁ ତାଙ୍କୁ ନୂତନ ଓଡ଼ିଶାର ନିର୍ମାତା ଓ ଜନକ କୁହାଯାଏ । ଭାରତ ଗୌରବ ମଧୁସୂଦନ ଦାସଙ୍କୁ ମରଣୋତର ଭାରତରତ୍ନ ସମ୍ମାନରୁ ବହୁ ଉର୍ଦ୍ଧରେ । ତେବେ ତାଙ୍କୁ ମରଣୋତରରେ ଭାରତରତ୍ନ, ମଧୁବାବୁଙ୍କ ପ୍ରତିମୂର୍ତି ସଂସଦ ଭବନ ପରିସରରେ ସ୍ଥାପନା, ଉତ୍କଳ ଗୌରବ ମଧୁସୂଦନଙ୍କ ନାମରେ ରେଳ ଗାଡି ଚଲାଇବା, ମଧୁ ବାବୁଙ୍କ ଜୟନ୍ତୀ ଦିନ ସରକାରୀ ଛୁଟି ଘୋଷଣା ଓ କୋର୍ଟ ନିକଟ ରାସ୍ତାକୁ ମଧୁ ବାବୁଙ୍କ ନାମରେ ନାମକରଣ କରିବା ପାଇଁ ହାଇକୋର୍ଟ ନିକଟରେ ସ୍ୱାକ୍ଷର ସଂଗ୍ରହ କରାଯାଇଛି । ଅଲ୍ ଓଡ଼ିଶା ଲୟର୍ସ ଫେରମ ଓ ସର୍ବଭାରତୀୟ ମଧୁ ସ୍ମାରକ ମଂଚର ଆବାହକ ଲିଙ୍ଗରାଜ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର‌୍ୟ୍ୟକ୍ରମରେ ହାଇକୋର୍ଟ ବାର୍ ଆସୋସିଏସନ୍ ସଭାପତି ବିଜୟ କୁମାର ଦାଶ, ସମ୍ପାଦକ ରଞ୍ଜନ କୁମାର ନାୟକ, ବରିଷ୍ଠ ଆଇନଜୀବୀ ସ୍ମୃତି ରଞ୍ଜନ ମହାପାତ୍ର, ତାପସ କୁମାର ଆଚାର‌୍ୟ୍ୟ, ପଦ୍ମାଳୟା ମହାପାତ୍ର, ଦେବାଶିଷ ସାମନ୍ତରାୟ, ସରୋଜ କୁମାର ସାହୁ, ସମେତ ବହୁ ମୁରବୀ ଓ ବୁଦ୍ଧିଜୀବୀ ସାମିଲ ହୋଇଥିଲେ । ଫୋରମ ତରଫରୁ କୁହାଯାଇଛି ଯେ ତାଙ୍କୁ ମରଣୋତରରେ ଯେତେ ସମ୍ମାନ ଦେଲେ ମଧ୍ୟ କମ୍ ହେବ । ମଧୁବାବୁଙ୍କୁ ଯଥୋଚିତ ସମ୍ମାନ ମିଳିନଥିବାରୁ ଓଡ଼ିଶା ଲୟର୍ସ ଫୋରମ୍ ପକ୍ଷରୁ ବିଭିନ୍ନ ଜିଲ୍ଲାର ମୁରବୀ ସମେତ ରାଜ୍ୟର ବିଭିନ୍ନ ଓକିଲ ସଂଘ ସହଯୋଗରେ ଦସ୍ତଖତ ସଂଗ୍ରହ ଅଭିଯାନ ଚାଲୁ ରହିଛି । ନିକଟରେ ସୁପ୍ରୀମକୋର୍ଟ ପରିସରରେ ଏହି ଅଭିଯାନ କରାଯିବା ସହ ୨୦ଟି ରାଜ୍ୟରୁ ଦସ୍ତଖତ ସଂଗ୍ରହ କରାଯାଇଛି । କୋଲକାତାରୁ ଆରମ୍ଭ ହୋଇଥିବା ଏହି ଅଭିଯାନ, ଝାଡ଼ଖଣ୍ଡ, ଉତରପ୍ରଦେଶ, ମଧ୍ୟପ୍ରଦେଶ, ଗୁଜୁରାଟ, ଚେନ୍ନାଇ, ଗୋଆ, ଆନ୍ଧ୍ରପ୍ରଦେଶର ତିରୂପତି, ଆଣ୍ଡାମାନ, ବେଙ୍ଗାଲୁରୁ, ପଞ୍ଜାବ, ଉତରାଖଣ୍ଡ, ତ୍ରିପୁରା, ଆସାମ, ମିଜୋରାମ, ନୂଆଦିଲ୍ଲୀ ଆଦି ସ୍ଥାନରେ ବାସ କରୁଥିବା ମଧୁପ୍ରେମୀଙ୍କ ସ୍ୱାକ୍ଷର ସଂଗ୍ରହ କରାଯାଇଛି ।

Leave A Comment

All fields marked with an asterisk (*) are required