Search for:
  • Home/
  • Bda/
  • ମୃତକଙ୍କ ମିଳିଲା ପରିଚୟ, ହତ୍ୟାକାରୀ ୨ଜଣ ଗିରଫ

ମୃତକଙ୍କ ମିଳିଲା ପରିଚୟ, ହତ୍ୟାକାରୀ ୨ଜଣ ଗିରଫ

Spread the love

Loading

ଭୁବନେଶ୍ୱର: ନଦୀ ପଠାରୁ ଅଚିହ୍ନା ଗଳିତ ମୃତଦେହ ଉଦ୍ଧାର ଘଟଣା

ମୃତକଙ୍କ ମିଳିଲା ପରିଚୟ, ହତ୍ୟାକାରୀ ୨ଜଣ ଗିରଫ

ଯୁବକଙ୍କୁ ଅପହରଣ କରି ହତ୍ୟା କରିଥିଲେ
ବାରିପଦା ସଦର ଥାନା ଅନ୍ତର୍ଗତ ଗୁମୁଡ଼ିହି ସ୍ଥିତ ବୁଢ଼ାବଳଙ୍ଗ ନଦୀ ପଠାରୁ ଅଚିହ୍ନା ଗଳିତ ମୃତଦେହ ଉଦ୍ଧାର ଘଟଣାର ପର୍ଦାଫାସ ହୋଇଛି। ମୃତକଙ୍କ ପରିଚୟ ମିଳିଥିବା ବେଳେ ୨ଜଣକୁ ପୁଲିସ ଗିରଫ କରିଛି। ଅଭିଯୁକ୍ତ ଆଶିଷ ସିଂଙ୍କୁ ବାଲେଶ୍ଵର ରେଳ ଷ୍ଟେସନରୁ ଓ ଜାମବଣି ଗ୍ରାମର ତାଙ୍କ ସାଙ୍ଗକୁ ପୁଲିସ ଗିରଫ କରିଛି। ମୃତକ ଜଣକ ହେଲେ କେନ୍ଦ୍ରାପଡା ଜିଲ୍ଲାର ମାର୍ଶାଘାଇ ଥାନା ଅନ୍ତର୍ଗତ ହିନ୍ଦୁଲିଆ ଗ୍ରାମର ଚନ୍ଦନ ସ୍ୱାଇଁ (୩୩)। ସୂଚନା ଅନୁଯାୟୀ, ଗୁରୁବାର ସକାଳେ ଜଣେ ବ୍ୟକ୍ତି ନଦୀ ଭିତରକୁ ଯାଇଥିବା ବେଳେ ବାଲିରେ ଜଣେ ବ୍ୟକ୍ତିଙ୍କ ଗଳିତ ହାତ ପଡିଥିବାର ଦେଖିଥିଲେ। ଏନେଇ ସ୍ଥାନୀୟ ଗ୍ରାମବାସୀ ମାନେ ପୁଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ବାରିପଦା ସଦର ଏସଡିପିଓ ସୁଜିତ କୁମାର ପ୍ରଧାନ, ବାରିପଦା ସଦର ଥାନା ଅଧିକାରୀ ମଧୁସ୍ମିତା ମହାନ୍ତି ଓ ବାରିପଦା ଟାଉନ ଥାନା ଅଧିକାରୀ ସୁମିତ କୁମାର ସୋରେନ ପହଁଚି ତଦନ୍ତ କରିଥିଲେ। ବାଲି ଭିତରେ ମୃତଦେହକୁ ପୋତି ହୋଇଥିବା ବେଳେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ମୃତଦେହ ବାହାର କରି ସାଇଣ୍ଟିଫିକ ଟିମ ଯାଞ୍ଚ କରିଥିଲେ। ପୁଲିସ ପାରିପାର୍ଶ୍ବିକ ପରିସ୍ଥିତିରୁ ଅନୁଧ୍ୟାନ କରି ଏହା ଏକ ହତ୍ୟା ବୋଲି ସନ୍ଦେହ କରିଥିଲା। ପ୍ରାୟତଃ ସପ୍ତାହକ ପୂର୍ବରୁ ହତ୍ୟା କରାଯାଇ ମୃତଦେହକୁ ନଦୀ ବାଲିରେ ଲୁଣ ଦେଇ ପୋତା ଯାଇଥିଲା। ଏନେଇ ବାରିପଦା ସଦର ଥାନାରେ ଏକ ମାମଲା ରୁଜୁ କରି ପୁଲିସ ତଦନ୍ତ ଆରମ୍ଭ କରିଥିଲେ। ସାଙ୍ଗ ମାନେ ତାଙ୍କୁ ଅପହରଣ କରି ପରିବାର ଲୋକକୁ ଫୋନ୍ କରି ଟଙ୍କା ମାଗିଥିଲେ। ଭୁବନେଶ୍ୱରରେ ରହୁଥିବା ପରିବାର ଲୋକେ ଖାରବେଳ ନଗର ଥାନାରେ ଅଭିଯୋଗ କରିଥିଲେ ବୋଲି ସୂଚନା ମିଳିଛି। ହତ୍ୟା କରି ବାଲିରେ ପୋତା ଯାଇଥିବାର ସ୍ୱୀକାର କରିଛନ୍ତି। ତେବେ ହତ୍ୟାକାଣ୍ଡ ନେଇ ଶନିବାର ପୁଲିସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଜରିଆରେ ସବିଶେଷ ସୂଚନା ପ୍ରଦାନ କରାଯିବ ବୋଲି ବାରିପଦା ସଦର ଏସଡିପିଓ ସୁଜିତ କୁମାର ପ୍ରଧାନ ସୂଚନା ଦେଇଛନ୍ତି।

Leave A Comment

All fields marked with an asterisk (*) are required