Search for:
  • Home/
  • ରାଜ୍ୟ/
  • ପିଲାଙ୍କ ପାଇଁ ହେଉ କୋଳିବଗିଚା ଓ କଣ୍ଢେଇଘର ଇଟିକିଲି ମିଟିକିଲି ୨୯ତମ ପୁରସ୍କାର ପ୍ରଦାନ ସମାରୋହ

ପିଲାଙ୍କ ପାଇଁ ହେଉ କୋଳିବଗିଚା ଓ କଣ୍ଢେଇଘର ଇଟିକିଲି ମିଟିକିଲି ୨୯ତମ ପୁରସ୍କାର ପ୍ରଦାନ ସମାରୋହ

Spread the love

Loading

ପିଲାଙ୍କ ପାଇଁ ହେଉ କୋଳିବଗିଚା ଓ କଣ୍ଢେଇଘର ଇଟିକିଲି ମିଟିକିଲି ୨୯ତମ ପୁରସ୍କାର ପ୍ରଦାନ ସମାରୋହ

ଭୁବନେଶ୍ଵର, ୨୩୬: ପ୍ରତ୍ୟେକ ଶିଶୁ ମଧ୍ୟରେ କିଛିନା କିଛି ପ୍ରତିରା ଲୁଚି ରହିଛି । ଏହି ପ୍ରତିଭା ପ୍ରଦର୍ଶନ ପାଇଁ ଉପଯୁକ୍ତ ମଞ୍ଚରେ ସୁଯୋଗ ମିଳିଲେ ପିଲାମାନେ ନିଜ ପ୍ରତିଭାକୁ ବିକଶିତ କରିବା ସହ ଭବିଷ୍ୟତରେ ଆମ ରାଜ୍ୟ ପାଇଁ ଗୌରବ ଆଣିଦେବେ । ଆଳି ଜୟଦେବ ଭବନଠାରେ ଆୟୋଜିତ ରଟିକିଛି ମିଟିକିଲିର ୨୯ତମ ପୁରସ୍କାର ପ୍ରଦାନ ସମାରୋହ ଅବସରରେ ଅତିଥିମାନେ ଏହି ମତ ପ୍ରକାଶ କରିଛନ୍ତି । ଆୟୋଜିତ କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି ଦାଶ ବେନହୁରଙ୍କ ପୌରୋହିତ୍ୟରେ ଏକାମ୍ର ଭୁବନେଶ୍ଵର ବିଧାୟକ ବାବୁ ସିଂହ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ଦିଲୀପ ରାଉତରାଏ, ପ୍ରଖ୍ୟାତ ଅର୍ଥନୀତିଜ୍ଞ ରାଜୀବ ଶେଖର ସାହୁ, ସାହିତ୍ୟିକ ତଥା ପୂର୍ବତନ ଆୟକର ଆୟୁକ୍ତ ଶରତ କୁମାର ଦାଶ, ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର ପ୍ରମୁଖ ଅତିଥି ଭାବରେ ଯୋଗଦାନ କରି ପିଲାମାନଙ୍କ ଉଦ୍ଦେଶ୍ୟରେ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମ ଆରମ୍ଭରେ ଉପସଭାପତି ଚିତ୍ତ ମହାପାତ୍ର ସ୍ଵାଗତ ସୂଚନା ପ୍ରଦାନ କରିବା ସହିତ ଅନୁଷ୍ଠାନ ଦୀର୍ଘ ୨୯ ବର୍ଷ ହେଲା ଶହଶହ ଅଭିଭାବକ ଓ ସେମାନଙ୍କର ପିଲାମାନଙ୍କ ସହଯୋଗରେ କିପରି ବିଭିନ୍ନ କାର୍ଯ୍ୟଧାରା ବଜାୟ ରଖିଛି ତାହା ବର୍ଣନା କରିଥିଲେ । ଏହି ଅବସରରେ ଇଟିକିଲି ମିଟିକିଲିର ସଚିବ ଶରତ କୁମାର ନାୟକ ରାଜଧାନୀରେ ପିଲାଙ୍କ ପାଇଁ ଏକ କୋନିକଗିଚା ଓ ଏକ କଣେଇଘର ପ୍ରତିଷ୍ଠା କରାଯାଉ ବୋଲି ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ । ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ଗତ ମଇ ମାସରେ ପିଲାମାନଙ୍କ ପ୍ରତିଭାର ବିକାଶ ନିମନ୍ତେ ଏକ ଚାରିଦିନିଆ ପ୍ରତିଭା ପ୍ରତିଯୋଗିତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଉକ୍ତ ପ୍ରତିଯୋଗିତାରେ କୃଚିତ୍ୱ ହାସଲ କରିଥିବା ଦୁଇଶହ ଜଣ ଶିଶୁ ପ୍ରତିଭାଙ୍କୁ ଆଳିର ଉତ୍ସବରେ ଅତିଥିମାନେ ମାନପତ୍ର ଓ ଫଳକ ପ୍ରଦାନ କରିଥିଲେ । ଏଥିସହିତ ଚଳିତ ୨୦୨୪ ବର୍ଷ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ବାଲ୍ ସାହିତ୍ୟ ପୁରସ୍କାରପ୍ରାପ୍ତ ଶିଶୁ-ସାହିତ୍ୟିକ ମାନସ ରଞ୍ଜନ ସାମଲଙ୍କୁ ଅନୁଷ୍ଠାନ ତରଫରୁ ସମ୍ବର୍ଧନା ପ୍ରଦାନ କରାଯାଇଥିଲାବେଳେ ବରିଷ୍ଠ ଶିଶୁସାହିତ୍ୟିକ ଶରତ କୁମାର ବିଶ୍ଵାଳଙ୍କୁ କ୍ୟାପିଟାଲ ଷ୍ଟୁଡେଣ୍ଟ ଷ୍ଟୋର ପ୍ରଦତ୍ତ ମନବିପ୍ର ସମ୍ମାନରେ ସମ୍ମାନୀତ କରାଯାଇଥିଲା। ଆଜିର ପୁରସ୍କାର ପ୍ରଦାନ ସମାରୋହ ଅବସରରେ ଶିଶୁ-ନୃତ୍ୟଶିଳ୍ପୀମାନଙ୍କଦ୍ୱାରା ଆକର୍ଷଣୀୟ ଦଳଗତ ନୃତ୍ୟ କାର୍ଯ୍ୟକ୍ରମ ନୃତ୍ୟ-ନୈବେଦ୍ୟ ପରିବେଷଣ କରାଯାଇଥିଲା । ଏଥିରେ ଭୁବନେଶ୍ଵରର କଳିଙ୍ଗ ଜିସ, ନୃତ୍ୟନାଦ ଡ୍ୟାନ୍‌ସ ଏକାଡେମୀ, ନୃତ୍ୟକଳା ଡ୍ୟାନ୍‌ସ ଏକାଡେମୀ, ଯାଜପୁରରୋଡ଼ର ଦେବୀ କ୍ୟାନ୍‌ସ ଏକାଡେମୀ ଓ କେନ୍ଦୁଝର ଶାଳପଡ଼ାର ବୀଣାପାଣି କଳାନିକେତନ ପ୍ରମୁଖ ଅଂଶଗ୍ରହଣ କରି ବିଭାକର୍ଷକ ଦଳଗତ ନୃତ୍ୟ ପରିବେଷଣ କରିଥିଲେ । ନୃତ୍ୟ କାର୍ଯ୍ୟକ୍ରମକୁ ଶିଶୁ କଣ୍ଠଶିଳ୍ପୀ ଶାଢୀ ନାରାୟଣୀ ଆଚାର୍ଯ୍ୟ ଓ ସୋହାଗୀ ସମଦର୍ଶୀ ସଂଯୋଚନା କରିଥିଲେ । ଭଟିକିଲି ମିଟିକିଲିର ସଚିବ ଶରତ କୁମାର ନାୟକ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବାବେଳେ, ସାଂସ୍କୃତିକ ସଂପାଦିକା ଅନିତା ରଥ, ସଂଗଠନ ସଂପାଦକ ପ୍ରିୟଦର୍ଶୀ ଶୁଭକାନ୍ତଙ୍କ ସମେତ ସଦସ୍ୟ ହରିହର ଶୁକ୍ଳ, ରଜନୀକାନ୍ତ ରାଉତ, ପ୍ରବୀଣା ପରିଡ଼ା, ନିଷ୍କ୍ରମ ମହାତି, ଶିଳ୍ପୀତା ବିଶ୍ଵାଳ, ପ୍ରିୟଦର୍ଶୀ ସୌମ୍ୟଳାର ପ୍ରମୁଖ ସହଯୋଗ କରିଥିଲେ।

Leave A Comment

All fields marked with an asterisk (*) are required