Search for:
  • Home/
  • ରାଜ୍ୟ/
  • Guru ଶ୍ରୀମତୀ ସିକତା ଦାସଙ୍କୁ ତୃତୀୟ ପଦ୍ମାବତୀ ସମ୍ମାନରେ ସମ୍ମାନୀତ

Guru ଶ୍ରୀମତୀ ସିକତା ଦାସଙ୍କୁ ତୃତୀୟ ପଦ୍ମାବତୀ ସମ୍ମାନରେ ସମ୍ମାନୀତ

Spread the love

Loading

ଭୁବନେଶ୍ୱର:“ସୁନୟନା ଚାରିଟେବୁଲ୍ ଟ୍ରଷ୍ଟ” ଏକ ଓଡିଶୀ ନୃତ୍ୟ ଓ ସଂଗୀତ ଅନୁଷ୍ଠାନ ଦ୍ବାରା ତୃତୀୟ ପଦ୍ମାବତୀ ଉତ୍ସବ ସ୍ଥାନୀୟ ଭଞ୍ଜକଳା ମଣ୍ଡପ ଠାରେ ତା.୨୫.୦୮.୨୦୨୪ରିଖ (ରବିବାର) ଦିନ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମାନ୍ୟବର ସଂସ୍କୃତି, କ୍ରୀଡା ଓ ଯୁବବ୍ୟପାର ମନ୍ତ୍ରୀ ଶ୍ରୀଯୁକ୍ତ ସୂର୍ଯ୍ୟବଂଶୀ ସୁରଜ, ଶ୍ରୀଯୁକ୍ତ ପ୍ରବୋଧ ରଥ ସଚିବ, ଓଡିଶା ସଙ୍ଗୀତ ନାଟକ ଏକାଡେମୀ, ବିଶିଷ୍ଟ ଓଡ଼ିଶୀ ନୃତ୍ୟାଙ୍ଗନା ପଦ୍ମଶ୍ରୀ ଗୁରୁ ଶ୍ରୀମତୀ କୁମ୍‌କୁମ୍ ମହାନ୍ତି ଯୋଗଦେଇ ” ସୁନୟନା ଚାରିଟେବୁଲ ଟ୍ରଷ୍ଟ ” ର এই ଉଦ୍ୟମକୁ ଭୂୟସି ପ୍ରଶଂସା କରିଥିଲେ । ଏହି ଅବସରରେ ବିଶିଷ୍ଟ ଓଡିଶୀ ନୃତ୍ୟାଙ୍ଗନା ଗୁରୁ ଶ୍ରୀମତୀ ସିକତା ଦାସଙ୍କୁ ତୃତୀୟ ପଦ୍ମାବତୀ ସମ୍ମାନରେ ସମ୍ମାନୀତ କରାଯାଇଥିଲା ଏବଂ ମାନପତ୍ର ଓ ଉପଢୌଙ୍କନ ପ୍ରଦାନ କରାଯାଇଥିଲା । ଏହି ଅବସରରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ପ୍ରତିଭାବାନ ସୁନୟନା ଚାରିଟେବୁଲ ଟ୍ରଷ୍ଟର ଓଡିଶୀ ନୃତ୍ୟଶିଳ୍ପୀ କଳାକାରମାନେ ଶ୍ରୀମତୀ ସାଗରୀକା ପରିଡାଙ୍କ ତତ୍ତ୍ୱାବଧାନରେ ବୃନ୍ଦ ଓଡିଶୀ ନୃତ୍ୟ ପରିବେଷଣ କରାଯାଇଥିଲା । ପରେ ପରେ ବିଶିଷ୍ଟ ଓଡିଶୀ ନୃତ୍ୟାଙ୍ଗନା ମୁଗ୍‌ଧା ସୁଦିପ୍ତା ଓ ସୁନୟନା ଦ୍ବନ୍ଦ ନୃତ୍ୟ ଅଭିନୟ ପରିବେଷଣ କରିଥିଲେ । ତାପରେ ଶୈବାଳୀ ରାଉତ କଥକ, ବିଶିଷ୍ଟ ନର୍ଭକ ଶ୍ରୀଯୁକ୍ତ ଜଗତ୍‌ଜିତ୍ ଦାସ, ବୃନ୍ଦ ନୃତ୍ୟ ଶ୍ରୀରାଧା କଳାକୁଞ୍ଜର କଳାକାରମାନେ ମାଣିକ ଗଉଡ଼ୁଣୀ ଓଡିଶୀ ନୃତ୍ୟ ନାଟିକା ତାପରେ ବେଙ୍ଗାଲୁରରୁ ଆସିଥିବା ଅତିଥି କଳାକାର ଶ୍ରୀମତୀ ଦିବ୍ୟା ପ୍ରସାଦ ଭାରତନାଟ୍ୟମ, ନୃତ୍ୟ ପରିବେଷଣ କରିଥିଲେ।ପରିଶେଷରେ ସୁନୟନା ଅନୁଷ୍ଠାନ ତରଫରୁ ଏକ ବୃନ୍ଦ ଲୋକନୃତ୍ୟ ପରିବେଷଣ ହୋଇଥିଲା । ଏହି କାର୍ଯ୍ୟକ୍ରମ ଅନୁଷ୍ଠାନର ଚେୟାରମ୍ୟାନ୍ ଗୁରୁ ଶ୍ରୀମୀତ ସାଗରୀକା ପରିଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ହୋଇଥିବାବେଳେ ଏହାକୁ ସଂଯୋଜନା କରିଥିଲେ ଡ. ମୃତ୍ୟୁଞ୍ଜୟ ରଥ

Leave A Comment

All fields marked with an asterisk (*) are required