୫୩ତମ ଜିଏସଟି ପରିଷଦ ବୈଠକର ସୁପାରିସ
୫୩ତମ ଜିଏସଟି ପରିଷଦ ବୈଠକର ସୁପାରିସ
୨୦୧୭-୧୮, ୨୦୧୮-୧୯ ଏବଂ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ସମ୍ପୂର୍ଣ୍ଣ ଟିକସ ୩୧.୦୩.୨୦୨୫ ପର୍ୟ୍ୟନ୍ତ ପ୍ରଦାନ କରାଯାଇଥିଲେ ସିଜିଏସଟି ଆଇନର ଧାରା ୭୩ (ଅର୍ଥାତ୍ ଠକେଇ, ଚାପ କିମ୍ବା ଜାଣିଶୁଣି ଭୁଲ ବୟାନ ଇତ୍ୟାଦି ମାମଲା) ଅଧୀନରେ ଜାରି କରାଯାଇଥିବା ଡିମାଣ୍ଡ ନୋଟିସ୍ ପାଇଁ ସୁଧ ଏବଂ ଜରିମାନା ଛାଡ଼ କରିବାକୁ ସୁପାରିସ କଲା ଜିଏସଟି ପରିଷଦ
୨୦୧୭-୧୮, ୨୦୧୮-୧୯, ୨୦୧୯-୨୦ ଏବଂ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ୩୦.୧୧.୨୦୨୧ ପର୍ୟ୍ୟନ୍ତ ଦାଖଲ କରାଯାଇଥିବା କୌଣସି ଜିଏସଟିଆର ୩ବି ରିଟର୍ଣ୍ଣ ଜରିଆରେ ସିଜିଏସଟି ଆଇନର ଧାରା ୧୬(୪) ଅଧୀନରେ କୌଣସି ଚାଲାଣ କିମ୍ବା ଡେବିଟ୍ ନୋଟରୁ ଇନପୁଟ୍ ଟ୍ୟାକ୍ସ କ୍ରେଡିଟ୍ ପାଇବାର ସମୟ ସୀମାକୁ ୩୦.୧୧.୨୦୨୧ ବୋଲି ବିବେଚନା କରାଯାଇପାରେ ବୋଲି ଜିଏସଟି ପରିଷଦ ସୁପାରିସ କଲା
ମାମଲା ବୋଝ କମାଇବା ପାଇଁ ବିଭାଗ ଦ୍ୱାରା ଅପିଲ ଦାଖଲ ନିମନ୍ତେ ଜିଏସଟି ଅପିଲ ଟ୍ରିବ୍ୟୁନାଲ ଲାଗି ୨୦ ଲକ୍ଷ ଟଙ୍କା, ହାଇକୋର୍ଟ ପାଇଁ ୧ କୋଟି ଟଙ୍କା ଏବଂ ସୁପ୍ରିମକୋର୍ଟ ଲାଗି ୨ କୋଟି ଟଙ୍କା ଆର୍ଥିକ ସୀମା ସୁପାରିସ କଲା ପରିଷଦ
ଜିଏସଟି ଅଧୀନରେ ଅପିଲ ଦାଖଲ ପାଇଁ ଦାଖଲ କରିବାକୁ ଥିବା ପ୍ରି-ଡିପୋଜିଟ୍ ପରିମାଣ ହ୍ରାସ କରିବାକୁ ଜିଏସଟି କାଉନସିଲ ସୁପାରିସ କଲା
ଜିଏସଟି କାଉନସିଲ ସିଜିଏସଟି ଆଇନର ବ୍ୟବସ୍ଥାରେ ସଂଶୋଧନ କରିବାକୁ ସୁପାରିସ କରିଛି, ଯେଉଁଥିରେ ସରକାର ବିଜ୍ଞପ୍ତି ପ୍ରକାଶ କରିବା ତାରିଖ ଠାରୁ ଜିଏସଟି ଆପିଲେଟ୍ ଟ୍ରିବ୍ୟୁନାଲରେ ଆବେଦନ ଦାଖଲ ପାଇଁ ତିନି ମାସର ଅବଧି ଆରମ୍ଭ ହେବ
ଟିକସଦାତାଙ୍କ ସୁଧ ବୋଝକୁ କମ୍ କରିବା ପାଇଁ ରିଟର୍ଣ୍ଣ ଫାଇଲ କରିବାର ନିର୍ଦ୍ଧାରିତ ତାରିଖରେ ଇଲେକ୍ଟ୍ରୋନିକ୍ କ୍ୟାସ୍ ଲେଜର (ଇସିଏଲ)ରେ ଉପଲବ୍ଧ ରାଶି ଉପରେ ଉକ୍ତ ରିଟର୍ଣ୍ଣ ଫାଇଲ କରିବାରେ ବିଳମ୍ବ ହେଲେ ସିଜିଏସଟି ଆଇନର ଧାରା ୫୦ ଅନୁଯାୟୀ ସୁଧ ଆଦାୟ ନ କରିବାକୁ ସୁପାରିସ କଲା ଜିଏସଟି ପରିଷଦ
ଲାଭଖୋରୀ ନିରାକରଣ ପାଇଁ କୌଣସି ନୂତନ ଆବେଦନ ଗ୍ରହଣ ପାଇଁ ୨୦୨୫ ଏପ୍ରିଲ ପହିଲାରୁ ଜିଏସଟି ପରିଷଦ ଅନ୍ତିମ ଧାରା ସୁପାରିସ କଲା
୧ ଜୁଲାଇ, ୨୦୧୭ରୁ ଅଧିକୃତ କାର୍ୟ୍ୟ ପାଇଁ ଏସଇଜେଡ୍ ୟୁନିଟ୍ /ଡେଭଲପରଙ୍କ ଦ୍ୱାରା ଏସଇଜେଡରେ ଆମଦାନୀ ଉପରେ ଆଦାୟ କରାଯାଉଥିବା କ୍ଷତିପୂରଣ ସେସକୁ ଛାଡ଼ ପାଇଁ ସୁପାରିସ କଲା ଜିଏସଟି ପରିଷଦ
ଜିଏସଟି ପରିଷଦ ଦୁଗ୍ଧ କ୍ୟାନ୍ (ଇସ୍ପାତ, ଲୁହା, ଆଲୁମିନିୟମ), କାର୍ଟୁନ୍, ବକ୍ସ ଏବଂ ଉଭୟ ଆବରଣଯୁକ୍ତ ଏବଂ ଅଣ-ଆବରଣଯୁକ୍ତ କାଗଜ କିମ୍ବା କାଗଜ-ବୋର୍ଡ, ଏକକ କିମ୍ବା ଦ୍ବିତୀୟ ଶକ୍ତି ଉତ୍ସର ସୌର କୁକର; ଅଗ୍ନି ଜଳ ସିଞ୍ଚନ ଯନ୍ତ୍ର ସମେତ ସିଞ୍ଚନ ଯନ୍ତ୍ର ଉପରେ ୧୨% ଜିଏସଟି ଲାଗୁ କରିବାକୁ ସୁପାରିସ କଲା
ଜିଏସଟି ପରିଷଦ ସାଧାରଣ ଲୋକଙ୍କୁ ଭାରତୀୟ ରେଳବାଇ ଦ୍ୱାରା ପ୍ରଦାନ କରାଯାଉଥିବା କେତେକ ସେବା ଏବଂ ଆନ୍ତଃ ରେଳ ଯୋଗାଣକୁ ଟିକସ ଛାଡ଼ କରିବାକୁ ସୁପାରିସ କରିଛି
ଜିଏସଟି କାଉନସିଲ ଆବାସ ସେବା, ଛାତ୍ରଛାତ୍ରୀ ଏବଂ କାର୍ୟ୍ୟରତ ବୃତ୍ତିଜୀବୀଙ୍କୁ ଆଶ୍ୱସ୍ତି ଦେବା ସମ୍ବନ୍ଧୀୟ କେତେକ ରିହାତି ସୁପାରିସ କରିଛି
ପର୍ୟ୍ୟାୟକ୍ରମେ ପଞ୍ଜୀକରଣ ଆବେଦନକାରୀଙ୍କ ବାୟୋମେଟ୍ରିକ ଆଧାରିତ ଆଧାର ପ୍ରମାଣୀକରଣକୁ ସମଗ୍ର ଦେଶରେ ଲାଗୁ କରିବାକୁ ଜିଏସଟି ପରିଷଦ ସୁପାରିସ କଲା
କେନ୍ଦ୍ର ଅର୍ଥ ଓ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଆଜି ନୂଆଦିଲ୍ଲୀରେ ୫୩ତମ ଜିଏସଟି ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ପଙ୍କଜ ଚୌଧୁରୀ, ଗୋଆ ଓ ମେଘାଳୟ ମୁଖ୍ୟମନ୍ତ୍ରୀ, ବିହାର, ହରିୟାଣା, ମଧ୍ୟପ୍ରଦେଶ ଏବଂ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ; ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ (ବିଧାନସଭା ସହିତ)ର ଅର୍ଥମନ୍ତ୍ରୀଙ୍କ ସମେତ ଅର୍ଥ ମନ୍ତ୍ରଣାଳୟ ଓ ରାଜ୍ୟ/ କେନ୍ଦ୍ର ଶାସିତ ଅଞ୍ଚଳର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।