ପ୍ରତିଷ୍ଠିତ ବ୍ୟବସାୟୀଙ୍କ ଘର ସମେତ ୮ଟି ସ୍ଥାନରେ ଜିଏସଟି ଚଢ଼ାଉ
ପ୍ରତିଷ୍ଠିତ ବ୍ୟବସାୟୀଙ୍କ ଘର ସମେତ ୮ଟି ସ୍ଥାନରେ ଜିଏସଟି ଚଢ଼ାଉ
ଭୁବନେଶ୍ୱର:ବାରିପଦା, ମୟୂରଭଞ୍ଜ ଓ ବାଲେଶ୍ବର ଜିଲ୍ଲା ବାଣିଜ୍ୟକର ବିଭାଗ ପକ୍ଷରୁ ବାରିପଦା ସହରର ଜନୈକ ପ୍ରତିଷ୍ଠିତ ବ୍ୟବସାୟୀଙ୍କ ପ୍ରତିଷ୍ଠାନ ଉପରେ ଜିଏସଟି ଚଢ଼ାଉ। ସହରରର ଜଣାଶୁଣା ଲୁଗା ବ୍ୟବସାୟୀ ଅମ୍ବିକା ଶାଢ଼ୀ ହାଉସର ମାଲିକଙ୍କ ଘର ସମେତ ୮ ଗୋଟି ସ୍ଥାନରେ ଏକସଙ୍ଗେ ଜିଏସଟି ଚଢ଼ାଉ ଜାରି ରହିଛି ବୋଲି ମୟୂରଭଞ୍ଜ ଜିଲ୍ଲା ଜିଏସଟି ଡେପୁଟି କମିଶନର କୁଳମଣି ମଲ୍ଲିକଙ୍କ ସୂଚନା।
ସଂପୃକ୍ତ ଲୁଗା ବ୍ୟବସାୟୀଙ୍କ ବାରିପଦା ସହରରେ ଥିବା ୫ ଟି ଲୁଗା ଦୋକାନ, ବାସଗୃହ, ପେଟ୍ରୋଲ ପମ୍ପ, କଲ୍ୟାଣ ମଣ୍ଡପ , ଅଟୋପାର୍ଟସ ଦୋକାନ ଆଦିରେ ଏକ ସଙ୍ଗରେ ତଦନ୍ତ ଆରଂଭ ହୋଇଛି। ଏଥିରେ ମୟୂରଭଞ୍ଜ ଓ ବାଲେଶ୍ଵର ଜିଏସଟି ବିଭାଗର ଅଧିକାରୀ ଏବଂ କର୍ମଚାରୀମାନେ ନିୟୋଜିତ ହୋଇଛନ୍ତି ବୋଲି ମୟୂରଭଞ୍ଜ ଜିଲ୍ଲାର ଡେପୁଟି କମିଶନର କହିଛନ୍ତି।