ଭରତପୁର ଥାନାଧିକାରୀ ଥାନା ମହାନ ଓ ବେଇମାନ ବଦଳି
ବଦଳିଲେ ଭରତପୁର ଥାନାଧିକାରୀ
ଥାନା ସବଇନ୍ସପେକ୍ଟର ଓ କନେଷ୍ଟବଳଙ୍କୁ ବି ବଦଳି
ଭୁବନେଶ୍ୱର ୧୮।୯: ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବିଙ୍କୁ ମାଡ଼ ଘଟଣାରେ ବଡ଼ କାର୍ଯ୍ୟାନୁଷ୍ଠାନ ନିଆଯାଇଛି।
ଭରତପୁର ଥାନା ଅଧିକାରୀ ଦୀନକୃଷ୍ଣ ମିଶ୍ରଙ୍କୁ ଡିସିପି ମୁଖ୍ୟଳୟକୁ ବଦଳି କରାଯାଇଛି। ତାଙ୍କ ସ୍ଥାନରେ କମିଶନରେଟ ମୁଖ୍ୟଳୟରେ ଥିବା ଦୀପକ କୁମାର ଖଣ୍ଡାୟତରାୟଙ୍କୁ ଭରତପୁର ଥାନାଧିକାରୀ ଭାବେ ଅବସ୍ଥାପିତ କରାଯାଇଛି।
ସେହିପରି ଭରତପୁର ଥାନାର ଆସିଷ୍ଟାଣ୍ଡ ସବ ଇନ୍ସପେକ୍ଟର ସଲିଳମୟୀ ସାହୁଙ୍କୁ ଡିସିପି କାର୍ଯ୍ୟଳୟକୁ ବଦଳି କରାଯାଇଛି। ଅନୁରୂପ ଭାବେ କନେଷ୍ଟବଳ ବଳରାମ ହାଁସଦାଙ୍କୁ ଭୁବନେଶ୍ୱର ଆରଓକୁ ବଦଳି କରାଯାଇଛି। ପ୍ରଶାସନିକ ଆବଶ୍ୟକତା ଓ ଜନସ୍ୱାର୍ଥକୁ ଦୃଷ୍ଟିରେ ରଖି ଏହି ଦୁଇ ଜଣକୁ ବଦଳି କରାଯାଇଛି ବୋଲି କମିସନରେଟ ପୁଲିସ ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞପ୍ତିରେ ଦର୍ଶାଯାଇଛି ।