Search for:
  • Home/
  • ରାଜ୍ୟ/
  • ସାଇବର ଠକେଇ ଅଭିଯୋଗ ରେ ଭଦ୍ରକ ରୁ ୬ ଗିରଫ

ସାଇବର ଠକେଇ ଅଭିଯୋଗ ରେ ଭଦ୍ରକ ରୁ ୬ ଗିରଫ

Spread the love

Loading

ସାଇବର ଠକେଇ ଅଭିଯୋଗ ରେ ଭଦ୍ରକ ରୁ ୬ ଗିରଫ

ଭୁବନେଶ୍ୱର: ଭଦ୍ରକ ଜିଲ୍ଲାରେ 5 ଜଣିଆ ମୁମ୍ବାଇ ପୋଲିସ ଟିମ , ସାଇବର ଠକେଇ ଅଭିଯୋଗ କୁ ନେଇ ଭଦ୍ରକ ଆସିଛନ୍ତି ମୁମ୍ବାଇ ପୋଲିସ |ଭଦ୍ରକ ଟାଉନ ପୋଲିସ ସହାୟତାରେ 6 ଜଣ ସାଇବର ଠକ ଙ୍କୁ ଧରିଛି ମୁମ୍ବାଇ ପୋଲିସ |
ସୂଚନାମୁତାବକ ଲୋନ କରାଇଦେବା କୁ କହି ଲୋକଙ୍କ ପାଖରୁ ଦସ୍ତାବିଜ ନେଇ ବ୍ୟାଙ୍କ ଆକାଉଣ୍ଟ ହ୍ୟାକ କରୁଥିଲେ ସାଇବର ଠକ ଆଉ ବ୍ୟାଙ୍କ ଆକାଉଣ୍ଟ ରେ ଥିବା ଟଙ୍କା କୁ କିଛି ଯୁବକଙ୍କୁ କମିଶନ ପ୍ରଲୋଭନ ଦେଖାଇ ସେମାନଙ୍କ ଆକାଉଣ୍ଟ କୁ ପଠାଉଥିଲେ ହ୍ୟାକ କରି ଆଣିଥିବା ଟଙ୍କା କୁ ଆଉ କମିଶନ ମଧ୍ୟ ଦେଉଥିଲେ |ତେବେ ମାଷ୍ଟର ମାଇଣ୍ଡ ମୁମ୍ବାଇ ରେ ରହି ସାଇବର ଠକେଇ କରୁଥିବା ବେଳେ ସାରା ଦେଶରେ ଅନେକ ସ୍ଥାନର କିଛି ଯୁବକଙ୍କୁ ଠକେଇ ରେ ସାମିଲ କରୁଥିଲେ ସେମାନଙ୍କ ମଧ୍ୟରୁ ଭଦ୍ରକ ରେ ମଧ୍ୟ କିଛି ଯୁବକ ରହିଥିଲେ ଯେଉଁମାନଙ୍କ ଆକାଉଣ୍ଟ କୁ ଟଙ୍କା ଆସୁଥିଲା ସେମାନେ କମିଶନ ପାଉଥିଲେ |ଏଭଳି ଏକ ଅଭିଯୋଗ ମୁମ୍ବାଇ ପୋଲିସ ପାଖରେ ଥିଲା ଗତ କାଲି ମୁମ୍ବାଇ ପୋଲିସ ର 5 ଜଣିଆ ଟିମ ଭଦ୍ରକ ରେ ପହଂଚି ଭଦ୍ରକ ସହରାଞ୍ଚଳ ପୋଲିସ ର ସହାୟତାରେ 8 ଜଣଙ୍କୁ ସନ୍ଦେହରେ ଗିରଫ କରିଥିଲା ସେମାନଙ୍କ ମଧ୍ୟରୁ 6 ଜଣଙ୍କୁ ଠକେଇ ରେ ସମ୍ପୃକ୍ତ ଥିବା ନେଇ ଗିରଫ କରି ଡାକ୍ତରୀ ମାଇନା କରି ମୁମ୍ବାଇ ନେବା ପାଇଁ ପ୍ରସ୍ତୁତି କରିଛି ମୁମ୍ବାଇ ପୋଲିସ ଏବଂ ବାକି 2 ଜଣଙ୍କ ନାମରେ କୌଣସି ପକ୍କା ପ୍ରମାଣ ନଥିବାରୁ ସେମାନଙ୍କୁ ପୋଲିସ ଖାଲି ପଚରା ଉଚୁରା କରି ଅଟକ ରଖିଥିବା ଜଣାପଡିଛି |ତେବେ ସାଇବର ଠକେଇ ଦିନକୁ ଦିନ ବଢ଼ୁଥିବା ବେଳେ ମୁମ୍ବାଇ ରେ ସାଇବର ଅପରାଧ ର ଚେର ଭଦ୍ରକ କୁ ଲମ୍ବିବା ଭଦ୍ରକ ପୋଲିସ ସହ ଭଦ୍ରକ ବାସୀଙ୍କ ମୁଣ୍ଡବ୍ୟଥାର କାରଣ ପାଲଟିଛି |ଏଭଳି ଏକ ବଡ ଠକେଇ 56 ଲକ୍ଷ ଟଙ୍କାର ହୋଇଥିବା ମୁମ୍ବାଇ ପୋଲିସ ପକ୍ଷରୁ ସୂଚନା ମିଳିଛି |

Leave A Comment

All fields marked with an asterisk (*) are required