Search for:
  • Home/
  • ରାଜ୍ୟ/
  • ଗଣେଶ ପୂଜାରେ କଟକ-ଭୁବନେଶ୍ୱରରେ ଡିଜେ ବନ୍ଦ ।

ଗଣେଶ ପୂଜାରେ କଟକ-ଭୁବନେଶ୍ୱରରେ ଡିଜେ ବନ୍ଦ ।

Spread the love

Loading

ଭୁବନେଶ୍ୱର:ଏଥର ଗଣେଶ ପୂଜାରେ କଟକ-ଭୁବନେଶ୍ୱରରେ ଡିଜେ ବନ୍ଦ । ଗଣେଶ ପୂଜା ନେଇ ଆଜି କଟକରେ ଏକ ବୈଠକ ବସିଥିଲା । ଏହା ପରେ ପୁଲିସ କମିଶନର ସଞ୍ଜୀବ ପଣ୍ଡା ଏହି ସୂଚନା ଦେଇଛନ୍ତି ।ସେପ୍ଟେମ୍ୱର ୭ ତାରିଖରେ ଏଥର ଗଣେଶ ପୂଜା ପଡୁଛି । ଏଥର ବିକୃତ ମୂର୍ତ୍ତି ନିର୍ମାଣ ଓ ପୂଜା ନଜରକୁ ଆସିଲେ କାର୍ୟ୍ୟାନୁଷ୍ଠାନ ହେବ । ପୁଷ୍ପାଞ୍ଜଳି ବେଳେ ନିଶାମୁକ୍ତ ଶପଥ କରାଇବେ ପୂଜକ । ଏଭଳି କରିବାକୁ ପ୍ରତି ପୂଜା କମିଟିକୁ ଲିଖିତ ଜଣାଇବେ କମିଶନରେଟ ପୁଲିସ । ସେହିଭଳି ଭସାଣ ଶୋଭାଯାତ୍ରା ପୂର୍ବରୁ ପୁଲିସ ଅନୁମତି ଜରୁରୀ । ଗଣେଶ ପୂଜା ପାଇଁ ଜୋର ଜବରଦସ୍ତ ଚାନ୍ଦା ଆଦାୟକୁ ବାରଣ କରାଯାଇଛି । ଅଧିକ ଭିଡ ନିୟନ୍ତ୍ରଣ ପାଇଁ ଅଧିକ ଫୋର୍ସ ମୁତୟନ ରହିବେ । ତେବେ କଟକରେ ଭସାଣ ୧୫, ୨୨ ଓ ୨୯ ତାରିଖରେ ହେବ ।

Leave A Comment

All fields marked with an asterisk (*) are required