Search for:
  • Home/
  • ରାଜ୍ୟ/
  • ଅଦିନିଆ ରଥଯାତ୍ରାକୁ ନେଇ ଚେତାବନୀ ଗଜପତି ମହାରାଜ

ଅଦିନିଆ ରଥଯାତ୍ରାକୁ ନେଇ ଚେତାବନୀ ଗଜପତି ମହାରାଜ

Spread the love

Loading

ଅଦିନିଆ ରଥଯାତ୍ରାକୁ ନେଇ ଇସ୍କନକୁ ଗଜପତି ମହାରାଜାଙ୍କ ଚେତାବନୀ
ଭୁବନେଶ୍ୱର: ପୁରୀ: ଅଦିନିଆ ରଥଯାତ୍ରା ଓ ସ୍ନାନ ଯାତ୍ରାକୁ ନେଇ ଗଜପତି ମହାରାଜାଙ୍କ ସାମ୍ବାଦିକ ସମ୍ମିଳନୀ। ଇସ୍କନ ରଥଯାତ୍ରା ସନାତନ ଧର୍ମ ଓ ଜଗନ୍ନାଥଙ୍କ ସଂସ୍କୃତିର ଉଲଙ୍ଘନ ହେଉଛି। ୧୯୬୭ ମସିହାରୁ ଏହାକୁ ବନ୍ଦ କରିବାକୁ ଆମେ ପ୍ରାୟାସ କରୁଛୁ। ହେଲେ ତାହାର ପ୍ରଭାବ ପଡିଲାନି। ୨୦୦୭ରେ ରଥଯାତ୍ରା ସେମାନେ ଆରମ୍ଭ କଲେ। ଶ୍ରୀ ମନ୍ଦିର ପ୍ରଶାସକ ତାଙ୍କୁ ଚିଠି ଲେଖିଲେ ହେଲେ ସେମାନେ ତାହାକୁ ମାନିଲେ ନାହିଁ । ଉଲଘଂନ କରିବା ଉଚିତ ନୁହେଁ । ୨୦୦୮ ଫେବ୍ରୁଆରୀ ମାସରେ ଇସ୍କନ ମୁଖ୍ୟ କାର୍ଯ୍ୟାଳୟକୁ ଚିଠି ଲେଖାଯାଇଛି। ହେଲେ ତାହାକୁ ଇସ୍କନ ମାନିଲାନି। ସେମାନେ ଭାରତ ଓ ଭାରତ ବାହାରେ ରଥଯାତ୍ରା କଲେ।୨୦୨୧ ଜୁଲାଇରେ ବିଧିବଧ ସଙ୍କଳ୍ପ ପାରିତ କଲେ ଯେ, ଭାରତ ଭିତରେ ଅଦିନିଆ ରଥଯାତ୍ରା ହେଉନାହିଁ । ଇସ୍କନ ରଥଯାତ୍ରା ନୁହେଁ, ପ୍ରଚାର ଯାତ୍ରା କରୁଛନ୍ତି । ସେମାନେ କୀର୍ତ୍ତନ ଯାତ୍ରା କରିବା ଦରକାର। ମହାପ୍ରଭୁଙ୍କୁ ସେମାନେ ବାହାରକୁ ନେବା ଉଚିତ ନୁହେଁ । ଭାରତ ବାହାରେ ଇସ୍କନ ଅଦିନିଆ ରଥଯାତ୍ରା କରୁଛି। ୨୦୨୧ ପରଠାରୁ ସେମାନେ ଭାରତ ବାହାରେ ଅଦିନିଆ ରଥଯାତ୍ରା କରୁଛନ୍ତି । ଅତି ବିଚିତ୍ର ଭାବେ ଭାରତ ବାହାରେ ରଥଯାତ୍ରା କରୁଛନ୍ତି। ମୁଁ ଇସ୍କନ ସଭାପତି ଓ ଇସ୍କନ ମୁଖ୍ୟ କାର୍ଯ୍ୟାଳୟକୁ ସବୁ କାରଣ ଦର୍ଶାଇ ଚିଠି ଲେଖିଲି। ହେଲେ ତାହାର ଉତ୍ତର ଦେଲେ ନାହିଁ । ଶୁଭ କଥା ହେଉଛି ଭକ୍ତ ମାନଙ୍କ ଭାବାବେଗ ଅନୁସାରେ ସାନ୍ନ ଯାତ୍ରା ବନ୍ଦ କଲେୟ ହେଲେ ଏବେ ବି ରଥଯାତ୍ରା ପ୍ରସ୍ତୁତି ଚଳାଇଛନ୍ତି। ନାଇଜରିଆରେ ମଧ୍ୟ ସେମାନେ ଅଦିନିଆ ରଥଯାତ୍ରା କରିବାକୁ ନିଷ୍ପତି ନେଇଛନ୍ତି। ମାର୍ଚ୍ଚ ମାସରେ ତାଙ୍କର ବାର୍ଷିକ ସଭା କରିବେ। ଏ ବିଷୟରେ ଆଲେଚନା ହେବ। ଆମେ ପୁଣିଥରେ ଚିଠି ଲେଖିବି। ମାର୍ଚ୍ଚରେ ଯଦି ଇସ୍କନ ତାହାର ବାର୍ଷିକ ବୈଠକରେ ଭାରତ ବାହାରେ ରଥଯାତ୍ରା ବନ୍ଦ ନ କରେ ତେବେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ଆମେ ବାଧ୍ୟ ହେବୁ ବୋଲି ପୁରୀ ଗଜପତି ମହାରାଜା କହିଛନ୍ତି।

Leave A Comment

All fields marked with an asterisk (*) are required