G20 India ଏବଂ Civil 20 India ସହଯୋଗରେ ଏକ ଶିଖର ସମ୍ମିଳନୀ
ଭୁବନେଶ୍ୱର:ପ୍ରୟାସ ଅନୁଷ୍ଠାନ ଆନୁକୂଲ୍ୟରେ G20 India ଏବଂ Civil 20 India ସହଯୋଗରେ ଏକ ଶିଖର ସମ୍ମିଳନୀ ମେ ଫେୟାର କନଭେନସନ, ଭୁବନେଶ୍ୱର ଠାରେ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ରେ ଦୁଇଟି ଆଲୋଚନା ଚକ୍ର ସାମିଲ ହୋଇଥିଲା l ପ୍ରଥମେ “ଆଜିର ଦିନରେ ହୋଲିଷ୍ଟିକ ଜୀବନ ଶୈଳୀ”ଆଲୋଚନା ହୋଇଥିଲା l ଏହି ଆଲୋଚନା ରେ ସମ୍ମାନିତ ଅତିଥିଭାବେ CYSD ର ପ୍ରତିଷ୍ଠାତା ଶ୍ରୀଯୁକ୍ତ ଜଗଦାନନ୍ଦ, ପଦ୍ମଶ୍ରୀ ଇଲିଆନ ସୀତାରିଷ୍ଟ,ସମ୍ବାଦ ଗ୍ରୁପର ମୁଖ୍ୟ କାର୍ଯ୍ୟନିର୍ଦ୍ଧେଶିକା ଶ୍ରୀମତୀ ତନୟା ପଟ୍ଟନାୟକ, କର ଫାଉଣ୍ଡେସନ ର ପ୍ରତିଷ୍ଠାତା ଓ ରୋଟାରୀଆନ ଶ୍ରୀଯୁକ୍ତ ଅଶ୍ୱିନୀ କର, ଯୁକ୍ତରାଷ୍ଟ୍ର ଆମେରିକା କାଲିଫର୍ନିଆ ବିଶ୍ୱବିଦ୍ୟାଳୟ ର ପ୍ରଫେସର ତ୍ରୈଲୋକ୍ୟ ପଣ୍ଡା, ଲଣ୍ଡନ ସାଂସ୍କୃତିକ ଉତ୍କର୍ଷ କେନ୍ଦ୍ରର ପ୍ରତିଷ୍ଠାତା ଶ୍ରୀମତୀ ରାଗlସୁଦା ଭିଂଜାମୁରି, G20 ଭାରତ ର କୋଷାଧକ୍ଷ ଓମ ପ୍ରିୟଦର୍ଶୀ ଛୋଟରାୟ ସହକାରୀ ପ୍ରଫେସର ତଥା ଯନ୍ତ୍ରଣା ଉପଶମ ଚିକିତ୍ସକ ଡାକ୍ତର ଶୋଭନ କୁମାର ରଥ, ବ୍ରହ୍ମାକୁମାରୀ ବିଶ୍ୱବିଦ୍ୟାଳୟ ର ଭଉଣୀ ଲିନା, ସତସଙ୍ଗ କେନ୍ଦ୍ର ର ମହାପତି ୠତ୍ଵିକ ଶ୍ରୀଯୁକ୍ତ ହରିହର ପଣ୍ଡା ମହୋଦୟ ପ୍ରଭୃତି ଆଲୋଚନା ରେ ଅଂଶ ଗ୍ରହଣ କରି ସେମାନଙ୍କର ବହୁମୂଲ୍ୟ ମତ ଉପସ୍ଥାପନ କରିଥିଲେ l