Search for:
  • Home/
  • ରାଜ୍ୟ/
  • “ବନ୍ଧୁତ୍ୱ” ବନ୍ଧୁ ଶବ୍ଦଟି ଶୁଣିଲେ ବହୁତ ସୁନ୍ଦର

“ବନ୍ଧୁତ୍ୱ” ବନ୍ଧୁ ଶବ୍ଦଟି ଶୁଣିଲେ ବହୁତ ସୁନ୍ଦର

Spread the love

Loading

“ବନ୍ଧୁତ୍ୱ”

ଭୁବନେଶ୍ୱର:ବନ୍ଧୁ ଶବ୍ଦଟି ଶୁଣିଲେ ବହୁତ ସୁନ୍ଦର ଲାଗେ l ଏହି ବନ୍ଧୁ ଶବ୍ଦକୁ ନିବିଡ଼ ବା ଟାଣ କରିବା ପାଇଁ ଆମେ ପ୍ରତ୍ୟେକ ବର୍ଷ ଅଗଷ୍ଟ ମାସର ପ୍ରଥମ ରବିବାରକୁ ଆମେ ବିଶ୍ୱ ବନ୍ଧୁତ୍ୱ ଦିବସ ପାଳନ କରୁ l ଏମିତିକି ଆମେ ଗୋଟେ ଭୋଜିର ଆୟୋଜନ କରି ସେଥିରେ ମଦ, ମାଂସ କରି ମଜା କରିଥାଉ l ସତରେ କଣ ଏହାକୁ ଆମେ କହିବା କଣ ବନ୍ଧୁତ୍ୱ l ବନ୍ଧୁ କହିବା ଆମେ ଦ୍ୱାପର ଯୁଗରେ ଥିଲେ କୃଷ୍ଣସୁଦାମା ଯାହାକି ବାଲ୍ୟ କାଳରୁ ଆରମ୍ଭ ହୋଇ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଦୁହେଁ ଦୁହିଁଙ୍କୁ ଏତେ ଭଲ ପାଉଥିଲେ ସାରା ବିଶ୍ୱବାସି ତାଙ୍କ ବନ୍ଧୁତ୍ୱକୁ ଦେଖି ବା ଶୁଣୀ ଇର୍ଷା କରୁଥିଲେ l ଜଣେ ଅତନ୍ତ୍ୟ ଗରିବ ହୋଇଥିଲେ ଆଉଜଣେ ରାଜା ଥିଲେ l କିନ୍ତୁ ରାଜା ଆସନରେ ଥାଇ ମଧ୍ୟ ଗରିବ ବନ୍ଧୁଙ୍କୁ କେବେସେ ଛାଡି ନାହାନ୍ତି l ସୁଦାମା ନଖାଇଲେ କୃଷ୍ଣବି ଖାଉନଥିଲେ l ଦୁହେଁ ଦୁହିଁଙ୍କୁ ଏତେ ଭଲ ପାଉଥିଲେ ଯେ କିଛି ଅସୁବିଧାରେ କିଏ ପଡିଲେ ସେ ଅସ୍ତବ୍ୟସ୍ତ ହୋଇଯାଉଥିଲେ l ତାଙ୍କ ପରି ବନ୍ଧୁ ଏ ବିଶ୍ୱ ପାଇଁ ଗୋଟେ ସ୍ୱତନ୍ତ୍ର ଉଦ୍ଧାରଣ l ହଁ ଆଜ୍ଞା ଦୁନିଆ ବହୁତ ଆଗକୁ ପଳାଇଛି ଯାହା କି ଆମେ ବନ୍ଧୁତ୍ୱ ଦିବସ ଆସିଲେ ଆମେ ନିଜ ନିଜ ସାଙ୍ଗ ମାନଙ୍କୁ ସୋସିଆଲ ମିଡ଼ିଆ ମାଧ୍ୟରେ ଶୁଭେଚ୍ଛା ଜଣାଇ ଦେଉଛୁ l ସେତିକିରେ ହି ସରିଗଲା ଆମ ବନ୍ଧୁତ୍ୱ l ଏହାକୁ କଣ ଆମେ କହିବା ଗୋଟେ ସୁନ୍ଦର ବନ୍ଧୁତ୍ବର କାମ l କିନ୍ତୁ ବାସ୍ତବକୁ ଗଲେ ଆପଣ ମାନେ ଜାଣିପାରିବେ ବର୍ତ୍ତମାନ କିଛିନା କିଛି ଆମେ ବିଭିନ୍ନ ପ୍ରକାରର ବାହାନା କରି ବନ୍ଧୁ ଠାରୁ ଦୁରେଇ ଯାଉଛେ l ଏହା ପଛରେ କିଛି ସ୍ୱାର୍ଥ ରହୁନିତ l ଆଜିର ବନ୍ଧୁ ମାନେ ସବୁ ବିପତ ସମୟରେ ହି ଦୁରେଇ ଯାଉଛନ୍ତି l କହିପାରିବାନି ସବୁ ବନ୍ଧୁତ୍ୱ ଏହାଯେ କରୁଛନ୍ତି ତାହା ନୁହେଁ l କିନ୍ତୁ ଶହେ ଭାଗରୁ ଅଶି ଭାଗ ଚାଲିଛି l ଆପଣ ମାନେ ଜାଣନ୍ତି ବା ବାସ୍ତବରେ ଦେଖୁଥିବେ l ଯେ କୌଣସି ବନ୍ଧୁ କିଛି ବିପତିର ସମ୍ମୁଖିନ ହୋଇ ଆଉ କିଛି ବନ୍ଧୁକୁ ସାହାଯ୍ୟ ପାଇଁ କହିଲା ଯଥା ଆମେ କହିପାରିବା ସେ ଟଙ୍କା ହେଉ, ରାସ୍ତାରେ କିଛି ଅସୁବିଧା ହେଉ ଏମିତିକି ଆଉ ଅନାନ୍ୟ ସାହାର୍ଯ୍ୟ ହେଉ କିନ୍ତୁ ସେ ପାଇବା ବଦଳଳେ କିଛିନା କିଛି ସେ ବାହାନା କରି ରହିଯିବେ l ଆମେ କଣ ସାହାର୍ଯ୍ୟକୁ ସବୁ ଖାଲି ସ୍ୱାର୍ଥରେ ନେବା l ସେ ମୋ କାମରେ ଆସିନି ମୁଁ କାହିଁ ତା କାମରେ ଯିବି l ସେ ମୋ ଅସୁବିଧାରେ ଛିଡା ହୋଇନି ମୁଁ କାହିଁ ତା ଅସୁବିଧାରେ ଛିଡା ହେବି l ଆମେ ଏଇ ସବୁ ଛୋଟ ଛୋଟ କଥାକୁ ନେଇ ଆମ ସୁନ୍ଦର ବନ୍ଧୁତ୍ୱକୁ ଜଳାଞ୍ଜଳି କରିଦେଉ l ଆପଣ ମାନେ ଜାଣିଛନ୍ତି ଆଜିର ସମାଜରେ କଣ ଚାଲିଛି କିଏ ଟଙ୍କା ପାଇଁ ବନ୍ଧୁକୁ ମାରିଦେଉଛିତ, ଆଉ କିଏ ସମ୍ପତି ପାଇଁ ଆଉ କିଏ କିଏ ପଦପଦବୀ ପାଇଁ ଭଲ ସାଙ୍ଗକୁ ହଇରାଣ କରିବାକୁ ବି ପଛାଉନି l ଆଜିର ସମାଜରେ ଏହିପରି ବନ୍ଧୁ ମାନେ ଅଛନ୍ତିଯେ ସେ ମହାକାଳ ଫଳ ପରି ହୋଇଥାନ୍ତି l ଯେମିତି ମହାକାଳ ଫଳ ଓପରକୁ ସୁନ୍ଦର କିନ୍ତୁ ଭିତରଟା ଭାରି ଅସୁନ୍ଦର l ଆସ ଆଜି ଆମେ ଏହି ବିଶ୍ୱ ବନ୍ଧୁତ୍ବ ଦିବସରେ ଶପଥ ନେବା ସବୁବେଳେ ପାଇଁ ଯେତେ ଅସୁବିଧା ଆସୁନା କାହିଁକି କୃଷ୍ଣସୁଦାମା ପରି ବନ୍ଧୁ ହେବା ଆଉ ଆମ ବନ୍ଧୁତ୍ୱକୁ ନିବିଡ଼ କରି ଦୁନିଆକୁ ଦେଖାଇଦେବା l (ବିଶ୍ୱ ବନ୍ଧୁତ୍ବ ଦିବସ ଉପଲକ୍ଷେ ସମସ୍ତଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ

Leave A Comment

All fields marked with an asterisk (*) are required