Search for:
  • Home/
  • ରାଜ୍ୟ/
  • ବିଧାନସଭା ଓ ଲୋକସଭା ନିର୍ବାଚନରେ ଅଧିକରୁ ଅଧିକ ଆସନରେ ପାର୍ଥୀ ଦେବ ଫରୱାର୍ଡ଼ ବ୍ଲକ୍‌

ବିଧାନସଭା ଓ ଲୋକସଭା ନିର୍ବାଚନରେ ଅଧିକରୁ ଅଧିକ ଆସନରେ ପାର୍ଥୀ ଦେବ ଫରୱାର୍ଡ଼ ବ୍ଲକ୍‌

Spread the love

Loading

 

ଫରୱାର୍ଡ଼ ବ୍ଲକ୍ ରାଜ୍ୟ କମିଟି ବୈଠକରେ ନିଷ୍ପତି
ନେତାଜୀଙ୍କ ଆଦର୍ଶରେ ରାଜ୍ୟ ବିଧାନସଭା ଓ ଲୋକସଭା ନିର୍ବାଚନରେ ଅଧିକରୁ ଅଧିକ ଆସନରେ ପାର୍ଥୀ ଦେବ ଫରୱାର୍ଡ଼ ବ୍ଲକ୍‌

ଭୁବନେଶ୍ୱର, ୨୧.୦୩.୨୦୨୪ : ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଦ୍ୱାରା ପ୍ରତିଷ୍ଠିତ ରାଜନୈତିକ ଦଳ ଅଲ୍ ଇଣ୍ଡିଆ ଫରୱାର୍ଡ଼ ବ୍ଲକ୍‌, ଓଡ଼ିଶା ରାଜ୍ୟ କମିଟିର ଜରୁରୀ ବୈଠକ ଆଜି ପାର୍ଟିର ରାଜ୍ୟ କାର୍ଯ୍ୟାଳୟ ଭୁବନେଶ୍ୱର ୟୁନିଟ୍‌-୬ ସ୍ଥିତ ନେତାଜୀ ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଫରୱାର୍ଡ଼ ବ୍ଲକ୍‌ର ରାଜ୍ୟ ସଭାପତି ପୂର୍ଣ୍ଣଚନ୍ଦ୍ର ପାଢ଼ୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ରାଜ୍ୟ କମିଟି ବୈଠକରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜନବିରୋଧି ନିଷ୍ପତି, ବେକାରୀ, ଚାଷି ଓ ଶ୍ରମଜୀବି ଜନତାଙ୍କ ସମସ୍ୟା ସଂକ୍ରାନ୍ତରେ ବ୍ୟାପକ ଭାବରେ ଆଲୋଚନା କରାଯାଇ ଏଥି ଜନିତ ସୃଷ୍ଠ ଜନ ଅସନ୍ତୋଷକୁ ଆୟୁଦ୍ଧ କରି ନେତାଜୀ ସୁଭାଷଙ୍କ ଆଦର୍ଶରେ ଆସନ୍ତା ସାଧାରଣ ନିର୍ବାଚନ ଲଢ଼ିବା ପାଇଁ ନିଷ୍ପତି ଗ୍ରହଣ କରାଯାଇଛି । ଏହି କ୍ରମରେ ପାର୍ଟିର ବିଭିନ୍ନ ଜିଲ୍ଲା କମିଟିର ସୁପାରିସ ଆଧାରରେ ଚୟନ ହୋଇଥିବା ବିଭିନ୍ନ ଲୋକସଭା ଓ ବିଧାନସଭା ନିର୍ବାଚନ ମଣ୍ଡଳୀ ଏବଂ ଉକ୍ତ ନିର୍ବାଚନ ମଣ୍ଡଳୀରେ ସମ୍ଭାବ୍ୟ ପ୍ରାର୍ଥୀମାନଙ୍କ ସଂକ୍ରାନ୍ତରେ ଆଲୋଚନା କରାଯାଇଥିଲା । ଏହି ବୈଠକରେ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା କରାଯାଇ ପ୍ରଥମ ପର୍ଯ୍ୟାୟରେ ଦୁଇ ଗୋଟି ଲୋକସଭା ଏବଂ ଦଶଗୋଟି ବିଧାନସଭା କ୍ଷେତ୍ରରେ ପାର୍ଥୀମାନଙ୍କ ନାମ ଚୂଡ଼ାନ୍ତ କରାଯାଇଥିଲା । ବ୍ରହ୍ମପୁର ଲୋକସଭା ଆସନରୁ ଫରୱାର୍ଡ଼ ବ୍ଲକ୍ ଗଞ୍ଜାମ ଜିଲ୍ଲା କମିଟିର ସାଧାରଣ ସମ୍ପାଦକ ସନ୍ତୋଷ ସାହୁ, ବଲାଙ୍ଗିର ଲୋକସଭା ଆସନରୁ ଯୁବ ଶ୍ରମିକ ନେତା ସୁଶିଲ ଥାନପତିଙ୍କୁ ପାର୍ଥୀ କରାଯିବା ପାଇଁ ଆଜିକାର ବୈଠକରେ ନିଷ୍ପତି ଗ୍ରହଣ କରାଯାଇଛି । ଅନୁରୂପ ଭାବରେ ଚିକିଟି ବିଧାନସଭା ଆସନରୁ ଫରୱାର୍ଡ଼ ବ୍ଲକ୍‌ର ଗଞ୍ଜାମ ଜିଲ୍ଲା ସଭାପତି ବିଭୁଧେନ୍ଦ୍ର ପାଢ଼ୀ, ପାରାଳଖେମୁଣ୍ଡି ଆସନରୁ ଯୁବ ନେତା ପାୟଲା ମୁରଲିକ୍ରିଷ୍ଣା, ବାଲେଶ୍ୱର ବିଧାନସଭା ଆସନରୁ ଏସ୍‌.କେ ଅବ୍‌ଦୁଲ୍ ତାଲିବ୍‌, ପାଟଣାଗଡ଼ ଆସନରୁ ଚୈତନ ବାଗ, ଜୁନାଗଡ଼ ଆସନରୁ ଆଡ଼ଭୋକେଟ ରାଜେନ୍ଦ୍ର ବୈଠାରୁ, ଲାଞ୍ଜିଗଡ଼ ଆସନରୁ ଉଦ୍ଧବ ନାୟକ, କୋରାପୁଟ ଆସନରୁ ଧନୁର୍ଯୟ ହନ୍ତାଳ, ତାଳଚେର ଆସନରୁ ମନୋଜ କୁମାର ଜେନା, କାକଟପୁର ଆସନରୁ ରବିନ୍ଦ୍ର କାଣ୍ଡି ଏବଂ ନିମାପଡ଼ା ବିଧାନସଭା ଆସନରୁ ପାର୍ଟିର ରାଜ୍ୟ ନେତା ଜିତେନ୍ଦ୍ରୀୟ ବେହେରାଙ୍କୁ ଫରୱାର୍ଡ଼ ବ୍ଲକ୍ ପକ୍ଷରୁ ପାର୍ଥୀ କରାଯିବା ପାଇଁ ନିଷ୍ପତି ଗ୍ରହଣ କରାଯାଇଛି ।
ସୂଚନାଯୋଗ୍ୟ ଯେ ଅଲ୍ ଇଣ୍ଡିଆ ଫରୱାର୍ଡ଼ ବ୍ଲକ୍ ପୂର୍ବରୁ କଂଗ୍ରେସ ନେତୃତ୍ୱାଧିନ ଇଣ୍ଡିଆ ମେଂଟର ଅନ୍ୟତମ ଅଂଶିଦାର ଦଳ ଭାବରେ ଥିବାବେଳେ ନିର୍ବାଚନୀ ମେଂଟ ସଂକ୍ରାନ୍ତରେ କଂଗ୍ରେସ ଦଳର କାଳକ୍ଷେପଣ ନୀତି ଯୋଗୁଁ ଗତ ଫେବୃଆରୀ ମାସରେ ଅନୁଷ୍ଠିତ ପାର୍ଟିର ରାଜ୍ୟ କମିଟି ବୈଠକରେ ଇଣ୍ଡିଆ ମେଂଟରୁ ଓହରି ଯାଇ ନିଜଶ୍ୱ ଭାବରେ ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ପାର୍ଥୀ ଦେବା ପାଇଁ ନିଷ୍ପତି ନିଆଯାଇଥିଲା । ଏହି କ୍ରମରେ ଆଜି ରାଜ୍ୟ କମିଟି ବୈଠକରେ ଆଲୋଚନା କରାଯାଇ ବାର ଗୋଟି ଆସନରେ ସମ୍ଭାବ୍ୟ ପାର୍ଥୀମାନଙ୍କ ନାମ ତାଲିକା ଘୋଷଣା କରାଯାଇଥିବା ବେଳେ ଦୋଳ ଛୁଟି ପରେ ଅନ୍ୟାନ୍ୟ ବିଧାନସଭା ଏବଂ ଲୋକସଭା ଆସନ ନିମନ୍ତେ ସମ୍ଭାବ୍ୟ ପ୍ରାର୍ଥୀମାନଙ୍କ ତାଲିକା ଉପରେ ରାଜ୍ୟ କମିଟିରେ ଆଲୋଚନା ପରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ଘୋଷଣା କରାଯିବ ବୋଲି ଫରୱାର୍ଡ଼ ବ୍ଲକ୍ ପକ୍ଷରୁ ରାଜ୍ୟ ସାଧାରଣ ସମ୍ପାଦକ ଜ୍ୟୋତି ରଂଜନ ମହାପାତ୍ର ଏକ ପ୍ରେସ୍ ବିବୃତି ମାଧ୍ୟମରେ ପ୍ରକାଶ କରିଛନ୍ତି ।

Leave A Comment

All fields marked with an asterisk (*) are required