Search for:
  • Home/
  • Bda/
  • ଅପରାଜିତା ଷଡଙ୍ଗୀଙ୍କ ଦ୍ୱାରା ହଂସପାଳ ପ୍ଲାଏ ଓଭର ଭୁବନେଶ୍ୱର ହେଲେ ଫିତା କଟା

ଅପରାଜିତା ଷଡଙ୍ଗୀଙ୍କ ଦ୍ୱାରା ହଂସପାଳ ପ୍ଲାଏ ଓଭର ଭୁବନେଶ୍ୱର ହେଲେ ଫିତା କଟା

Spread the love

Loading

ବହୁ ପ୍ରତିକ୍ଷିତ ହଂସପାଳ ପ୍ଲାଏ ଓଭର ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଦ୍ୱାରା
ଜନସାଧାରଣଙ୍କ ନିମନ୍ତେ ଉତ୍ସର୍ଗ କରାଗଲା

ଭୁବନେଶ୍ୱର : ମଙ୍ଗଳବାର ଉଦଘାଟିତ ହୋଇଯାଇଛ ବହୁ ପ୍ରତିକ୍ଷିତ ହଂସପାଳ ଫ୍ଲାଇଓଭର ବ୍ରିଜ । ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଏହାର ଉଦଘାଟନ କରିଛନ୍ତି । ୨୪ କୋଟି ବ୍ୟୟରେ ନିର୍ମାଣ ହୋଇଛି ଓଭର ବ୍ରିଜ । ୧୮ ମାସରେ ଫ୍ଲାଇଓଭର ବ୍ରିଜ ସାରିବା ପାଇଁ ୨୦୨୦ରୁ ଭିତିପ୍ରସ୍ତର ସ୍ଥାପନ ସମୟରେ ଚୁକ୍ତି ହୋଇଥିଲା । ପୂର୍ବ ସରକାର ଥିବା ସମୟରେ ସେଠାରେ ଥିବା ଏକ ହରିଜନ ବସ୍ତି ଏହି ଓଭର ବ୍ରିଜ ନିର୍ମାଣରେ ବାଧକ ସାଜିଥିଲା । ଫଳରେ ଜମି ଅଧିଗ୍ରହଣ ପ୍ରକ୍ରିୟା ବିଳମ୍ବ ହୋଇଥିଲା । ଯେଉଁଥି ପାଇଁ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଏକାଧିକ ବାର କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ଓ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ ମାନଙ୍କ ସହିତ ଆଲୋଚନା କରି ଏହି ସମସ୍ୟାର ସମାଧାନ କରିଥିଲେ । ଗତବର୍ଷ ଠାରୁ କଟକରୁ ଭୁବନେଶ୍ୱର ଆସୁଥିବା ଯାତ୍ରୀମାନେ ଏହି ବ୍ରିଜ ବ୍ୟବହାର କରି ଆସୁଥିଲେ । ଆଜିଠାରୁ ଭୁବନେଶ୍ୱରରୁ କଟକକୁ ଯାଉଥିବା ଗାଡି ହଂସପାଳ ବ୍ରିଜ ଦେଇ ଯାତାୟାତ କରିପାରିବେ । ନିର୍ମାଣ କାଯ୍ୟ ବିଳମ୍ବିତ ଯୋଗୁଁ ଦୁଇ ଦୁଇ ଥର ନିର୍ମାଣ ସଂସ୍ଥା ବଦଳେଇବାକୁ ପଡିଥିଲା । ଶେଷରେ ୫ ବର୍ଷର ଅବଧିରେ ଏହି ବ୍ରିଜ ଲୋକାର୍ପିତ ହୋଇଛି । ଉଲ୍ଲେଖଯୋଗ୍ୟ ଯେ ଏହି ବ୍ରିଜ ନିର୍ମାଣ ସାଂସଦ ଅପରାଜିତା ଷଡଙ୍ଗୀଙ୍କର ଭୁବନେଶ୍ୱର ବାସୀଙ୍କ ପାଇଁ ଏକ ସ୍ୱପ୍ନର ପ୍ରକଳ୍ପ ଥିଲା । ଏହି ରାସ୍ତାରେ ବହୁ ଦୁର୍ଘଟଣା ଘଟି ଜନଜୀବନ ହାନି ଘଟୁଥିବାରୁ ଏହାର ନିର୍ମାଣର ଆବଶ୍ୟକତା ମଧ୍ୟ ରହିଥିଲା । ତେବେ ଶେଷରେ ଏହି ପ୍ରକଳ୍ପ ଆଜି ଲୋକାପ୍ରିତ ହୋଇଥିବାରୁ ସାଂସଦ ଶ୍ରୀମତି ଷଡଙ୍ଗୀ କେନ୍ଦ୍ର ପରିବାହନ ମନ୍ତ୍ରୀ ନିତୀନ ଗଡକରୀଙ୍କୁ ପ୍ରକଳ୍ପ କାର୍ଯ୍ୟରେ ସହଯୋଗ ପାଇଁ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରିଛନ୍ତି ।
ଏହି ଉଦଘାଟନୀ କାଯ୍ୟକ୍ରମରେ ଭୁବନେଶ୍ୱର ଉତର ବିଜେପି ବିଧାୟକ ପ୍ରାର୍ଥୀ ପ୍ରିୟଦର୍ଶୀ ମିଶ୍ର , ଜାତୀୟ ରାଜପଥ ପ୍ରଧିକରଣର ବରିଷ୍ଠ ଅଧକାରୀଙ୍କ ସମେତ ଅନେକ ଜନସାଧାରଣ ଉପସ୍ଥିତି ଥିଲେ ।

Leave A Comment

All fields marked with an asterisk (*) are required