Search for:
  • Home/
  • ରାଜ୍ୟ/
  • ପିତା ଧର୍ମଃ ପିତା ସ୍ୱର୍ଗଃ ପିତା ହିଁ ପରମ ତପଃ,ପିତରି ପ୍ରିତିମାପନ୍ନେ ସର୍ବାଃ ପ୍ରିୟନ୍ତିଃ ଦେବତା

ପିତା ଧର୍ମଃ ପିତା ସ୍ୱର୍ଗଃ ପିତା ହିଁ ପରମ ତପଃ,ପିତରି ପ୍ରିତିମାପନ୍ନେ ସର୍ବାଃ ପ୍ରିୟନ୍ତିଃ ଦେବତା

Spread the love

Loading

ବାପା’ କେବଳ ଏକ ଶବ୍ଦ ନୁହେଁ କି ଏକ ଶରୀର ନୁହେଁ। ବାପା ଅନେକ ଶକ୍ତିର ଆଧାର। ଆର୍ଥିକ ଶକ୍ତି, ଶାରିରୀକ ଶକ୍ତି, ମାନସିକ ଶକ୍ତି, ଆଧ୍ୟାତ୍ମିକ ଶକ୍ତିର ଉତ୍ସ ହେଉଛନ୍ତି ବାପା। ବାପା ହିଁ ସବୁ ଧର୍ମ, ବାପା ହିଁ ସାଧନା ଆଉ ବାପା ସର୍ବ ଶକ୍ତିମାନ। ସେଥିପାଇଁ ତ କୁହାଯାଏ –

Oplus_0

ପିତା ଧର୍ମଃ ପିତା ସ୍ୱର୍ଗଃ ପିତା ହିଁ ପରମ ତପଃ,ପିତରି ପ୍ରିତିମାପନ୍ନେ ସର୍ବାଃ ପ୍ରିୟନ୍ତିଃ ଦେବତା।

*ସନ୍ତାନ ପ୍ରତି ଜଣେ ବାପାର ବଳିଦାନ ଏବଂ ଉତ୍ସର୍ଗକୁ ମନେପକେଇବା ନେଇ ପ୍ରତି ବର୍ଷ ଜୁନ ମାସରେ ‘ବିଶ୍ୱ ପିତୃ ଦିବସ’ ପାଳନ କରାଯାଏ । ଅନେକ ପିଲାଙ୍କ ପାଇଁ ତ ବାପା ହୋଇଯାଆନ୍ତି ସୁପର ହିରୋ। ତେବେ ଏହି ଦିନ ପାଳନ କରିବା ପଛରେ ଜଣେ ଝିଅର ହିଁ ହାତ ଅଛି। ସେ ହିଁ ଏହି ଦିନକୁ ପ୍ରଥମେ ପାଳନ କରିଥିଲେ। ଆସନ୍ତୁ ଏହି ଦିବସ କେବେ ପାଳନ କରାଯାଏ ଏବଂ କିଏ ପ୍ରଥମ ପାଳନ କରିଥିଲେ ଜାଣିନେବା।*

*କେବେ ହୁଏ ପାଳନ:*

*ସମସ୍ତ ଦେଶରେ ପ୍ରତ୍ୟେକ ବାପାଙ୍କୁ ସମ୍ମାନିତ କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଜୁନ୍ ମାସରେ ‘ପିତୃ ଦିବସ’ ପାଳନ କରାଯାଏ। ପ୍ରତିବର୍ଷ ଜୁନ୍ ମାସ ତୃତୀୟ ରବିବାର ଦିନ ଏହି ଦିବସ ପାଳନ କରିବାର ପରମ୍ପରା ରହିଛି। ଚଳିତ ବର୍ଷ ୧୬ ଜୁନ୍‌ ବା ଆଜି ଏହି ଦିବସ ପଡୁଛି।*

*କେବେ ପ୍ରଥମେ ହେଲା ପାଳନ:*

*୧୯୧୦ରେ ପ୍ରଥମେ ‘ପିତୃ ଦିବସ ‘ପାଳନ କରାଯାଇଥିଲା। ୱାଶିଂଟନ୍‌ର ସ୍ପୋକେନ୍ ସହରରେ ପିତୃ ଦିବସ ଆରମ୍ଭ ହୋଇଥିଲା ଯେତେବେଳେ ଜଣେ ଝିଅ ନିଜ ବାପାଙ୍କ ସ୍ମୃତିରେ ଗୋଟିଏ ଦିନ ଉତ୍ସର୍ଗ କରିଥିଲେ। ଏହି ଝିଅ ୱାଶିଂଟନର ବାସିନ୍ଦା ଥିଲେ, ଯାହାଙ୍କ ବାପା ତାଙ୍କୁ ତାଙ୍କ ମା’ ଅପେକ୍ଷା ଅଧିକ ଭଲ ପାଉଥିଲେ।*

*କିଏ ସେହି ଝିଅ:*

*‘ପିତୃ ଦିବସ’ର ପ୍ରତିଷ୍ଠାତା ହେଲେ ସୋନୋରା ଲୁଇସ୍। ସୋନୋରାଙ୍କ ମା’ଙ୍କ ମୃତ୍ୟୁ ପରେ ତାଙ୍କ ବାପା ଏକାକୀ ଝିଅକୁ ଲାଳନ ପାଳନ କରିଥିଲେ। ମା’ ପରି ସ୍ନେହ ଓ ବାପା ପରି ସୁରକ୍ଷା ଦେଇଥିଲେ। ବାପାଙ୍କ ସ୍ନେହ ହେତୁ ସୋନୋରା ନିଜ ମା’ଙ୍କ ଅନୁପସ୍ଥିତିକୁ କେବେ ବି ଅନୁଭବ କରି ନଥିଲେ।*

*ଜୁନ୍ ମାସ କାହିଁକି:*

*ସୋନୋରା ନିଜ ବାପା ଓ ତାଙ୍କ ପରି କୋଟି କୋଟି ବାପାଙ୍କୁ ଉତ୍ସର୍ଗ କରି ‘ପିତୃ ଦିବସ’ ପାଳନ କରିବାକୁ ଅନୁରୋଧ କରିଥିଲେ। ଏହାକୁ ସଫଳ କରିବା ପାଇଁ ସେ ଆମେରିକା ପର୍ଯ୍ୟନ୍ତ କ୍ୟାମ୍ପ୍‌ କରିଥିଲେ। ଶେଷରେ ତାଙ୍କର ଇଛା ପୂରଣ ହେଲା ଏବଂ ୧୯ ଜୁନ୍‌ରେ ପ୍ରଥମ ଥର ପାଇଁ ପିତୃ ଦିବସ ପାଳନ କରାଯାଇଥିଲା। ଜୁନ୍ ମାସରେ ‘ପିତୃ ଦିବସ’ ପାଳନ କରିବାର କାରଣ ଏହି ମାସ ହେଉଛି ସୋନୋରାଙ୍କ ପିତାଙ୍କ ଜନ୍ମଦିନ।*

Oplus_0

Leave A Comment

All fields marked with an asterisk (*) are required