ଫରୱାର୍ଡ଼ ବ୍ଲକର ୮୫ତମ ପ୍ରତିଷ୍ଠା ଦିବସ ପାଳିତ ନେତାଜୀଙ୍କ ସ୍ୱପ୍ନ ଭାରତବର୍ଷ ଗଠନ ପର୍ଯ୍ୟନ୍ତ ସଂଗ୍ରାମ ଜାରି ରହିବ
ଫରୱାର୍ଡ଼ ବ୍ଲକର ୮୫ତମ ପ୍ରତିଷ୍ଠା ଦିବସ ପାଳିତ
ନେତାଜୀଙ୍କ ସ୍ୱପ୍ନ ଭାରତବର୍ଷ ଗଠନ ପର୍ଯ୍ୟନ୍ତ ସଂଗ୍ରାମ ଜାରି ରହିବ
ଭୁବନେଶ୍ୱର, ୨୨.୬ : ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ନେତୃତ୍ୱରେ ପରାଧୀନ ଭାରତବର୍ଷରେ ଗଠିତ ରାଜନୈତିକ ଦଳ ‘ଅଲ୍ ଇଣ୍ଡିଆ ଫରୱାର୍ଡ଼ ବ୍ଲକ’ର ୮୫ତମ ପ୍ରତିଷ୍ଠା ଦିବସ ଶନିବାର ପାର୍ଟିର ରାଜ୍ୟ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ପାର୍ଟିର ରାଜ୍ୟ ସାଧାରଣ ସମ୍ପାଦକ ଜ୍ୟୋତି ରଞ୍ଜନ ମହାପାତ୍ର ପାର୍ଟିର ଲାଲ ପତାକାକୁ ଉୋଳନ କରିବା ପରେ ଆରମ୍ଭ ହୋଇଥିବା ଏହି ପ୍ରତିଷ୍ଠା ଦିବସ ସମାରୋହରେ ଫରୱାର୍ଡ଼ ବ୍ଲକର ରାଜ୍ୟ ସଭାପତି ପୂର୍ଣ୍ଣଚନ୍ଦ୍ର ପାଢୀ ସଭାପତିତ୍ୱ କରିଥିଲେ ।
ସ୍ୱାଧୀନତାର ୭୭ବର୍ଷ ପରେ ମଧ୍ୟ ସାଧାରଣ ମଣିଷ ସର୍ବନିମ୍ନ ମୌଳିକ ଆବଶ୍ୟକତାକୁ ପୂରଣ କରିବା ଦିଗରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରମାନେ ବ୍ୟର୍ଥ ହୋଇଛନ୍ତି । ଖାଦ୍ୟ, ବସ୍ତ୍ର, ବାସଗୃହ, ଶିକ୍ଷା, ସ୍ୱାସ୍ଥ୍ୟ ଭଳି ମୌଳିକ ସୁବିଧାରୁ ôବତ ସାଧାରଣ ଜନତା ସରକାରଙ୍କ ଜନିବରୋଧି ନିଷ୍ପି ଓ ବ୍ୟାପକ ଦରଦାମ ବୃଦ୍ଧି ଫଳରେ ନାନା ଯନ୍ତ୍ରଣା ଭୋଗ କରୁଛନ୍ତି । ସ୍ୱାଧୀନତାର ୭୭ବର୍ଷ ପରେ ମଧ୍ୟ ନେତାଜୀଙ୍କ ସ୍ୱପ୍ନର ସମତାଭିିକ ଭାରତବର୍ଷ ଗଠନ ହୋଇପାରି ନାହିଁ । ଧର୍ମ ଓ ଜାତି ନାମରେ ମଣିଷକୁ ଭାଗ ଭାଗ କରି ଶାସନରେ ଥିବା ଦଳମାନେ ନିଜସ୍ୱ ସ୍ୱାର୍ଥ ସାଧନରେ ବ୍ୟସ୍ତ ବୋଲି ଏହି ଅବସରରେ ବକ୍ତବ୍ୟ ରଖି ଫରୱାର୍ଡ଼ ବ୍ଲକର ସାଧାରଣ ସମ୍ପାଦକ ଶ୍ରୀ ମହାପାତ୍ର ଅଭିଯୋଗ କରିଛନ୍ତି । ସାମାଜିକ ଓ ରାଜନୈତିକ ବ୍ୟବସ୍ଥାର ପରିର୍ବନ ପାଇଁ ସୁଭାଷବାଦ ହିଁ ଏକମାତ୍ର ରାସ୍ତା ବୋଲି ଶ୍ରୀ ମହାପାତ୍ର ପ୍ରକାଶ କରିବା ସହ ଫରୱାର୍ଡ଼ ବ୍ଲକର ସାଥୀମାନେ ନେତାଜୀଙ୍କ ସ୍ୱପ୍ନର ଭାରତବର୍ଷ ଗଠନ କରିବା ଦିଗରେ ସଂକଳ୍ପବଦ୍ଧ ହୋଇ କାର୍ଯ୍ୟ କରିବାକୁ ଆହ୍ୱାନ କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଫରୱାର୍ଡ଼ ବ୍ଲକର ରାଜ୍ୟ ଉପସଭାପତି ଗୋପାଲ ଅଗ୍ରୱାଲ, ସର୍ବେଶ୍ୱର ମିଶ୍ର, ଅନ୍ୟତମ ରାଜ୍ୟ ସମ୍ପାଦିକା ଶାନ୍ତିଲତା ମହାରଣା ପ୍ରମୁଖ ବକ୍ତବ୍ୟ ରଖି କେନ୍ଦ୍ରର ମୋଦୀ ସରକାରଙ୍କ ଜନବିରୋଧୀ ନୀତିକୁ ସମାଲୋଚନା କରିବା ସହିତ ଜନଅସନ୍ତୋଷକୁ ଜନ ଆନ୍ଦୋଳନର ରୂପ ଦେବା ପାଇଁ ଆହ୍ୱାନ କରିଥିଲେ । ଏହି ଅବସରରେ ଫରୱାର୍ଡ଼ ବ୍ଲକ ରାଜ୍ୟ କମିଟି ପକ୍ଷରୁ ଗତ ସାଧାରଣ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିଥିବା ସାଂସଦ ଓ ବିଧାୟକ ପ୍ରାର୍ଥୀମାନଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ବରିଷ୍ଠ ସାମ୍ବାଦିକ ସୁରେନ୍ଦ୍ର ପାତ୍ର, ବିଘ୍ନେଶ୍ୱର ସାହୁ ଏବଂ ସମରଜିତ ମହାନ୍ତିଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମରେ ଫରୱାର୍ଡ଼ ବ୍ଲକର ନେତା ସର୍ବଶ୍ରୀ ସ୍ୱପ୍ନେଶ୍ୱର ପାଣିଗ୍ରାହୀ, ସୁଶିଲ ଥାନପତି, ଅଭିରାମ ଧାରୁଆ, ଚୈତନ୍ୟ ବାଗ, ମନୋଜ କୁମାର ଜେନା, ପି. ମୁରଲୀ କ୍ରିଷ୍ଣା, ରାଜୁ ନାୟକ, ସନ୍ତୋଷ କୁମାର ଜତି, ଗଦାଧର ଜେନା, ଲକ୍ଷ୍ମୀଧର ଗିରି, ଲକ୍ଷ୍ମୀ ଦୋରା, ରଘୁରାଜ ଦାସ, ନିରଞ୍ଜନ ଭୋଇ, ଦୁର୍ଯ୍ୟୋଧନ ପୂଜାରୀ ଓ ସଞ୍ଜୟ କୁମାର ରାଉତ ପ୍ରମୁଖ ବକ୍ତବ୍ୟ ରଖି ଫରୱାର୍ଡ଼ ବ୍ଲକର ସାଂଗଠନିକ କାର୍ଯ୍ୟକ୍ରମକୁ ନିଜ ଅଳରେ ବ୍ୟାପକ କରିବା ସହ ଜନ ସମସ୍ୟା ଗୁଡ଼ିକର ସମାଧାନ ଦିଗରେ ସଂଗ୍ରାମ ଜାରି ରଖିବାକୁ ଆହ୍ୱାନ ଦେଇଥିଲେ ।