Search for:
  • Home/
  • ରାଜ୍ୟ/
  • ଅନୁରାଧା, ସୁରେଶଙ୍କ ସଙ୍ଗୀତରେ ମୁଗ୍ଧ ହେଲେ ଶ୍ରୋତା ‘ସଙ୍ଗୀତର ମୂର୍ଚ୍ଛନା’ ର ସନ୍ଧ୍ୟା

ଅନୁରାଧା, ସୁରେଶଙ୍କ ସଙ୍ଗୀତରେ ମୁଗ୍ଧ ହେଲେ ଶ୍ରୋତା ‘ସଙ୍ଗୀତର ମୂର୍ଚ୍ଛନା’ ର ସନ୍ଧ୍ୟା

Spread the love

Loading

ଅନୁରାଧା, ସୁରେଶଙ୍କ ସଙ୍ଗୀତରେ ମୁଗ୍ଧ ହେଲେ ଶ୍ରୋତା
‘ସଙ୍ଗୀତର ମୂର୍ଚ୍ଛନା’ ର ଦ୍ୱିତୀୟ ସନ୍ଧ୍ୟା

ଭୁବନେଶ୍ୱର- ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ(ବିଡ଼ିଏ) ପକ୍ଷରୁ ଆରମ୍ଭ ହୋଇଥିବା ଏକାମ୍ର ଉତ୍ସବର ସଙ୍ଗୀତର ମୂର୍ଚ୍ଛନା କାର୍ଯ୍ୟକ୍ରମର ରବିବାର ଥିଲା ଦ୍ୱିତୀୟ ସନ୍ଧ୍ୟା। ସନ୍ଧ୍ୟାର ସଙ୍ଗୀତ ଆସରର ନାମ ସଂଗୀତର ତାଳେ ତାଳେ ରହିଛି। ସନ୍ଧ୍ୟାରେ ଦୁଇ ବରିଷ୍ଠ କଣ୍ଠଶିଳ୍ପୀ ଅନୁରାଧା ପୌଡୱାଲ ଓ ସୁରେଶ ୱାଦକରଙ୍କ ସଙ୍ଗୀତରେ ମୁଗ୍ଧ ହୋଇଥିଲେ ଶ୍ରୋତା। ତାଙ୍କ କଣ୍ଠରୁ ଚିର ସବୁଜ ଓଡ଼ିଆ ଗୀତ ଗୁଡ଼ିକୁ ଶ୍ରୋତା ମନ ଭରି ଉପଭୋଗ କରିଥିଲେ। ଅନୁରାଧାଙ୍କ କଣ୍ଠରୁ ଜଗତର ନାଥ ଜଗନ୍ନାଥଙ୍କ ଉପରେ ଆଧାରିତ ସଙ୍ଗୀତରୁ ସନ୍ଧ୍ୟା ଆରମ୍ଭ ହୋଇଥିଲା। କାଳିଆ ମୋ ଦେହେ ବୋଳିଦେ ତୋ ଦେହ କଳା, କେରି କେରି ସୁନା ଦୁବ… ଆଦି ଓଡ଼ିଆର ସୁମଧୁର ସଂଗୀତ ଗାଇ ଉପସ୍ଥିତ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ । ଏଥିସହ, ଆସିବ ବର ତୋର ହୋଇବ ବାହାଘର, ଏଇ ପାହାଡ଼ ସେ ପାଖେ, ଏ ଫୁଲ କହ ଥରେ ଭଳି ସଙ୍ଗୀତ ଗାନ କରିଥିଲେ। ଏହା ପରେ ଆରମ୍ଭ ହୋଇଥିଲା ସୁରେଶଙ୍କ କଣ୍ଠରୁ ମନକୁ ଛୁଇଁଲା ଭଳି ସୁମଧୁର ସଙ୍ଗୀତ। ରୂପସୀ ପ୍ରୀୟସି, ସରିଗଲା ମିଛି ମିଛିକା ବାହାଘର, ଶ୍ରାବଣୀ ତମ ବାହାଘରକୁ ମୋତେ ଡାକିବ, ଏ ସହରେ ଥିଲା ଜଣେ ଯାଯାବର, ଆଲୋ ମୋର କଣ୍ଢେଇ, ସିନ୍ଦୂର ମଥାରେ ତୋର….. ଭଳି ଗୀତ ଗାଇ ସନ୍ଧ୍ୟାର ସଂଗୀତ ଆସରକୁ ଦ୍ୱିଗୁଣିତ କରିଥିଲେ।

Leave A Comment

All fields marked with an asterisk (*) are required