Search for:
  • Home/
  • ରାଜ୍ୟ/
  • ଏକାମ୍ର ରେପରିବାର ସମ୍ପର୍କ ଅଭିଯାନ

ଏକାମ୍ର ରେପରିବାର ସମ୍ପର୍କ ଅଭିଯାନ

Spread the love

Loading

ଏକାମ୍ର ରେପରିବାର ସମ୍ପର୍କ ଅଭିଯାନ

ଭୁବନେଶ୍ୱର:ଆଜି ଭୁବନେଶ୍ୱର ଏକାମ୍ର ନିର୍ବାଚନ ମଣ୍ଡଳୀ ରେ ଅପରାହ୍ନ ୩ ଘଟିକା ୱାର୍ଡ ନଂ ୬୧ ଭିମଟାଙ୍ଗି ଜଗନ୍ନାଥ ମନ୍ଦିର ନିକଟରୁ ବିଜୁ ଜନତା ଦଳର ପରିବାର ସମ୍ପର୍କ ଅଭିଯାନ ଓ ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମକୁ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ମେୟର ସୁଲୋଚନା ଦାସ, କୋଠାବାଡ଼ି ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ଶୁଭାରମ୍ଭ କରିଥିଲେ । ଏହି ଅବସରରେ ଭଗବତୀ, ଖଣ୍ଡୁଆଳ ଏବଂ ପିପୁଲସ ବିଜୁ ଆଦର୍ଶ କଲୋନୀ,ଭୀମ ଟାଙ୍ଗୀ ହାଉସିଂ ବୋର୍ଡ କଲୋନୀ ପ୍ରଭୁତି ଅଞ୍ଚଳ ପରିକ୍ରମା କରିବାସହ ,ସହଯୋଗ, ବିକାଶପରିଷଦ, ଶିବସିବା ମହିଳା ସମିତି,ଶିଶୁ ଉଦ୍ୟାନ କମିଟି,ବରିଷ୍ଠ ନାଗରିକ ସଂଘ,ଦୁର୍ଗାପୂଜା ସମିତି,କର୍ମୀ କ୍ଲବ୍,ଓଡ଼ିଶା ୟୁଥ୍ ଆସୋସିଏସନ୍,ଜଗନ୍ନାଥ ମନ୍ଦିର ସମିତି,ଉନ୍ନୟନ ପରିଷଦ,ପ୍ରଦୀପ ସେବା ଟ୍ରଷ୍ଟ ର ସଦସ୍ୟମାନେ ଏହି ପରିବାର ସମ୍ପର୍କ ପଦଯାତ୍ରାକୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଥିଲେ । କାର୍ଯ୍ୟକ୍ରମରେ ଓଡ଼ିଶା କୃଷି ଶିଳ୍ପ ନିଗମ ଉପାଧ୍ୟକ୍ଷ ଡ ସନ୍ତୋଷ ବେଯ, ସ୍ଥାନୀୟ କର୍ପୋରେଟର ଶିବ ନାରାୟଣ ରାୟ, ଚନ୍ଦ୍ର ଶେଖର ମଲ୍ଲିଆ,ମହାମାୟା ସ୍ବାଇଁ, ଶିବପ୍ରସାଦ ବେହେରା,ଯୁବ ସଭାପତି ସମରେଶ ବେଉରା,ଛବିନ୍ଦ୍ର ଜେନା,ପ୍ରଭାସ ସୁନ୍ଦରାୟ,ସନ୍ତୋଷ ସେନାପତି, ଅଶ୍ଵିନୀ ମିଶ୍ର,ଅଭିଷେକ ପଟ୍ଟନାୟକ, ସପ୍ତରଥି ସ୍ବାଇଁ, ଦେବାଶିଷ ବେହେରା,ପ୍ରଦୀପ ବାରିକ, ରମେଶ ବେହେରା,ପ୍ରଦୀପ୍ତ ସାହୁ,ଶଶୀଭୂଷଣ ଛୁଆଳ ସିଂହ,ଜିତୁ ପ୍ରଧାନ,ସୁଶାନ୍ତ ମହାନ୍ତି,ସୁଧାଂଶୁ ମିଶ୍ର ଏବଂ ୱାର୍ଡର ସମସ୍ତ ସ୍ୱୟଂ ସହାୟିକା ଗୋଷ୍ଠୀ ର ସଦସ୍ୟମାନେ ପଦଯାତ୍ରାରେ ସାମିଲ ହୋଇଥିଲେ।

Leave A Comment

All fields marked with an asterisk (*) are required