Search for:
  • Home/
  • ରାଜ୍ୟ/
  • ସ୍ଵତନ୍ତ୍ର ଆକର୍ଷଣ ସାଜିବ ରାତ୍ରୀକାଳୀନ ବଜାର ‘ଏକାମ୍ର ହାଟ’

ସ୍ଵତନ୍ତ୍ର ଆକର୍ଷଣ ସାଜିବ ରାତ୍ରୀକାଳୀନ ବଜାର ‘ଏକାମ୍ର ହାଟ’

Spread the love

Loading

ସ୍ଵତନ୍ତ୍ର ଆକର୍ଷଣ ସାଜିବ ରାତ୍ରୀକାଳୀନ ବଜାର ‘ଏକାମ୍ର ହାଟ’

ଭୁବନେଶ୍ୱର: ଭୁବନେଶ୍ୱରରେ ଆୟୋଜିତ ହେବାକୁ ଥିବା ଏକାମ୍ର ଉତ୍ସବରେ ଚଳିତବର୍ଷ ପୁଣି ଫେରିବ ରାତ୍ରିକାଳୀନ ବଜାର ‘ଏକାମ୍ର ହାଟ’।
ସ୍ଥାନୀୟ କାରୀଗରଙ୍କୁ ପ୍ରୋତ୍ସାହିତ କରିବା ସହ ଓଡ଼ିଶାର କୋଣ ଅନୁକୋଣରେ ଥିବା ସେମାନଙ୍କ ହାତ ତିଆରି ଜିନିଷ ଗ୍ରାହକଙ୍କ ପାଖେ ପହଞ୍ଚିବ। ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ପକ୍ଷରୁ ଆୟୋଜିତ ହେଉଥିବା ଏହି ହାଟ ଫେବ୍ରୁଆରି ୩ ରୁ ୯ ତାରିଖ ପର୍ଯ୍ୟନ୍ତ ସାଧାରଣ ଲୋକଙ୍କ ପାଇଁ ଅପରାହ୍ନ ୪ଟାରୁ ରାତ୍ର ୧୧ ଘଟିକା ପର୍ଯ୍ୟନ୍ତ ଖୋଲା ରହିବ l ତେବେ ଚଳିତଥର ଏହି ବଜାରରେ କାରୀଗରମାନେ ଓଡ଼ିଶାର ସଂସ୍କୃତି,ପରମ୍ପରା ଓ ଐତିହ୍ୟକୁ ସହରବାସୀଙ୍କ ନିକଟରେ ପ୍ରଦର୍ଶନ କରିବେ।
ଏକାମ୍ର ହାଟରେ ଅନୁଷ୍ଠିତ ହେବାକୁ ଥିବା ଏହି ରାତ୍ରିକାଳୀନ ବଜାରରେ ଓଡ଼ିଶାର ବିଭିନ୍ନ ସ୍ଥାନର ଆଞ୍ଚଳିକ ହସ୍ତତନ୍ତ, ହସ୍ତଶିଳ୍ପ ସାମଗ୍ରୀଠାରୁ ଆରମ୍ଭ କରି କାଠ ଓ ବିଭିନ୍ନ ଧାତୁରେ ତିଆରି ଗହଣା,ଖେଳଣା ଏହି ରାତ୍ରୀକାଳୀନ ବଜାର ଏକାମ୍ର ହାଟରେ ଉପଲବ୍ଧ ହେବ, ଯେଉଁଥିରେ ଓଡିଶାର ଲୋକକଳା
ଦେଖିବାକୁ ମିଳିବ l ଏକାମ୍ର ଉତ୍ସବରେ ଓଡ଼ିଶାର ପରିଚୟକୁ ରୁଦ୍ଧିମନ୍ତ କରୁଥିବା ବିଭିନ୍ନ ହାତଗଢା ଉତ୍ପାଦ ସହିତ ପ୍ରତିଦିନ ଏକାମ୍ର ହାଟରେ ଓଡିଶାର ବିଭିନ୍ନ କଳାକାରଙ୍କ ଦ୍ଵାରା ମନୋରଞ୍ଜନ କାର୍ଯ୍ୟକ୍ରମ ମଧ୍ୟ ପରିବେଷଣ ହେବ l ଉପସ୍ଥିତ ଦର୍ଶକ
କିଣାବିକା କରିବା ସହ ସ୍ଥାନୀୟ କଳାକାରମାନଙ୍କ ଦ୍ୱାରା ପ୍ରଦର୍ଶିତ ଲୋକକଳା ଓ ଲାଇଭ୍ ମ୍ୟୁଜିକାଲ୍ ବ୍ୟାଣ୍ଡକୁ ମଧ୍ଯ ଉପଭୋଗ କରିପାରିବେ l ଏଥିସହିତ କଳାହାଣ୍ଡି ଜିଲ୍ଲାର ପ୍ରସିଦ୍ଧ ଲୋକକଳା ନୃତ୍ୟ ଘୁମୁରା , ଖୋର୍ଦ୍ଧା ଜିଲ୍ଲାର ପାରମ୍ପରିକ ଶଙ୍ଖ ଧ୍ୱନି, ସମ୍ବଲପୁରୀ ନୃତ୍ୟ ଓ ରୋମାଞ୍ଚକର ଷ୍ଟାଣ୍ଡ ଅପ୍ କମେଡି ଏବଂ ଡିଜେର ତାଳେ ତାଳେ ଲୋକମାନେ ଏହି ରାତ୍ରି କାଳୀନ ବଜାରର ମଜା ମଧ୍ୟ ଉଠାଇପାରିବେ l

Leave A Comment

All fields marked with an asterisk (*) are required