ଏକାମ୍ର ନିର୍ବାଚନ ମଣ୍ଡଳୀର ବରମୁଣ୍ଡା ଅଞ୍ଚଳରେ “ମୋ ମାଟି ମୋ ଦେଶ” ଅମୃତ କଳସ ଯାତ୍ରା।
ଏକାମ୍ର ନିର୍ବାଚନ ମଣ୍ଡଳୀର ବରମୁଣ୍ଡା ଅଞ୍ଚଳରେ “ମୋ ମାଟି ମୋ ଦେଶ” ଅମୃତ କଳସ ଯାତ୍ରା।
ଭୁବନେଶ୍ୱର,ତା.୬/୧୦: ରାଷ୍ଟ୍ର ପାଇଁ ବଳିଦାନ ଦେଇଥିବା ଅମର ‘ବୀର’ମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବ୍ୟାପୀ ଦେଇଥିବା ଆହ୍ୱାନ କ୍ରମେ ଆଜି ଏକାମ୍ର ନିର୍ବାଚନ ମଣ୍ଡଳୀର ବରମୁଣ୍ଡା ଗ୍ରାମ ରେ ଆୟୋଜିତ “ମୋ ମାଟି ମୋ ଦେଶ” ଅଭିଯାନର ରେ ଯୋଗୋଦେଇଥିଲେ ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ବିଜେପି ସଭାପତି ତଥା ଏକାମ୍ର ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ ବାବୁ ସିଂ।ମାଟିକୁ ପ୍ରଣାମ ଓ ବୀରଙ୍କୁ ବନ୍ଦନା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ । ଦେଶର ପ୍ରତି ଗାଁ, ପଂଚାୟତ, ବ୍ଲକ, ସହର, ନଗର, ପୌରପାଳିକା ଅଂଚଳରେ ବୀର ସ୍ୱାଧୀନତା ସଂଗ୍ରାମୀ ଓ ଯବାନଙ୍କ ବଳିଦାନ ସ୍ମୃତିରେ ଶିଳାଫଳକ ସଂଯୋଗ କରାଯାଇଛି । ଦେଶର ସବୁ ଅଂଚଳରେ ଅମୃତ କଳସ ଯାତ୍ରା ଆୟୋଜନ କରାଯାଇଛି । ବିରଭୂମି,ଧାର୍ମିକସ୍ଥଳୀ, ଓଡ଼ିଶାରେ ସହିଦ ଓ ବଳିଦାନ ଦେଇଥିବା ବୀରମାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ଆଜି ଏକାମ୍ର ନିର୍ବାଚନ ମଣ୍ଡଳୀର ବରମୁଣ୍ଡା ଗ୍ରାମ ନୀଳକଣ୍ଠେଶ୍ଵର ମହାଦେବଙ୍କ ମନ୍ଦିରରୁ “ମୋ ମାଟି ମୋ ଦେଶ” କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ୱାର୍ଡ ନଂ୫୦ ଅଞ୍ଚଳରେ ଘର ଘର ବୁଲି କଳସରେ ମାଟି ସଂଗ୍ରହ କରି ବରମୁଣ୍ଡା ଗ୍ରାମ ର ଜଗନ୍ନାଥ ମନ୍ଦିର ରେ ସମାପ୍ତ ହୋଇ ପୂଜା ଅର୍ଚ୍ଚନା କରାଯାଇଥିଲା। ଆଜିର ଏହି ଅମୃତ କଳସ ଯାତ୍ରାକୁ ସାଧାରଣ ଲୋକ ଏଥିରେ ଯୋଗୋଦେଇ ଥିଲେ। ଏହି ପରିପ୍ରେକ୍ଷୀରେ ଜିଲ୍ଲା ସଭାପତି ଶ୍ରୀ ବାବୁ ସିଂ କହିଥିଲେ ଦେଶର ଏକତା, ଅଖଣ୍ଡତା ପାଇଁ ଯବାନମାନେ ଲଢ଼ି ପ୍ରାଣବଳି ଦେଉଛନ୍ତି । ପାକିସ୍ତାନ, ବାଙ୍ଗଲାଦେଶ, ଚୀନ, କାରଗିଲ ଯୁଦ୍ଧ ବେଳେ ଯେଉଁମାନେ ସହିଦ ହୋଇଛନ୍ତି ସେମାନଙ୍କ ସ୍ମୃତି ରକ୍ଷା ପାଇଁ ପ୍ରଧାନମନ୍ତ୍ରୀ ମୋଦିଜୀ ଆହ୍ୱାନ ଦେଇଛନ୍ତି । ସ୍ୱାଧୀନତାର ଶତାବ୍ଦୀ ପୂର୍ତି ଅବସରରେ ୨୦୪୭ ମସିହାରେ ଭାରତବର୍ଷକୁ ବିଶ୍ୱ ଗୁରୁ ଭାବେ ପରିଣତ କରିବା ପାଇଁ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନକୁ ସଫଳ କରିବା ପାଇଁ ସୁବର୍ଣ୍ଣ ସୁଯୋଗ ଆସିଛି । ଦେଶର ଅଖଣ୍ଡତା ପାଇଁ ଯେଉଁ ଯବାନମାନେ ଲଢ଼ୁଛନ୍ତି ସେମାନଙ୍କ ସ୍ମୃତି ରକ୍ଷା ପାଇଁ ମୋଦିଜୀ ଆହ୍ୱାନ କ୍ରମେ ଆଜି ଯବାନମାନଙ୍କ ସ୍ମୃତି ପାଇଁ “ମାଟି ସଂଗ୍ରହ” କରିଛନ୍ତି । ଏହି ମାଟି ଦିଲ୍ଳୀ ଯିବ, ସେଠାରେ ସହିଦଙ୍କ ପାଇଁ ଏହା ଏକ ବଡ ସ୍ମାରକୀ ହେବ।
୨୦୪୭ ସୁଦ୍ଧା ଭାରତକୁ ଏକ ଆତ୍ମନିର୍ଭର ତଥା ବିକଶିତ ରାଷ୍ଟ୍ରଭାବେ ପରିଣତ କରିବାର ସ୍ୱପ୍ନକୁ ସାକାର କରିବା । ଦାସତ୍ୱର ମାନସିକତାକୁ ସମୁଳେ ନିପାତ କରିବା । ଦେଶ ସମୃଦ୍ଧ, ସଂସ୍କୃତି ଓ ପରମ୍ପରାକୁ ନେଇ ଗର୍ବ କରିବା । ଭାରତର ଏକତା ଓ ଅଖଣ୍ଡତାକୁ ସୁଦୃଢ଼ କରିବା ଏବଂ ଦେଶର ସୁରକ୍ଷା ପାଇଁ ସମର୍ପିତ ବ୍ୟକ୍ତି ବିଶେଷଙ୍କୁ ସମ୍ମାନ କରିବା । ନାଗରିକଭାବେ ଦେଶ ପ୍ରତି ନିଜର କର୍ତବ୍ୟକୁ ନିଷ୍ଠାର ସହ ପରିପାଳନ କରିବା” ବୋଲି ଶ୍ରୀ ସିଂ କହିଛନ୍ତି।
ଏହି ଅବସରରେ ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ବିଜେପି ସଭାପତି ବାବୁ ସିଂ, ୱାର୍ଡ ନଂ-୫୦ ର କର୍ପୋରେଟର ରାମଚନ୍ଦ୍ର ରଣସିଂହ, ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ସୋୟଂ ସେବକ ରାୟ,ବିଜେପି ନେତା ଚିତ୍ରସେନ ପ୍ରଧାନ,ଚିତ୍ତରଞ୍ଜନ ସାହୁ, ଜଗବନ୍ଧୁ ସ୍ବାଇଁ,ସଂଗ୍ରାମ ନାୟକ,ସୁରେଶ ଦାସ, ଅମିୟ ପାଇକରା, ଅଭିଷେକ ପରିଡ଼ା, ରାଜେନ୍ଦ୍ର ରାଉତରାୟ, ଶ୍ରୀନିବାସ ସ୍ବାଇଁ, ନଣ୍ଡ ପାଟଶାଣି, ରାଜେନ୍ଦ୍ର ମହାନ୍ତି, ସୁକାନ୍ତ ସେଠୀ, ରାକେଶ ପୃଷ୍ଟି, ଜ୍ଞାନରଞ୍ଜ ମହାରଣା, ଭଗବାନ ରଣସିଂହ, ଜ୍ଞାନରଞ୍ଜନ ମହାନ୍ତି,ଗୌତମ ରାୟ, ଶାନ୍ତାସୁନ୍ଦର ମହାନ୍ତି ଙ୍କ ସମେତ ଶତାଧିକ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ ।
(ବିଜେପି ମିଡିଆ ସେଲ୍)