Search for:
  • Home/
  • ରାଜ୍ୟ/
  • ଏକାମ୍ର ନିର୍ବାଚନ ମଣ୍ଡଳୀରେ “ମୋ ମାଟି ମୋ ଦେଶ” ଅମୃତ କଳସ ଯାତ୍ରା।

ଏକାମ୍ର ନିର୍ବାଚନ ମଣ୍ଡଳୀରେ “ମୋ ମାଟି ମୋ ଦେଶ” ଅମୃତ କଳସ ଯାତ୍ରା।

Spread the love

Loading

ଏକାମ୍ର ନିର୍ବାଚନ ମଣ୍ଡଳୀରେ “ମୋ ମାଟି ମୋ ଦେଶ” ଅମୃତ କଳସ ଯାତ୍ରା।

 

ଭୁବନେଶ୍ୱର,ତା.୧୨/୦୯: ରାଷ୍ଟ୍ର ପାଇଁ ବଳିଦାନ ଦେଇଥିବା ଅମର ‘ବୀର’ମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବ୍ୟାପୀ ଦେଇଥିବା ଆହ୍ୱାନ କ୍ରମେ ଆଜି ଏକାମ୍ର ନିର୍ବାଚନ ମଣ୍ଡଳୀରେ ଆୟୋଜିତ “ମୋ ମାଟି ମୋ ଦେଶ” ଅଭିଯାନର ରେ ଯୋଗୋଦେଇଥିଲେ ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ବିଜେପି ସଭାପତି ତଥା ଏକାମ୍ର ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ ବାବୁ ସିଂ।ମାଟିକୁ ପ୍ରଣାମ ଓ ବୀରଙ୍କୁ ବନ୍ଦନା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ । ଦେଶର ପ୍ରତି ଗାଁ, ପଂଚାୟତ, ବ୍ଲକ, ସହର, ନଗର, ପୌରପାଳିକା ଅଂଚଳରେ ବୀର ସ୍ୱାଧୀନତା ସଂଗ୍ରାମୀ ଓ ଯବାନଙ୍କ ବଳିଦାନ ସ୍ମୃତିରେ ଶିଳାଫଳକ ସଂଯୋଗ କରାଯାଇଛି । ଦେଶର ସବୁ ଅଂଚଳରେ ଅମୃତ କଳସ ଯାତ୍ରା ଆୟୋଜନ କରାଯାଇଛି । ବିରଭୂମି,ଧାର୍ମିକସ୍ଥଳୀ, ଓଡ଼ିଶାରେ ସହିଦ ଓ ବଳିଦାନ ଦେଇଥିବା ବୀରମାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ଆଜି ଏକାମ୍ର ନିର୍ବାଚନ ମଣ୍ଡଳୀର ରଘୁନାଥ ନଗର ଜଗନ୍ନାଥ ମନ୍ଦିର ରେ ପ୍ରଭୁ ଙ୍କ ଦର୍ଶନ କରି “ମୋ ମାଟି ମୋ ଦେଶ” କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ୱାର୍ଡ ନଂ ୬୬,୬୪,୬୫ ଅଞ୍ଚଳରେ ଘର ଘର ବୁଲି କଳସରେ ମାଟି ସଂଗ୍ରହ କରି ଡୁମୁଡୁମା ରାମ ମନ୍ଦିର ରେ ସମାପ୍ତ ହୋଇ ପୂଜା ଅର୍ଚ୍ଚନା କରାଯାଇଥିଲା। ଆଜି ଠାରୁ ଏକାମ୍ର ନିର୍ବାଚନ ମଣ୍ଡଳୀ ର ସମସ୍ତ ୱାର୍ଡ ରେ ଏହି କାର୍ଯ୍ୟକ୍ରମ ଚାଲିବ। ଆଜିର ଏହି ଅମୃତ କଳସ ଯାତ୍ରାକୁ ସାଧାରଣ ଲୋକଙ୍କ ସହ ବହୁ ଅବସରପ୍ରାକ୍ତ ସେନା ଅଧିକାରୀ ଏଥିରେ ଯୋଗୋଦେଇ ଥିଲେ।ଦେଶର ଏକତା, ଅଖଣ୍ଡତା ପାଇଁ ଯବାନମାନେ ଲଢ଼ି ପ୍ରାଣବଳି ଦେଉଛନ୍ତି । ପାକିସ୍ତାନ, ବାଙ୍ଗଲାଦେଶ, ଚୀନ, କାରଗିଲ ଯୁଦ୍ଧ ବେଳେ ଯେଉଁମାନେ ସହିଦ ହୋଇଛନ୍ତି ସେମାନଙ୍କ ସ୍ମୃତି ରକ୍ଷା ପାଇଁ ପ୍ରଧାନମନ୍ତ୍ରୀ ମୋଦିଜୀ ଆହ୍ୱାନ ଦେଇଛନ୍ତି । ସ୍ୱାଧୀନତାର ଶତାବ୍ଦୀ ପୂର୍ତି ଅବସରରେ ୨୦୪୭ ମସିହାରେ ଭାରତବର୍ଷକୁ ବିଶ୍ୱ ଗୁରୁ ଭାବେ ପରିଣତ କରିବା ପାଇଁ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନକୁ ସଫଳ କରିବା ପାଇଁ ସୁବର୍ଣ୍ଣ ସୁଯୋଗ ଆସିଛି । ଦେଶର ଅଖଣ୍ଡତା ପାଇଁ ଯେଉଁ ଯବାନମାନେ ଲଢ଼ୁଛନ୍ତି ସେମାନଙ୍କ ସ୍ମୃତି ରକ୍ଷା ପାଇଁ ମୋଦିଜୀ ଆହ୍ୱାନ କ୍ରମେ ଆଜି ଯବାନମାନଙ୍କ ସ୍ମୃତି ପାଇଁ “ମାଟି ସଂଗ୍ରହ” କରିଛନ୍ତି । ଏହି ମାଟି ଦିଲ୍ଳୀ ଯିବ, ସେଠାରେ ସହିଦଙ୍କ ପାଇଁ ଏହା ଏକ ବଡ ସ୍ମାରକୀ ହେବ ବୋଲି ଶ୍ରୀ ସିଂ କହିଛନ୍ତି ।
୨୦୪୭ ସୁଦ୍ଧା ଭାରତକୁ ଏକ ଆତ୍ମନିର୍ଭର ତଥା ବିକଶିତ ରାଷ୍ଟ୍ରଭାବେ ପରିଣତ କରିବାର ସ୍ୱପ୍ନକୁ ସାକାର କରିବା । ଦାସତ୍ୱର ମାନସିକତାକୁ ସମୁଳେ ନିପାତ କରିବା । ଦେଶ ସମୃଦ୍ଧ, ସଂସ୍କୃତି ଓ ପରମ୍ପରାକୁ ନେଇ ଗର୍ବ କରିବା । ଭାରତର ଏକତା ଓ ଅଖଣ୍ଡତାକୁ ସୁଦୃଢ଼ କରିବା ଏବଂ ଦେଶର ସୁରକ୍ଷା ପାଇଁ ସମର୍ପିତ ବ୍ୟକ୍ତି ବିଶେଷଙ୍କୁ ସମ୍ମାନ କରିବା । ନାଗରିକଭାବେ ଦେଶ ପ୍ରତି ନିଜର କର୍ତବ୍ୟକୁ ନିଷ୍ଠାର ସହ ପରିପାଳନ କରିବା” କହି ଶପଥ ନେଇଥିଲେ ।
ଏହି ଅବସରରେ ବାବୁ ସିଂ, ରାମଚନ୍ଦ୍ର ରଣସିଂହ, କାର୍ତ୍ତିକ ସୁନ୍ଦରାୟ, ସୁମିତ୍ରା ଆଚାର୍ଯ୍ୟ, ସ୍ମିତା ପଟ୍ଟନାୟକ, ସୋୟଂ ସେବକ ରାୟ,ସୁନିଲ ପ୍ରଧାନ, ମନୋଜ ପଶ୍ଚିମକବାଟ, ଶାଶ୍ଵତ ନାୟକ, ଶଶାଙ୍କ ଶେଖର ବିଶ୍ଵାଳ,ସନ୍ତୋଷ କମଳ ଙ୍କ ସମେତ ଶତାଧିକ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ ।

(ବିଜେପି ମିଡିଆ ସେଲ୍‌)

Leave A Comment

All fields marked with an asterisk (*) are required