Search for:
  • Home/
  • ରାଜ୍ୟ/
  • ଏକାମ୍ର ନିର୍ବାଚନ ମଣ୍ଡଳୀର ଜାଗମରା ଅଞ୍ଚଳରେ “ମୋ ମାଟି ମୋ ଦେଶ” କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ବାବୁ ସିଂ।

ଏକାମ୍ର ନିର୍ବାଚନ ମଣ୍ଡଳୀର ଜାଗମରା ଅଞ୍ଚଳରେ “ମୋ ମାଟି ମୋ ଦେଶ” କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ବାବୁ ସିଂ।

Spread the love

Loading

ଏକାମ୍ର ନିର୍ବାଚନ ମଣ୍ଡଳୀର ଜାଗମରା ଅଞ୍ଚଳରେ “ମୋ ମାଟି ମୋ ଦେଶ” କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ବାବୁ ସିଂ।

 

ଭୁବନେଶ୍ୱର,ତା.୧୬/୦୯: ରାଷ୍ଟ୍ର ପାଇଁ ବଳିଦାନ ଦେଇଥିବା ଅମର ‘ବୀର’ମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବ୍ୟାପୀ ଦେଇଥିବା ଆହ୍ୱାନ କ୍ରମେ ଆଜି ଏକାମ୍ର ନିର୍ବାଚନ ମଣ୍ଡଳୀର ଜାଗମରା ଅଞ୍ଚଳରେ ଆୟୋଜିତ “ମୋ ମାଟି ମୋ ଦେଶ” ଅଭିଯାନର ଶୁଭାରମ୍ଭ କରିଥିଲେ ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ବିଜେପି ସଭାପତି ତଥା ଏକାମ୍ର ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ ବାବୁ ସିଂ।ମାଟିକୁ ପ୍ରଣାମ ଓ ବୀରଙ୍କୁ ବନ୍ଦନା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ । ଦେଶର ପ୍ରତି ଗାଁ, ପଂଚାୟତ, ବ୍ଲକ, ସହର, ନଗର, ପୌରପାଳିକା ଅଂଚଳରେ ବୀର ସ୍ୱାଧୀନତା ସଂଗ୍ରାମୀ ଓ ଯବାନଙ୍କ ବଳିଦାନ ସ୍ମୃତିରେ ଶିଳାଫଳକ ସଂଯୋଗ କରାଯାଇଛି ।ବିରଭୂମି,ଧାର୍ମିକସ୍ଥଳୀ, ଓଡ଼ିଶାରେ ସହିଦ ଓ ବଳିଦାନ ଦେଇଥିବା ବୀରମାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ଆଜି ଏକାମ୍ର ନିର୍ବାଚନ ମଣ୍ଡଳୀର ଜାଗମରା ମଙ୍ଗଳା ମନ୍ଦିର ରେ ମା ଙ୍କ ଦର୍ଶନ କରି “ମୋ ମାଟି ମୋ ଦେଶ” କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ୱାର୍ଡ ନଂ ୬୩ ଅଞ୍ଚଳରେ ଘର ଘର ବୁଲି କଳସରେ ମାଟି ସଂଗ୍ରହ କରି ତପୋବନ ବସ୍ତି ରାମ ମନ୍ଦିର ରେ ସମାପ୍ତ ହୋଇ ପୂଜା ଅର୍ଚ୍ଚନା କରାଯାଇଥିଲା। ଆଜିର ଏହି ଅମୃତ କଳସ ଯାତ୍ରାକୁ ସାଧାରଣ ଲୋକ ଏଥିରେ ଯୋଗୋଦେଇ ଥିଲେ।ଦେଶର ଏକତା, ଅଖଣ୍ଡତା ପାଇଁ ଯବାନମାନେ ଲଢ଼ି ପ୍ରାଣବଳି ଦେଉଛନ୍ତି ।୨୦୪୭ ସୁଦ୍ଧା ଭାରତକୁ ଏକ ଆତ୍ମନିର୍ଭର ତଥା ବିକଶିତ ରାଷ୍ଟ୍ରଭାବେ ପରିଣତ କରିବାର ସ୍ୱପ୍ନକୁ ସାକାର କରିବା । ଦାସତ୍ୱର ମାନସିକତାକୁ ସମୁଳେ ନିପାତ କରିବା । ଦେଶ ସମୃଦ୍ଧ, ସଂସ୍କୃତି ଓ ପରମ୍ପରାକୁ ନେଇ ଗର୍ବ କରିବା । ଭାରତର ଏକତା ଓ ଅଖଣ୍ଡତାକୁ ସୁଦୃଢ଼ କରିବା ଏବଂ ଦେଶର ସୁରକ୍ଷା ପାଇଁ ସମର୍ପିତ ବ୍ୟକ୍ତି ବିଶେଷଙ୍କୁ ସମ୍ମାନ କରିବା । ନାଗରିକଭାବେ ଦେଶ ପ୍ରତି ନିଜର କର୍ତବ୍ୟକୁ ନିଷ୍ଠାର ସହ ପରିପାଳନ କରିବା” କହି ଶପଥ ନେଇଥିଲେ ।ଦେଶର ଅଖଣ୍ଡତା ପାଇଁ ଯେଉଁ ଯବାନମାନେ ଲଢ଼ୁଛନ୍ତି ସେମାନଙ୍କ ସ୍ମୃତି ରକ୍ଷା ପାଇଁ ମୋଦିଜୀ ଆହ୍ୱାନ କ୍ରମେ ଆଜି ଯବାନମାନଙ୍କ ସ୍ମୃତି ପାଇଁ “ମାଟି ସଂଗ୍ରହ” କରିଛନ୍ତି । ଏହି ମାଟି ଦିଲ୍ଳୀ ଯିବ, ସେଠାରେ ସହିଦଙ୍କ ପାଇଁ ଏହା ଏକ ବଡ ସ୍ମାରକୀ ହେବ ବୋଲି ଶ୍ରୀ ସିଂ କହିଛନ୍ତି ।

ଏହି ଅବସରରେ ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ସଭାପତି ବାବୁ ସିଂ, ସ୍ଥାନୀୟ କର୍ପୋରେଟର ସୁଜାତା ଛୋଟରାୟ,ଜିଲ୍ଲା ସାଧାରଣ ସମ୍ପାଦକ ହିମାଂଶୁ ଶେଖର ଛୋଟରାୟ,ଖଣ୍ଡଗିରି ମଣ୍ଡଳ ସଭାପତି ରାମଚନ୍ଦ୍ର ରଣସିଂହ, ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ସ୍ଵଂୟ ସେବକ ରାୟ,ବିଜେପି ନେତା ସୁନିଲ ପ୍ରଧାନ, ସିନେନ୍ଦ୍ର ଜେନା,ସୁମିତ୍ରା ଆଚାର୍ଯ୍ୟ, ମନୋଜ ପଶ୍ଚିମକବାଟ, ଜ୍ଞାନରଞ୍ଜନ ମହାନ୍ତି ,ବିଶ୍ୱଜିତ୍ ବିଶ୍ଵାଳ, ସତ୍ୟପ୍ରକାଶ ରାଉତ,ବବୁ ଲେଙ୍କା, ଗୀତାଞ୍ଜଳୀ ବେହେରା,ଜ୍ୟୋତ୍ରିମଇ ଅଗରୱାଲ,ମୁକ୍ତେଶ୍ଵର ମହାନ୍ତି, ଜଗବନ୍ଧୁ ସ୍ବାଇଁ,ଅଶୋକ ସ୍ବାଇଁ, ରାଜେନ୍ଦ୍ର ମାଝୀ, ସୁଶିଲ ପାତ୍ର ଙ୍କ ସମେତ ଶତାଧିକ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ ।

(ଭୁବନେଶ୍ୱର ବିଜେପି ମିଡିଆ ସେଲ୍‌)

Leave A Comment

All fields marked with an asterisk (*) are required