Search for:
  • Home/
  • ରାଜ୍ୟ/
  • ଏକାମ୍ର ରାଜା ଗଣେଶ ପୂଜା କମିଟି ଗଣେଶ ପୂଜା ପ୍ରସ୍ତୁତି ଯୋଗଦେବେ ବିଶିଷ୍ଟ କଳାକାର, ପଡୋଶୀ ରାଜ୍ୟର ବାଦ୍ୟ

ଏକାମ୍ର ରାଜା ଗଣେଶ ପୂଜା କମିଟି ଗଣେଶ ପୂଜା ପ୍ରସ୍ତୁତି ଯୋଗଦେବେ ବିଶିଷ୍ଟ କଳାକାର, ପଡୋଶୀ ରାଜ୍ୟର ବାଦ୍ୟ

Spread the love

Loading

ଏକାମ୍ର ରାଜା ଗଣେଶ ପୂଜା କମିଟି ଗଣେଶ ପୂଜା ପ୍ରସ୍ତୁତି
ଯୋଗଦେବେ ବିଶିଷ୍ଟ କଳାକାର, ପଡୋଶୀ ରାଜ୍ୟର ବାଦ୍ୟ

ଭୁବନେଶ୍ବର ଶ୍ରୀ ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କ ଆଶୀର୍ବାଦ କ୍ରମେ ” ଏକାମ୍ର ରାଜା ଗଣେଶ ପୂଜା କମିଟି ” ଆନୁକୁଲ୍ୟରେ ବହୁ ପୁରାତନ ଶ୍ରୀ ଗଣେଶ ପୂଜା ବଢେଇବାଙ୍କ ଛକ ସ୍ଥିତ ଦେବୀ ମଣ୍ଡପରେ ଅନୁଷ୍ଠିତ ହୋଇ ଆସୁଛି । ଏହି ପୂଜା ଏକାମ୍ର କ୍ଷେତ୍ରର ସର୍ବପୁରାତନ ପୂଜାର ମାନ୍ୟତା ପାଇଥିବାରୁ ଏକାମ୍ର ରାଜା ଙ୍କ ନାମରେ ପରିଚିତ । ଏହା ପୁରୁଣା ଭୁବନେଶ୍ବରର ସର୍ବୋଚ୍ଚ ବିଗ୍ରହ ଅଟନ୍ତି। ଶ୍ରୀ ଲିଙ୍ଗରାଜ ଙ୍କ ଅଙ୍ଗଲାଗି ସେବକ ‘ ବଡୁ ସେବକ ‘ ମାନେ ମହାପ୍ରଭୁଙ୍କ ଆଜ୍ଞାମାଳ ଆଣି ବିଧି ମୁତାବକ କାର୍ଯ୍ୟ ସମ୍ପାଦକ କରିବା ସହ ପ୍ରସାଦ ବଣ୍ଟନ କରାଯାଏ। ଚଳିତ ବର୍ଷ ଏକାମ୍ର ରାଜା ମହୋତ୍ସବ ରେ ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗର, ମଣ୍ଟୁ ଛୁରିଆ, ସତ୍ୟଜିତ ପ୍ରଧାନ ସମେତ ବହୁ ନାମି କଳାକାର ଙ୍କ ଦ୍ଵାରା ସଙ୍ଗୀତ ପରିବେଶ କରାଯିବ । ଏହି କାର୍ଯ୍ୟକ୍ରମ ରେ ଦରିଦ୍ର ନାରାୟଣ ସେବା ( ପ୍ରସାଦ) ବଣ୍ଟନ କରାଯିବ , ସହିତ କିଭଳି ଭାବରେ ଶାନ୍ତି, ଶୁଙ୍ଖଲା ରକ୍ଷା କରାଯିବା ବୋଲି କମିଟିର ସଭାପତି ଶ୍ରୀଯୁକ୍ତ ଅମେୟ ଦାଶ, ସମ୍ପାଦକ ତଥା କର୍ପୋରେଟର ଶ୍ରୀ ଶିବ ପ୍ରସାଦ ବେହେରା, ଅନିକେତ ବଟୁ, ରଞ୍ଜିତ ପାତ୍ର, ଅସିତ୍ ମଲିକ୍, ରଞ୍ଜିତ ମକଦମ୍, ଗୋପାଳ ମକଦମ୍ , ରାକେଶ ବଟୁ ସୂଚନା ପ୍ରଦାନ କରିଥିଲେ ।

Leave A Comment

All fields marked with an asterisk (*) are required