Search for:
  • Home/
  • Bda/
  • _ଏକାମ୍ର ନିର୍ବାଚନ ମଣ୍ଡଳୀରେ ୩କୋଟି ରୁ ଉର୍ଦ୍ଧ୍ବ ମୂଲ୍ୟର ୨ ଟି ଉନ୍ନତି ମୂଳକ ପ୍ରକଳ୍ପ ର ଶିଳାନ୍ୟାସ କଲେ ବିଧାୟକ ବାବୁ ସିଂ_

_ଏକାମ୍ର ନିର୍ବାଚନ ମଣ୍ଡଳୀରେ ୩କୋଟି ରୁ ଉର୍ଦ୍ଧ୍ବ ମୂଲ୍ୟର ୨ ଟି ଉନ୍ନତି ମୂଳକ ପ୍ରକଳ୍ପ ର ଶିଳାନ୍ୟାସ କଲେ ବିଧାୟକ ବାବୁ ସିଂ_

Spread the love

Loading

_ଏକାମ୍ର ନିର୍ବାଚନ ମଣ୍ଡଳୀରେ ୩କୋଟି ରୁ ଉର୍ଦ୍ଧ୍ବ ମୂଲ୍ୟର ୨ ଟି ଉନ୍ନତି ମୂଳକ ପ୍ରକଳ୍ପ ର ଶିଳାନ୍ୟାସ କଲେ ବିଧାୟକ ବାବୁ ସିଂ_

ଏକାମ୍ର ନିର୍ବାଚନ ମଣ୍ଡଳୀରେ ବିକାଶ ର ସ୍ୱର୍ଣ୍ଣିମ ଅଧ୍ୟାୟ ସୃଷ୍ଟି ହେବାକୁ ଯାଉଛି: ବାବୁ ସିଂ

 ନିର୍ବାଚନୀ ପ୍ରତିଶୃତି କୁ ବାସ୍ତବ ରୂପ ଦେବା କାର୍ଯ୍ୟ ଆରମ୍ଭ ହୋଇସାରିଛି : ବାବୁ ସିଂ
 ଏକାମ୍ର ବାସୀଙ୍କ ବିଶ୍ୱାସକୁ ନେଇ ବିଜେପି ସରକାର କାମ କରିବ।

ଭୁବନେଶ୍ୱର,ତା.୧୨/୧୨: ରାଜ୍ୟରେ ପ୍ରଥମ ଥର ପାଇଁ ବିଜେପି ସରକାର ଗଠନ ହେବା ପରେ ଓ ଏକାମ୍ର ନିର୍ବାଚନ ମଣ୍ଡଳୀରେ ବିଜେପି ବିଧାୟକ ବିଜୟୀ ହେବା ପରେ ଏକାମ୍ର ନିର୍ବାଚନ ମଣ୍ଡଳୀର ସାମଗ୍ରିକ ବିକାଶକୁ ସର୍ବଦା ପ୍ରାଧାନ୍ୟ ଦିଆଯାଉଛି । ବିଜେପି ସରକାରରେ ଏକାମ୍ର ର ଭିତିଭୁମିକୁ ସୁଦୃଢ କରିବା ପାଇଁ ସମସ୍ତ ବାଧାବିଘ୍ନ ଦୂର କରାଯିବା ସହିତ ନୂତନ ପ୍ରକଳ୍ପ ନିର୍ମାଣ କରାଯିବ । ଆଜି ଏକାମ୍ର ନିର୍ବାଚନ ମଣ୍ଡଳୀର ଭୀମଟାଙ୍ଗୀ ଓ କପିଳେଶ୍ୱର ଅଞ୍ଚଳରେ ୩ କୋଟି ରୁ ଉର୍ଦ୍ଧ୍ବ ବିଭିନ୍ନ ଉନ୍ନତିମୂଳକ ପ୍ରକଳ୍ପ ର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନା କରାଗଲା। ୱାର୍ଡ଼ ନଂ ୬୧ ଭିମଟାଙ୍ଗୀ ଅଞ୍ଚଳର ଫେଜ-୧ ସ୍ଥିତ ଲେନ-୧, ଏ ଏଲ-୧ ଠାରୁ ଏ ଏଲ-୧୯ ଏବଂ ଏ ଏଲ-୧୬୮, ଏ ଇ-୧୪୪ ପର୍ଯ୍ୟନ୍ତ ଉଭୟ ପାର୍ଶ୍ବ ପେଭର ରାସ୍ତା ଉନ୍ନତିକରଣ ଓ ୩,୮୦,୧୩୯,୮୯ କୋଟି ଟଙ୍କା ବ୍ୟୟରେ କପିଳେଶ୍ୱର ଏନ୍.ଏଚ-୨୦୩ ଠାରୁ କପିଳେଶ୍ବର ଭାୟା ଶ୍ରୀରାମ ନଗର ଏବଂ କେଉଟସାହି, ଲିଙ୍ଗରାଜ ମନ୍ଦିର ପର୍ଯ୍ୟନ୍ତ ୦/୦୦୦ କି.ମି ଠାରୁ ୨/୨୪୨ କି.ମି. ପର୍ଯ୍ୟନ୍ତ ରାସ୍ତା କାର୍ଯ୍ୟର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କରାଗଲା।ଏକାମ୍ର ବାସୀଙ୍କ ବିଶ୍ୱାସକୁ ନେଇ ବିଜେପି ସରକାର କାମ କରିବ।ନିର୍ବାଚନୀ ପ୍ରତିଶୃତି କୁ ବାସ୍ତବ ରୂପ ଦେବା କାର୍ଯ୍ୟ ଆରମ୍ଭ ହୋଇସାରିଛି ବୋଲି ଏକାମ୍ର ବିଧାୟକ ବାବୁ ସିଂ କହିଛନ୍ତି ।
ଏସବୁ ଖୁବ୍ ଜଲ୍ଦୀ କାମ ଆରମ୍ଭ ହେବା ପାଇଁ ମଧ୍ୟ ନିଷ୍ପତି ନିଆଯାଇଛି । ଅତୀତର ବିଜେଡି ସରକାର ଅମଳରେ ରାଜନୈତିକ ଇଚ୍ଛା ଓ ଆନ୍ତରିକତା ଅଭାବ କାରଣରୁ କେନ୍ଦ୍ରୀୟ ପ୍ରକଳ୍ପଗୁଡିକୁ ବାସ୍ତବ ରୂପ ମିଳି ପାରୁନଥିଲା ଏବଂ ଏକାମ୍ର ନିର୍ବାଚନ ମଣ୍ଡଳୀରେ ବିକାଶ ବାଧାପ୍ରାପ୍ତ ହେଉଥିଲା।ଆଜିର ଏହି ଐତିହାସିକ ନିଷ୍ପତି ଏକାମ୍ର ନିର୍ବାଚନ ମଣ୍ଡଳୀରେ ବିକାଶ ର ସ୍ୱର୍ଣ୍ଣିମ ଅଧ୍ୟାୟ ସୃଷ୍ଟି ହେବାକୁ ଯାଉଛି ବୋଲି ଶ୍ରୀ ସିଂ କହିଛନ୍ତି ।ଏକାମ୍ର ନିର୍ବାଚନ ମଣ୍ଡଳୀର ବିକାଶକୁ ପ୍ରାଧାନ୍ୟ ଦିଆଯାଇଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି, ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝି ଙ୍କୁ ଏକାମ୍ର ବିଧାୟକ ବାବୁ ସିଂ ଏକାମ୍ର ବାସୀଙ୍କ ତରଫରୁ ଆନ୍ତରିକ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି । ଆଜିର ଏହି ଏହି କାର୍ଯ୍ୟକ୍ରମ ରେ ଭୁବନେଶ୍ୱର ମହାନଗର ନିଗମ ମେୟର ସୁଲୋଚନା ଦାସ, କର୍ପୋରେଟର ବିରଞ୍ଛ ନାରାୟଣ ମହାସୁପକାର,ଶିବ ନାରାୟଣ ରାୟ, ଚନ୍ଦ୍ରଶେଖର ମଲିଆ, ପୂର୍ବତନ କର୍ପୋରେଟର ସୁଭାଷିନୀ ପୃଷ୍ଟି, ସ୍ଥାନିତ ନେତୃତ୍ୱ କୃଷ୍ଣ ଚନ୍ଦ୍ର ବଟୁ, ତୃପ୍ତି ମଇ ମକଦ୍ଦମ, ତାପସ ଦଳାଇ, ସୁରେନ୍ଦ୍ର ପ୍ରଧାନ, ପ୍ରସହ୍ନ ସିଂ ପ୍ରମୁଖ ଉପସ୍ଥିତ ଥିଲେ।

 

Leave a reply

  • Default Comments (0)
  • Facebook Comments

Leave A Comment

All fields marked with an asterisk (*) are required