Search for:
  • Home/
  • ରାଜ୍ୟ/
  • ବଢ଼େଇବାଙ୍କ ଛକରେ ଏକାମ୍ର ରାଜା ଗଣେଶ, କମାଲ କଲେ କଣ୍ଠଶିଳ୍ପୀ ଆସିମା ପଣ୍ଡା,

ବଢ଼େଇବାଙ୍କ ଛକରେ ଏକାମ୍ର ରାଜା ଗଣେଶ, କମାଲ କଲେ କଣ୍ଠଶିଳ୍ପୀ ଆସିମା ପଣ୍ଡା,

Spread the love

Loading

ବଢ଼େଇବାଙ୍କ ଛକରେ ଏକାମ୍ର ରାଜା ଗଣେଶ, କମାଲ କଲେ କଣ୍ଠଶିଳ୍ପୀ ଆସିମା ପଣ୍ଡା,

ଭୁବନେଶ୍ୱର,୯/୯ : ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କ ଅଙ୍ଗଲାଗି ସେବକଙ୍କ ଦ୍ବାରା “ଏକାମ୍ର ରାଜା ଚାରିଟେବ୍ୟୁଲ ଟ୍ରଷ୍ଟ” ଆନୂକୁଲ୍ୟରେ ଏକାମ୍ର ରାଜା ଗଣେଶ ପୂଜା ବଢ଼େଇବାଙ୍କ ଛକ ସ୍ଥିତ ଦେବୀ ମଣ୍ଡପରେ ଆଜି କମାଲ କରିଛନ୍ତି କଣ୍ଠଶିଳ୍ପୀ ଅସୀମା ପଣ୍ଡା । ସେ ତାଙ୍କ କଣ୍ଠରେ ତୁ ଥିଲେ ଓ ଜାନା ମୌସମ ଲଗେ ସୁହାନା…, ମହୁଆ ପାଣି ୭୦ ଟଙ୍କା ଆଠେଣି…., ଏ ଫୁଲ କହ ଥରେ….,ସଖି ସାଙ୍ଗେ ଗେଲେ ରହ…..ଆଦି ସଂଗୀତ ପରିବେଣେ କରିଥିଲେ। ତାଙ୍କ ଗୀତ ଶୁଣିବାକୁ ଭଢ଼େଇବାଙ୍କ ଛକରେ ପ୍ରବଳ ଭିଡ଼ ଜମିଥିଲା। ୫୪ଫୁଟ୍‌ ରାମଙ୍କ ମୂର୍ତ୍ତି ଆକୃତିର ଲାଇଟ୍ ତୋରଣ, ମୀନା ବଜାର ଓ ରାମଦୋଳି ଆକର୍ଷଣୀୟ କରିଛି ଲୋକଙ୍କୁ । ସେହିପରି ୨୫ଫୁଟ୍‌ ଗଣେଶଙ୍କ ମୁଣ୍ଡରେ ରୂପାରେ ମୁକୁଟ, କାନ ରିଙ୍ଗ୍‌ ସହ ଶୁଣ୍ଢ ଥୋଡ ପାହାଡ଼ ରୂପାରେ ଲଗାଯାଇଛି। ଆଜି ଟ୍ରଷ୍ଟର ସଭାପତି ତଥା ବିଜେଡ଼ି ନେତା ଅମୀୟ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କଣ୍ଠଶିଳ୍ପୀ ଆସିମା ପଣ୍ଡାଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା। ଏଥିରେ ଅତିଥି ଭାବେ ବିଏମସି ମେୟର ସୁଲୋଚନା ଦାସ, ପୂର୍ବତନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଦେବୀ ମିଶ୍ର, ଡେପୁଟି ମେୟର ମଞ୍ଜୁଳତା କଁଅର, କର୍ପୋରେଟର ଚନ୍ଦ୍ର ଶେଖର ମଲିଆ ସମେତ ବହୁ ସଭ୍ୟ ଉପସ୍ଥିତଥିଲେ।

Leave A Comment

All fields marked with an asterisk (*) are required