ଏକାମ୍ର ନିର୍ବାଚନ ମଣ୍ଡଳୀର ୱାର୍ଡ଼ ନଂ ୫୨ ଅଞ୍ଚଳରେ ବୃକ୍ଷ ରୋପଣ କଲେ ବିଧାୟକ ବାବୁ ସିଂ।
ଏକାମ୍ର ନିର୍ବାଚନ ମଣ୍ଡଳୀର ୱାର୍ଡ଼ ନଂ ୫୨ ଅଞ୍ଚଳରେ ବୃକ୍ଷ ରୋପଣ କଲେ ବିଧାୟକ ବାବୁ ସିଂ।
ଭୁବନେଶ୍ୱର,ତା.୩୧/୦୭:ବୃକ୍ଷ ହିଁ ଜୀବନ। ଭବିଷ୍ୟତକୁ ଆଖି ଆଗରେ ରଖି ପରିବେଶକୁ ସୁରକ୍ଷିତ ରଖିବା ନିମନ୍ତେ ବୃକ୍ଷର ଆବଶ୍ୟକତା ରହିଥିବା ବେଳେ ଏକାମ୍ର ନିର୍ବାଚନ ମଣ୍ଡଳୀର ବିଧାୟକ ଶ୍ରୀ ବାବୁ ସିଂ ଅଭିନବ ପ୍ରୟାସ ଆରମ୍ଭ କରିଛନ୍ତି। ପ୍ରତ୍ୟେକ ଦିନ ଏକାମ୍ର ନିର୍ବାଚନ ମଣ୍ଡଳୀର ଗୋଟିଏ ଅଞ୍ଚଳରେ ବୃକ୍ଷ ରୋପଣ କରୁଛନ୍ତି। ଆଜି ଏକାମ୍ର ନିର୍ବାଚନ ମଣ୍ଡଳୀର ୱାର୍ଡ଼ ନଂ ୫୨ ଭୀମପୁର ଅଞ୍ଚଳରେ ବିଭିନ୍ନ କିସମର ବୃକ୍ଷ ରୋପଣ କରିଥିଲେ। ଏଥିରେ ସ୍ଥାନୀୟ ଜନସାଧାରଣ ସାମିଲ ହୋଇଥିଲେ।ଏହି ଅବସରରେ ବିଧାୟକ ବାବୁ ସିଂ କହିଛନ୍ତି ଯେ,ପ୍ରିୟ ବନ୍ଧୁଗଣ “ମାଆ ପାଇଁ ଗଛଟିଏ” ଅଭିଯାନ ଦ୍ୱାରା ପ୍ରକୃତି ସହିତ ମାତୃତ୍ୱର ଅବିଶ୍ୱାସନୀୟ ବନ୍ଧନକୁ ପାଳନ କରିବାରେ ଆମ ସହିତ ଯୋଗ ଦିଅନ୍ତୁ।ଆସନ୍ତୁ ସେମାନଙ୍କ ନାମରେ ଏକ ଗଛ ଲଗାଇ ଆମ ମାଆ ମାନଙ୍କୁ ସମ୍ମାନିତ କରିବା।ମିଳିତ ଭାବରେ, ଆମେ ଭବିଷ୍ୟତ ପିଢ଼ି ପାଇଁ ଏକ ସବୁଜ,ସ୍ୱାସ୍ଥ୍ୟକର ଓଡ଼ିଶା ସୃଷ୍ଟି କରିପାରିବା। ପ୍ରତ୍ୟେକ ଦିନ ଗୋଟିଏ ଦିନ ଗୋଟିଏ ୱାର୍ଡ଼ ର ଏକ ଅଞ୍ଚଳ ରେ ବୃକ୍ଷ ରୋପଣ କରାଯିବ। ବୃକ୍ଷ ଆମ ଜୀବନର ଆଧାର ଅଟେ ଏହାର ସୁରକ୍ଷା ଆମର କର୍ତବ୍ୟ।ଆପଣମାନେ ମଧ୍ୟ ଏହି ଅଭିଯାନରେ ସାମିଲ ହେବା ସହ ଏକ ସଚ୍ଛ ଓ ସୁନ୍ଦର ପରିବେଶ ପାଇଁ ଗୋଟିଏ ଗୋଟିଏ ଗଛ ଲଗାନ୍ତୁ । ଆପଣଙ୍କ ଅଞ୍ଚଳରେ ଥୁବା ଖୋଲା ସ୍ଥାନରେ ବୃକ୍ଷରୋପଣ ପାଇଁ ଆମକୁ ଯୋଗାଯୋଗ କରନ୍ତୁIସମସ୍ତଙ୍କୁ ଚାରା ସହିତ ଟ୍ରି ଗାର୍ଡ ମଧ ଯୋଗାଇ ଦିଆଯିବ ବୋଲି ଶ୍ରୀ ସିଂ କହିଛନ୍ତି। ଆଜିର ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମ ରେ ମନୋଜ ପାତ୍ର, ଲଳିତ ଗରାବଡୁ, ମନୋରଞ୍ଜନ ବେହେରା, ଭଗବାନ ଦାସ, କେଦାର ନାଥ ରଣସିଂହ, ଗୋପାଳ ଚନ୍ଦ୍ର ମହାନ୍ତି, ଏସ. କେ. ନୌଶଦ୍, ପ୍ରଦୀପ ପଟ୍ଟନାୟକ, କଣ୍ଡୁରି ଚରଣ ନାୟକ, ବିରଞ୍ଚି ନାରାୟଣ ଭଞ୍ଜେଦେଓ, ପବିତ୍ର, ସବିତା ଦାସ ପ୍ରମୁଖ ଉପସ୍ଥିତ ଥିଲେ।