ଏକାମ୍ର କ୍ଷେତ୍ରରେ ୪କୋଟି ବେୟରେ ହେବ ୧୪ ଟି ମନ୍ଦିରର ନବୀକରଣ ଏବଂ ବିକାଶ:- ବାବୁ ସିଂ
ଏକାମ୍ର କ୍ଷେତ୍ରରେ ୪କୋଟି ବେୟରେ ହେବ ୧୪ ଟି ମନ୍ଦିରର ନବୀକରଣ ଏବଂ ବିକାଶ:- ବାବୁ ସିଂ
•ଏକାମ୍ର ନିର୍ବାଚନ ମଣ୍ଡଳୀରେ ବାବୁ ସିଂ ଙ୍କ ବିଶାଳ ବାଇକ ଶୋଭାଯାତ୍ରା।
•ଏଥର ଏକାମ୍ର ବାସୀ ବିଜେପିକୁ ସୁଯୋଗ ନିଶ୍ଚୟ ଦେବେ ବୋଲି ସଂକଳ୍ପ କଲେଣି
ଭୁବନେଶ୍ୱର,୨୧/୦୫: ଏକାମ୍ର ନିର୍ବାଚନ ମଣ୍ଡଳୀ ରେ ବିଜେପି ତାର ପ୍ରଚାର କୁ ଆହୁରି ଜୋରଦାର କରିଛି।ଆଜି ଏକାମ୍ର ନିର୍ବାଚନ ମଣ୍ଡଳୀର ଦିନତମାମ ବିଶାଳ ବାଇକ ଶୋଭାଯାତ୍ରା ଓ ପଦଯାତ୍ରା କରି ବିଜେପି ବିଧାୟକ ପ୍ରାର୍ଥୀ ବାବୁ ସିଂ ଜନତାଙ୍କ ଆଶ୍ରିବାଦା ନେଇଥିଲେ। ଆଜି ୱାର୍ଡ଼ ନଂ ୬୧,୬୦,୫୪,୫୯,୪୪,୫୭,୫୮,୫୬, ୫୫ ର ବିଭିନ୍ନ ସ୍ଥାନରେ ମାରାଥନ ପ୍ରଚାର କରିଥିଲେ ବିଜେପି ବିଧାୟକ ପ୍ରାର୍ଥୀ ବାବୁ ସିଂ। ପ୍ରଚାର ସମୟରେ ତାଙ୍କୁ ବିପୁଳ ଜନସମର୍ଥନ ମିଳୁଛି।ମନ୍ଦିର ମାଳିନୀ ସହର ଏକାମ୍ର ଭୁବନେଶ୍ୱର ବିକାଶ ଠାରୁ ଅନେକ ଦୂରରେ। ବହୁ କ୍ଷେତ୍ର ରେ ଏହି ଅଞ୍ଚଳ ଅବହେଳିତ। ରାସ୍ତା ଘାଟ, ପାନୀୟ ଜଳ, ଶିକ୍ଷା, ସ୍ବାସ୍ଥ୍ୟ ସବୁ କ୍ଷେତ୍ର ରେ ସମସ୍ୟା ଏଠି ମାଳ ମାଳ। ବର୍ଷା ଦିନେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ଏକାମ୍ର କ୍ଷେତ୍ର ହେଉଛି ଐତିହ୍ୟ ସଂସ୍କୃତି ପରିପୂର୍ଣ୍ଣ ଅଞ୍ଚଳ।ଏଠାରେ ଥିବା ଅନେକ ଐତିହ୍ୟ ପୋଖରୀ ଓ ଗାଡିଆ ,ଶ୍ମଶାନ,ଭାଗବତ ଟୁଙ୍ଗି ଓ ବିଭିନ୍ନ କ୍ଲବ ଓ ପାଠାଗାର ର ପୁନରୁଦ୍ଧାର,ବର୍ଷା ଜଳ ନିଷ୍କାସନ ପାଇଁ ସ୍ବତନ୍ତ୍ର ଡ୍ରେନ ନିର୍ମାଣ,ବିଭିନ୍ନ ମନ୍ଦିର ଗୁଡ଼ିକ ର ପୁନରୁଦ୍ଧାର। ଏକାମ୍ର ନିର୍ବାଚନ ମଣ୍ଡଳୀରେ ୨୪ ଘଣ୍ଟିଆ ପାନୀୟ ଜଳ ଯୋଗାଣ ପାଇଁ ପ୍ରାଥମିକତା ଭିକ୍ତିରେ ଉଦ୍ୟମ କରିବି। ଗଙ୍ଗୁଆ ନାଳ ର ପୂର୍ଣ୍ଣ ଉଦ୍ଧାର କରି ଏକାମ୍ର ଅଞ୍ଚଳକୁ ଜଳ ବନ୍ଦୀ ରୁ ମୁକ୍ତି କରାଯିବ। ଏ ଦିଗରେ ଯାହା ସମ୍ଭବ ମୁଁ କରିବି। ଏଠାରେ ମହାପ୍ରଭୁ ଲିଙ୍ଗରାଜ ଙ୍କ ସହ ବହୁ ପ୍ରାଚୀନ କୀର୍ତ୍ତି ରାଜି ରହିଛି। ସେସବୁକୁ ନେଇ ଏଠାରେ କିଭଳି ଆଧ୍ୟାତ୍ମିକ ପରିବେଶ ରେ ପର୍ଯ୍ୟଟନକୁ ଆକୃଷ୍ଟ କରିହେବ ସେ ଦିଗରେମାଷ୍ଟର ପ୍ଲାନ୍ ପ୍ରସ୍ତୁତ ହେବ। ଫଳରେ ଏଠାରେ ଲୋକଙ୍କୁ ରୋଜଗାର ମିଳିପାରିବ। ରାସ୍ତା ଘାଟ, ପାନୀୟ ଜଳ, ପରିମଳ ପରି ସୁବିଧା ସହ ଏକାମ୍ର ଅଞ୍ଚଳକୁ ଏକ ଆଦର୍ଶ ନିର୍ବାଚନ ମଣ୍ଡଳୀରେ ପରିଣତ କରାଯିବ।