ଭୁବନେଶ୍ୱର ଏକାମ୍ର ନିର୍ବାଚନ ମଣ୍ଡଳୀ ୱାର୍ଡ ନଂ ୨୩ ରେ କଳିଙ୍ଗ ଷ୍ଟୁଡିଓ ଛକ ଠାରୁ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଖଣ୍ଡଗିରି ବରବାରି ,କଳିଙ୍ଗ ନଗର ପ୍ରଭୃତି ଅଞ୍ଚଳରେ ଜୋର୍ ଦାର ପ୍ରଚାର
ଓଡ଼ିଶାକୁ ଏକ ଦୃଷ୍ଟାନ୍ତକାରି ରାଜ୍ୟରେ (Most Happening State) ପରିଣତ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ -ମନ୍ତ୍ରୀ ଅଶୋକ
ଆଜି ଭୁବନେଶ୍ୱର ଏକାମ୍ର ନିର୍ବାଚନ ମଣ୍ଡଳୀ ୱାର୍ଡ ନଂ ୨୩ ରେ କଳିଙ୍ଗ ଷ୍ଟୁଡିଓ ଛକ ଠାରୁ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଖଣ୍ଡଗିରି ବରବାରି ,କଳିଙ୍ଗ ନଗର ପ୍ରଭୃତି ଅଞ୍ଚଳରେ ଜୋର୍ ଦାର ପ୍ରଚାର କରିଥିଲେ । ଏହି ପ୍ରଚାର ସମୟରେ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ଇସ୍ତାହାର ପ୍ରକାଶ ସମ୍ପର୍କ ରେ ଶ୍ରୀ ପଣ୍ଡା କହିଥିଲେ ୨୦୩୬ ରେ ଓଡ଼ିଶା ରାଜ୍ୟ ୧୦୦ ବର୍ଷ ପୂରଣ କରିବାକୁ ଯାଉଥିବା ବେଳେ ଏକ ଦୃଷ୍ଟାନ୍ତକାରି ରାଜ୍ୟରେ ପରିଣତ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଛନ୍ତି। ଏଥିରେ ମେଟ୍ରୋ ରେଳ ପ୍ରକଳ୍ପ ଠାରୁ ଆରମ୍ଭ କରି ମିଶନ ଶକ୍ତି ମା ମାନଙ୍କ ପାଇଁ ବିନା ସୁଧରେ ଦଶ ଲକ୍ଷ ଟଙ୍କା ରୁ ପନ୍ଦର ଲକ୍ଷ ଟଙ୍କାକୁ ଋଣ ସୀମା ବୃଦ୍ଧି ଓ ପେନସନ, ଶହେ ୟୁନିଟ ପର୍ଯ୍ୟନ୍ତ ବିଜୁଳି ବିଲ ଛାଡ, ଯୁବ ବଜେଟ, ଭଳି ଅନେକ ଯୁଗାନ୍ତକାରୀ ଗ୍ୟାରେଣ୍ଟି ଯୋଜନା ମାନ ସାଧାରଣ ଜନତାଙ୍କ ପାଇଁ ଆମ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ପ୍ରତିଶ୍ରୁତି ଦେଇଛିନ୍ତି। ସେହି ଭଳି ୱାଡ ନଂ ୬୫ ରେ ବରିଷ୍ଠ ନାଗରିକ ମହାସଂଘ ଶ୍ରୀ ପଣ୍ଡା ଉଦବୋଧନ ଦେଇଥିଲେ।କାର୍ଯ୍ୟକ୍ରମରେ ସ୍ଥାନୀୟ କର୍ପୋରେଟର କିରଣ ମାଝୀ, ପୂର୍ବତନ କର୍ପୋରେଟର କାର୍ତ୍ତିକ ସୁନ୍ଦରାୟ,ଦିଲ୍ଲୀପ ମାଝୀ,ଏକାମ୍ର ଛାତ୍ର ସଭାପତି ରାଜେଶ ପାତ୍ର,ଯୁବ ନେତା ପୂର୍ଣେନ୍ଦୂ ପୂଜାପଣ୍ଡା,ଛାତ୍ର ନେତା ଶିବ ପ୍ରସାଦ ମହାପାତ୍ର,ପ୍ରମୁଖ ଉପସ୍ଥିତ ଥିଲେ।