ଏକାମ୍ର ରେ ୩୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ
ଏକାମ୍ର ରେ ୩୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ
ଭୁବନେଶ୍ୱର:ଆଜି ଭୁବନେଶ୍ୱର ଏକାମ୍ର ନିର୍ବାଚନ ମଣ୍ଡଳୀ ରେ ପ୍ରାୟ ୩୦ କୋଟି ଟଙ୍କାର ବିଭିନ୍ନ ରାସ୍ତା ର ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଶିଳାନ୍ୟାସ କରିଛନ୍ତି। ସେଥି ମଧ୍ୟରୁ ଭୁବନେଶ୍ୱର ମହାନଗର ନିଗମ ଦ୍ଵାରା ୱାର୍ଡ ନଂ ୬୩ ରେ ନାରାୟଣ ଜେନା ପ୍ରତିମୂର୍ତ୍ତି ଠାରୁ ମହିମା ଅଲେଖ ଆଶ୍ରମ ପର୍ଯ୍ୟନ୍ତ ୭୫ ଲକ୍ଷ ଟଙ୍କାରେ ରାସ୍ତା ର ଶିଳାନ୍ୟାସ, ସେହିପରି ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ବାସୁଆଘାଇ ଗ୍ରାମପଞ୍ଚାୟତ ରେ ବନ୍ଧ ବଢେଇ ଠାରୁ ଭାୟା ମହୁଲଗଡା ରାସ୍ତା ଓ ଡ୍ରେନ ପାଇଁ ୫.୩୩ କୋଟି, ଆଶୁତୋଷ ନଗର ଭାୟା ବ୍ୟାଙ୍କ୍ କଲୋନୀ ରାସ୍ତା ନିର୍ମାଣ ପାଇଁ ୫.୦୮ କୋଟି ଟଙ୍କା,କୋରଡ କଣ୍ଟା ରାସ୍ତା ମରାମତି ପାଇଁ ୧୬ ଲକ୍ଷ,ଲିଙ୍ଗୀପୂର ଗ୍ରାମପଞ୍ଚାୟତ ର ସନ୍ଥ ବିହାର ରାସ୍ତା ଓ ଡ୍ରେନ ନିର୍ମାଣ ପାଇଁ ୫.୩୦ କୋଟି ଟଙ୍କା, ଶେଷରେ ଶିଶୁପାଳ ଗଡ ଗ୍ରାମପଞ୍ଚାୟତ ର ଶକ୍ତି ନଗର ଓ ନନ୍ଦିଘୋଷ ନଗରର ରାସ୍ତା ଓ ଡ୍ରେନ ନିର୍ମାଣ ପାଇଁ ୯.୫୪ କୋଟି ଟଙ୍କାର ପ୍ରକଳ୍ପକୁ ମନ୍ତ୍ରୀ ଶ୍ରୀ ପଣ୍ଡା ଶିଳାନ୍ୟାସ କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ମେୟର ସୁଲୋଚନା ଦାସ, ଜିଲ୍ଲାପରିଷଦ ସଭ୍ୟ ସୁବାସ ସୁନ୍ଦରାୟ, ସରପଞ୍ଚ ବିକ୍ରମ ସେଠୀ, ରଶ୍ମି ରଂଜନ ଶ୍ରୀଚନ୍ଦନ, କ୍ଷିରୋଦ ପ୍ରଧାନ, ସମିତି ସଭ୍ୟ ବିନୋଦ ରାଉତରାୟ,ପ୍ରକାଶ ସାହୁ,ରିଲା ଭଞ୍ଜ, କର୍ପୋରେଟର ସୁଜାତା ଛୋଟରାୟ,ପୂର୍ବତନ କର୍ପୋରେଟର ରୁନୁ ଜେନା,ରଞ୍ଜିତ ପଟ୍ଟନାୟକ,ଶୁଭେନ୍ଦୁ ପଟ୍ଟନାୟକ, ରାଜେନ୍ଦ୍ର ପଟ୍ଟନାୟକ, ମହେନ୍ଦ୍ର ଗୁରୁ,ପ୍ରମୋଦ ରଣସିଂହ, ରାଜେଶ ପାତ୍ର, କୁତାର୍ଥ ପ୍ରଧାନ, ସୂର୍ଯ୍ୟ ନାରାୟଣ ଜେନା,ବିଜୟ ପ୍ରଧାନ,ସୁନିଲ ପଣ୍ଡା,ମନୋରଞ୍ଜନ ମହାନ୍ତି, ସୂର୍ଯ୍ୟକାନ୍ତ ସାହୁ, ଟିଟୁ ସାହୁ,ପ୍ରକାଶ ବିଶ୍ଵାଳ,ବି ଏମ୍ ସି ର ଅଧିକ୍ଷଣ ଯନ୍ତ୍ରୀ ସରୋଜ ମହାପାତ୍ର ଗ୍ରାମ୍ୟ ଉନ୍ନୟନ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ସୁବାସ ବେହେରା,ପ୍ରମୁଖ ଉପସ୍ଥିତ ଥିଲେ।