Search for:

୫ ଜଣଙ୍କୁ ଏକାମ୍ର ସମ୍ମାନ।

Spread the love

Loading

ଉତ୍କଳ ନୌବାଣିଜ୍ୟ ପରମ୍ପରାକୁ ମନେପକାଇଲେ।
୫ ଜଣଙ୍କୁ ଏକାମ୍ର ସମ୍ମାନ
ଭୁବନେଶ୍ୱର:ଉତ୍କଳ ନୌବାଣିଜ୍ୟ ପରମ୍ପରାକୁ ମନେପକାଇ ଭୁବନେଶ୍ୱର ସାଂସ୍କୃତିକ ପରିଷଦ ଆନୁକୁଲ୍ୟରେ ବିନ୍ଦୁ ସାଗର ବୋଇତ ବନ୍ଦାଣ ଉତ୍ସବ କୁ ଅନୁଷ୍ଠାନର ସଭାପତି ତଥା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଉଦଘାଟନ କରିଥିଲେ। ଆରାଧନା ଭଜନ ସନ୍ଧ୍ୟା ପକ୍ଷରୁ ଓଡ଼ିଶାର ସୁନାମ ଧନ୍ୟ ଗାୟକ ସୁବାସ ଦାସ୍ ଙ୍କୁ ନେଇ ସଚିନ ରଥଙ୍କ ପରିଚାଳନା ଏବଂ ମୃତୁଞ୍ଜୟ ରଥଙ୍କ ସଂଯୋଜନାରେ ଆୟୋଜିତ ହୋଇଥିଲା। ପରେ ସକାଳ ୬ ଘଟିକା ରେ ଏକାମ୍ର ସମ୍ମାନ ୨୦୨୩ ରେ ବରିଷ୍ଠ କଣ୍ଠ ଶିଳ୍ପୀ ତାନ୍ ସେନ ସିଂ, ବରିଷ୍ଠ ଚିକିତ୍ସକ ଡ ଅଜୟ ମିଶ୍ର, ବୈଜ୍ଞାନିକ ଶୁଭେନ୍ଦୁ ପଟ୍ଟନାୟକ, ସାହିତ୍ୟିକ ରକ୍ଷକ ନାୟକ, ଓଡ଼ିଆ ଖାଦ୍ୟ ପ୍ରସ୍ତୁତ କାରିଣୀ ଶୁଭଶ୍ରୀ ପଟ୍ଟନାୟକ ପ୍ରମୁଖ ଙ୍କୁ ଏକାମ୍ର ସମ୍ମାନରେ ସମ୍ମାନିତ କରାଯାଇଛି।ଶେଷରେ ଶିଳ୍ପୀ ହୃଷୀକେଶ ବେହେରା ଙ୍କ ଦ୍ଵାରା ପ୍ରସ୍ତୁତ ଏକ ସୁସଜ୍ଜିତ ବୋଇତ କୁ ସାଧବ ସାଧବାଣୀଙ୍କ ଦ୍ଵାରା ବନ୍ଦାପନା କରି ଅତିଥିମାନେ ପବିତ୍ର ପୁଷ୍କରିଣୀ ରେ ଭାସାଇଥିଲେ।ଏହି କାର୍ଯ୍ୟକ୍ରମ ରେ ଅନୁଷ୍ଠାନର ସଭାପତି ତଥା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଅତୀତର ଉତ୍କଳ ନୌବାଣିଜ୍ୟ ପରମ୍ପରା ଆଗାମୀ ପିଢ଼ି କୁ ଉଜ୍ଜୀବିତ କରିବ ବୋଲି ମତ ପ୍ରକାଶ କରିଥିଲେ। ମୁଖ୍ୟ ଅତିଥି ପୂର୍ବତନ ମନ୍ତ୍ରୀ ଶ୍ରୀ ପ୍ରଫୁଲ୍ଲ ଘଡେ଼ଇ, ମୁଖ୍ୟ ବକ୍ତା ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ଡ ପ୍ରସନ୍ନ କୁମାର ପାଟ୍ଟଶାଣୀ, ସମ୍ମାନନୀୟ ଅତିଥି ବିଧାୟକ ଅନନ୍ତ ନାରାୟଣ ଜେନା, ବିଧାୟକ ସୁଶାନ୍ତ କୁମାର ରାଉତ,ମେୟର ସୁଲୋଚନା ଦାସ ଏବଂ ଓଡ଼ିଶା କୋଠାବାଡ଼ି ଏବଂ ଅନ୍ୟାନ୍ୟ ଶ୍ରମିକ କଲ୍ୟାଣ ବୋର୍ଡ ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ପ୍ରମୁଖ ଏହି ଉତ୍ସବରେ ଯୋଗ ଦେଇଥିଲେ ।
ଏହି ଅବସରରେ ଉପସଭାପତି ସମରେନ୍ଦ୍ର ସାହୁ,ସମ୍ପାଦକ ଦୀପକ ମହାପାତ୍ର, କୋଷାଧ୍ୟକ୍ଷ ମନୋଜ କୁମାର ବେହେରା,ଡ ସୁରେଶ ବାରିକ,ଦାଶରଥି ଗରାବଡୁ, କର୍ପୋରେଟର ଚନ୍ଦ୍ର ଶେଖର ମଲ୍ଲିଆ, ଶିବପ୍ରସାଦ ବେହେରା,ଶିବ ନାରାୟଣ ରାୟ,ବିରଞ୍ଚି ନାରାୟଣ ମହାସୂପକାର,ମହାମାୟା ସ୍ବାଇଁ, ଶ୍ରୀଧର ବେହେରା, ନୃପେଶ୍ ନାୟକ,ଅଜିତ୍ ବେହେରା,ସନ୍ତୋଷ ସିଂ,ଅନୁଷ୍ଠାନର ସଦସ୍ୟ .ପୁ6ର୍ଣ୍ଣନ୍ଦୁ ପୂଜାପଣ୍ଡା,ଶିବପ୍ରସାଦ ମହାପାତ୍ର, ଦିବ୍ୟ ରଂଜନ ବେହେରା,ସୁବାସ ମହାପାତ୍ର,ହିମାଦ୍ରି ମହାପାତ୍ର, ଜିତେନ୍ଦ୍ର ନନ୍ଦ, ନରେନ୍ଦ୍ର ମହାପାତ୍ର,ପ୍ରମୁଖ ଉପସ୍ଥିତ ଥିଲେ।

Leave A Comment

All fields marked with an asterisk (*) are required