Search for:
  • Home/
  • ରାଜ୍ୟ/
  • କାର୍ତ୍ତିକ ପୂର୍ଣ୍ଣିମା ପାଇଁ ବ୍ରହ୍ମପୁର ଓ କଟକ ଠାରୁ ପୁରୀକୁ ଜନସାଧାରଣ ସ୍ୱତନ୍ତ୍ର ଟ୍ରେନ

କାର୍ତ୍ତିକ ପୂର୍ଣ୍ଣିମା ପାଇଁ ବ୍ରହ୍ମପୁର ଓ କଟକ ଠାରୁ ପୁରୀକୁ ଜନସାଧାରଣ ସ୍ୱତନ୍ତ୍ର ଟ୍ରେନ

Spread the love

Loading

କାର୍ତ୍ତିକ ପୂର୍ଣ୍ଣିମା ପାଇଁ ବ୍ରହ୍ମପୁର ଓ କଟକ ଠାରୁ ପୁରୀକୁ ଜନସାଧାରଣ ସ୍ୱତନ୍ତ୍ର ଟ୍ରେନ

ଭୁବନେଶ୍ୱର:କାର୍ତ୍ତିକ ପୂର୍ଣ୍ଣିମାରେ ଯାତ୍ରୀମାନଙ୍କ ଭିଡକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ପକ୍ଷରୁ ବ୍ରହ୍ମପୁର ଓ ପୁରୀ ଠାରୁ ଅଣସଂରକ୍ଷିତ ଜନସାଧାରଣ ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରାଇବା ପାଇଁ ନିଷ୍ପତ୍ତି ନିଆଯାଇ ଅଛି l

ବ୍ରହ୍ମପୁର – ପୁରୀ ସ୍ୱତନ୍ତ୍ର ଟ୍ରେନ :

08464/08463 ବ୍ରହ୍ମପୁର – ପୁରୀ -ବ୍ରହ୍ମପୁର ସ୍ୱତନ୍ତ୍ର ଟ୍ରେନ ବ୍ରହ୍ମପୁର ଠାରୁ ନଭେମ୍ବର 26 ତାରିଖ ରବିବାର ଦିନ ସନ୍ଧ୍ୟା 8ଘ.40ମି. ରେ ଛାଡି ପୁରୀ ଠାରେ ରାତ୍ରୀ 11ଘ.45ମି. ରେ ପହଞ୍ଚିବ l ଫେରିବା ମାର୍ଗରେ ଏହା ପୁରୀ ଠାରୁ ନଭେମ୍ବର 27 ତାରିଖ ସୋମବାର ଭୋର 5ଘ.30ମି. ରେ ପୁରୀ ଛାଡି ବ୍ରହ୍ମପୁର ଠାରେ ପୂର୍ବାହ୍ନ 8ଘ.35ମି. ରେ ପହଞ୍ଚିବ l ବ୍ରହ୍ମପୁର ଓ ପୁରୀ ମଧ୍ୟରେ ଏହା ସମସ୍ତ ଷ୍ଟେସନ ଓ ପାସେଞ୍ଜର ହଲ୍ଟ ଠାରେ ରହଣି କରିବ ଏବଂ ଖୋର୍ଦ୍ଧା ରୋଡ଼ ପରିବର୍ତ୍ତେ ଅରୁଗୁଳ – ହରିପୁର ଗ୍ରାମ ମାର୍ଗରେ ଯାତାୟାତ କରିବ l

କଟକ – ପୁରୀ – କଟକ ପାସେଞ୍ଜର ସ୍ପେଶାଲ :

08465/08466 କଟକ – ପୁରୀ -କଟକ ସ୍ୱତନ୍ତ୍ର ଟ୍ରେନ କଟକ ଠାରୁ ନଭେମ୍ବର 26 ତାରିଖ ରବିବାର ଦିନ ରାତ୍ରୀ 11ଘ.30ମି. ରେ ଛାଡି ପୁରୀ ଠାରେ ରାତ୍ରୀ 1ଘ.30ମି. ରେ ପହଞ୍ଚିବ l ଫେରିବା ମାର୍ଗରେ ଏହା ପୁରୀ ଠାରୁ ନଭେମ୍ବର 27 ତାରିଖ ସୋମବାର ପୂର୍ବାହ୍ନ 9ଘ.30ମି. ରେ ପୁରୀ ଛାଡି କଟକ ଠାରେ ପୂର୍ବାହ୍ନ 11ଘ.30ମି. ରେ ପହଞ୍ଚିବ l କଟକ ଓ ପୁରୀ ମଧ୍ୟରେ ଏହା ସମସ୍ତ ଷ୍ଟେସନ ଓ ପାସେଞ୍ଜର ହଲ୍ଟ ଠାରେ ରହଣି କରିବ l

ପୁରୀ – ବ୍ରହ୍ମପୁର ସ୍ପେଶାଲ :

08481 ପୁରୀ – ବ୍ରହ୍ମପୁର ସ୍ୱତନ୍ତ୍ର ଟ୍ରେନ ପୁରୀ ଠାରୁ ନଭେମ୍ବର 27 ତାରିଖ ସୋମବାର ଦିନ ସନ୍ଧ୍ୟା 6ଘ.30ମି. ରେ ଛାଡି ବ୍ରହ୍ମପୁର ଠାରେ ରାତ୍ରୀ 9ଘ.39ମି. ରେ ପହଞ୍ଚିବ l ପୁରୀ ଓ ବ୍ରହ୍ମପୁର ମଧ୍ୟରେ ଏହା ସମସ୍ତ ଷ୍ଟେସନ ଓ ପାସେଞ୍ଜର ହଲ୍ଟ ଠାରେ ରହଣି କରିବ ଏବଂ ଖୋର୍ଦ୍ଧା ରୋଡ଼ ପରିବର୍ତ୍ତେ ଅରୁଗୁଳ – ହରିପୁର ଗ୍ରାମ ମାର୍ଗରେ ଯାତାୟାତ କରିବ l

Leave A Comment

All fields marked with an asterisk (*) are required