ଅନ୍ୟାନ୍ୟ ଦାବିରେ ଡି.ୱାଇ.ଓ.ର ରେଳ ସଦନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ
ଖାଲି ପଡିଥିବା ପଦବୀ ଗୁଡିକ ପୂରଣ କରିବା, ପ୍ରବାସୀ ଶ୍ରମିକଙ୍କ ପାଇଁ ସ୍ୱତନ୍ତ୍ର ଟ୍ରେନ୍
ଓ ଅନ୍ୟାନ୍ୟ ଦାବିରେ ଡି.ୱାଇ.ଓ.ର ରେଳ ସଦନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ
ଭୁବନେଶ୍ୱର:ଅନୁଗୁଳ-୧୨/୦୯ । ରେଳ ବିଭାଗର ଘରୋଇକରଣ ବନ୍ଦ କରିବା, ଖାଲିପଡିଥିବା ପଦବୀଗୁଡିକ ପୂରଣ କରିବା,
ଅଣସଂରକ୍ଷିତ ଓ ଦ୍ୱିତୀୟ ଶ୍ରେଣୀ ବଗି ଗୁଡିକ ସଂଖ୍ୟା ବୃଦ୍ଧି କରିବା ଏବଂ ପ୍ରବାସୀ ଶ୍ରମିକଙ୍କ ପାଇଁ ସ୍ୱତନ୍ତ୍ର ପୂର୍ଣ୍ଣ
ଅଣସଂରକ୍ଷିତ ବଗିଥିବା ରେଳସେବା ଦେଶର ପ୍ରମୁଖ ସହରଗୁଡିକ ମଧ୍ୟରେ ଚଳାଚଳ କରାଇବା, ବରିଷ୍ଠ ନାଗରିକ,
ଛାତ୍ର, ଯୁବକଙ୍କ ପାଇଁ ଥିବା ରିହାତି ପୁନଃ ଚାଲୁ କରିବା ସମେତ ଅନ୍ୟାନ୍ୟ ଦାବିରେ ଏ.ଆଇ.ଡି.ୱାଇ.ଓ. ସର୍ବଭାରତୀୟ
ପ୍ରତିବାଦ ଦିବସ ପରିପ୍ରେକ୍ଷୀରେ ଭୁବନେଶ୍ୱର ଚନ୍ଦ୍ରଶେଖରପୁରସ୍ଥିତ ରେଳ ସଦନ ସମ୍ମୁଖରେ ସଂଗଠନର ରାଜ୍ୟ କମିଟି
ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏ.ଆଇ.ଡି.ୱାଇ.ଓ.ର ରାଜ୍ୟ ସଭାପତି ମାନସ ପାଳଙ୍କ ପରିଚାଳନାରେ ଅନୁଷ୍ଠିତ
ଏହି ବିକ୍ଷୋଭରେ ରାଜ୍ୟ ସମ୍ପାଦକ କେଦାରନାଥ ସାହୁ, ଚୈତନ୍ୟ ମହାରଣା, ସୁବାସ ମଲ୍ଲିକ, ପ୍ରଶାନ୍ତ ଜେନା, କୈଳାସ
ସାହୁ, ତାମସ ବେହେରା ପ୍ରମୁଖ ବକ୍ତବ୍ୟ ମାଧ୍ୟମରେ ପ୍ରକାଶ କରିଥିଲେଯେ, ରେଳ ବିଭାଗରେ ବହୁ ପଦବୀ ଖାଲି
ପଡିଥିବା ସତ୍ତ୍ୱେ ସେଗୁଡିକ ପୂରଣ କରାଯାଉନାହିଁ । ବରିଷ୍ଠ ନାଗରିକ, ଛାତ୍ର, ଯୁବକମାନଙ୍କୁ କୋରନା ପୂର୍ବରୁ ମିଳୁଥିବା
ରିହାତିକୁ ଅନ୍ୟାୟ ଭାବେ ସମ୍ପୂର୍ଣ୍ଣ ବନ୍ଦ କରିଦିଆଯାଇଛି । ଦେଶର ପ୍ରବାସୀ ଶ୍ରମିକମାନେ ସାମଗ୍ରୀ ବୋଝେଇ ଗାଡି ଭଳି
ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ଗୋଟିଏ ସହରରୁ ଅନ୍ୟ ସହରକୁ ଯାତାୟତ କରୁଥିଲେ ମଧ୍ୟ ପର୍ଯ୍ୟାପ୍ତ ସାଧାରଣ ବଗିଥିବା
ରେଳଗାଡି ଚଳାଚଳ କରାଯାଉନାହିଁ । ସର୍ବୋପରି ଅତ୍ୟଧିକ ଲାଭ ଉଦ୍ଦେଶ୍ୟରେ ରେଳ ବିଭାଗର ଘରୋଇକରଣ
କରାଯିବା ଜନସ୍ୱାର୍ଥ ବିରୋଧି ପଦକ୍ଷେପ ବୋଲି ଅଭିଯୋଗ କରାଯାଇଛି । ଏପରିକି ଦେଶର ବ୍ୟାପକ ବେକାରୀ ଥିବା
ସତ୍ତ୍ୱେ ସ୍ୱଳ୍ପ କର୍ମଚାରୀରେ କାର୍ଯ୍ୟ କରାଯାଉଥିବାରୁ ଅନେକ ସମୟରେ ରେଳ ଦୁର୍ଘଟଣା ମାନ ଘଟୁଛି ବୋଲି
ବିକ୍ଷୋଭକାରୀମାନେ ପ୍ରକାଶ କରିଥିଲେ । ରାଜ୍ୟ ସମ୍ପାଦକ କେଦାରନାଥ ସାହୁଙ୍କ ନେତୃତ୍ୱରେ ଅଭିମନୁ୍ୟ ମଲ୍ଲିକ, ଜ୍ୟୋତ୍ସ୍ନା
ସାମଲ, ମନୋଜ ମହାନ୍ତ, ନିରଞ୍ଜନ ନାୟକ, ସସ୍ମିତା ମହାନ୍ତି, ଦୀପକ ଦାସ ପ୍ରମୁଖ ଏକ ପ୍ରତିନିଧି ମଣ୍ଡଳୀରେ ଯାଇ
ଦେଶର ରେଳମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ବ୍ୟାପକ ଦସ୍ତଖତ ସମ୍ବଳିତ ଏକ ଦାବିପତ୍ର ଇଷ୍ଟକୋଷ୍ଟ ରେଲୱେ କତ୍ତୃପକ୍ଷଙ୍କ ଜରିଆରେ ପ୍ରଦାନ କରାଯାଇଛି।