ଶାରଦୀୟ ଦୁର୍ଗାପୂଜା ଉପଲକ୍ଷେ ଭୁବନେଶ୍ଵର ଭସାଣୀ ସମିତି ର ମିଳିତ ବୈଠକ ଅନୁଷ୍ଠିତ ….
ଶାରଦୀୟ ଦୁର୍ଗାପୂଜା ଉପଲକ୍ଷେ ଭୁବନେଶ୍ଵର ଭସାଣୀ ସମିତି ର ମିଳିତ ବୈଠକ ଅନୁଷ୍ଠିତ ….
ଭୁବନେଶ୍ୱର:ଭୁବନେଶ୍ବର ଭସାଣୀ ସମିତି ର ସାଧାରଣ ବୈଠକ ଆଜି ସହିଦନଗର ସ୍ଥିତ ସହିଦନଗର ଦୁର୍ଗା ପୂଜା ସମିତି ରେ ଅନୁଷ୍ଠିତ ହୋଇଯାଇଛି I ଏହି ବୈଠକରେ ଭୁବନେଶ୍ବର ସ୍ଥିତ ପ୍ରାୟ 24 ଟି ସମିତି ର କର୍ମକର୍ତ୍ତା ମାନେ ଯୋଗଦାନ କରିଥିଲେ…ଏହି ବୈଠକରେ ରେ ମହାବୀର ୟୁନିଟ୍ 9 ପୂଜା କମିଟି,ବାଣୀ ବିହାର ଟ୍ରାଫିକ ଛକ ଦୁର୍ଗା ପୂଜା କମିଟି,ବାଣୀ ବିହାର ଦୁର୍ଗା ପୂଜା ସମିତି, ମା ଦୁର୍ଗା ପୂଜା ସମିତି ଗଜପତି ନଗର, ଭିଏସଏସ ନଗର ଦୁର୍ଗା ପୂଜା ସମିତି,ଚକେଇଶାଣୀ ଦୁର୍ଗା ପୂଜା ସମିତି, ପଳାଶୁଣୀ ଦୁର୍ଗା ପୂଜା ସମିତି,Naharkanta ଦୁର୍ଗା ପୂଜା ସମିତି,ସାର୍ବଜନୀନ ଦୁର୍ଗା ପୂଜା ସମିତି ବାଲିଅନ୍ତା,Kordakanta ଦୁର୍ଗା ପୂଜା ସମିତି,କେଶୁରା ଦୁର୍ଗା ପୂଜା ସମିତି,ବାଁକୁଆଳ ଦୁର୍ଗା ପୂଜା ସମିତି, ବମିଖାଲ ଦୁର୍ଗା ପୂଜା ସମିତି, ଝାରପଡା ଦୁର୍ଗା ପୂଜା ସମିତି, କଟକ ରୋଡ ବ୍ୟବସାୟ ସଂଘ, ଷ୍ଟେସନ ବଜାର ଦୁର୍ଗା ପୂଜା ସମିତି, ଲକ୍ଷ୍ମୀ ସାଗର ଦୁର୍ଗାପୂଜା ସମିତି,ଭୀମଟାଙ୍ଗୀ ଦୁର୍ଗା ପୂଜା ସମିତି, ଶ୍ରୀ ଶ୍ରୀ ମହାଦେବ ପୂଜା ସମିତି ୟୁନିଟ୍ 1,ତ୍ରିନାଥ ବ୍ୟବସାୟ ସଂଘ ଦୁର୍ଗା ପୂଜା ସମିତି, ପୁରୁଣା ବସ ଷ୍ଟାଣ୍ଡ ଦୁର୍ଗା ପୂଜା ସମିତି, ବରମୁଣ୍ଡା ଦୁର୍ଗା ପୂଜା ସମିତି, ଗିରି ଦୁର୍ଗା ପୂଜା ସମିତି ୟୁନିଟ୍ 3,ବନ ଦୁର୍ଗା ପୂଜା କମିଟି ସତ୍ୟନଗର, ସତ୍ୟ ନଗର ଦୁର୍ଗା ପୂଜା ସମିତି, ଶାସ୍ତ୍ରୀ ନଗର ଦୁର୍ଗା ପୂଜା ସମିତି, ପାଣ୍ଡରା ଦୁର୍ଗା ପୂଜା ସମିତି ଓ ସହିଦନଗର ଦୁର୍ଗା ପୂଜା ସମିତି…
ସର୍ବପ୍ରଥମେ ଅନୁଷ୍ଠାନ ର ସାଧାରଣ ସମ୍ପାଦକ ଶ୍ରୀ ହରିଶ ପ୍ରସାଦ ରଥ ପୂର୍ବବର୍ଷ ର ଆୟ ବ୍ୟୟ ଓ ବାର୍ଷିକ ବିବରଣୀ ଉପସ୍ଥାପନ କରିଥିଲେ ,ଏବଂ ଦିବଂଗତ କର୍ମକର୍ତ୍ତା ଙ୍କ ପାଇଁ ଶୋକ ପ୍ରସ୍ତାବ ଆଗତ ହୋଇ ଥିଲା I ବିଭିନ୍ନ ପୂଜା କମିଟି ର ଆସିଥିବା କର୍ମକର୍ତ୍ତା ମାନେ ଦୁର୍ଗା ପୂଜା ସହ ଭସାଣୀ ଉତ୍ସବ କୁ ଶାନ୍ତି ଶୃଙ୍ଖଳାର ସହ ପାଳନ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ଓ ସେମାନେ ତାଙ୍କର ଚତୁଃପାର୍ଶ୍ଵର ରାସ୍ତା ଘାଟ ଉନ୍ନତି, ଆଲୋକ ର ସୁବ୍ଯବସ୍ଥା ଓ ସଫେଇ କାର୍ଯ୍ୟ କୁ ତ୍ୱରାନ୍ୱିତ କରିବା ପାଇଁ, ଗଛ କାଟିବା ପାଇଁ ଦେଇଥିବା ପ୍ରସ୍ତାବ କୁ ରାଜ୍ୟ ସରକାର, ଭୁବନେଶ୍ବର ମହାନଗର ନିଗମ ଓ ଅନାନ୍ୟ ପ୍ରଶାସନିକ ଅଧିକାରୀ ମାନଙ୍କ ନିକଟରେ ନିବେଦନ ଉପସ୍ଥାପନ କରାଯିବା ପାଇଁ ପ୍ରସ୍ତାବ ଦେଇଥିଲେ I
ଏହି ସମିତିର ସଭାପତି ଶ୍ରୀ ମନରଞ୍ଜନ ଦାସ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା ବେଳେ ଉପସଭାପତି ଶ୍ରୀ ସୁରେଶ କୁମାର ରାଉତରାୟ, ଶ୍ରୀ ଧରଣୀଧର ଜେନା,ଶ୍ରୀ ଦେବରାଜ ମହାନ୍ତି ,ସହିଦନଗର ଦୁର୍ଗା ପୂଜା ସମିତି ର ସମ୍ପାଦକ ଶ୍ରୀ ସଚି ନନ୍ଦନ ନାୟକ ଓ ମିଡିଆ କନଭେନର ଶ୍ରୀ ସନତ କୁମାର ମିଶ୍ର ପରିଚାଳନା କରିଥିଲେ I