Search for:
  • Home/
  • ରାଜ୍ୟ/
  • ୯୦୦ ବର୍ଷର ପୁରାତନ ବିଷ୍ଣୁ ମନ୍ଦିର ଯାହାର ନାମ ଆଙ୍କରୱାଟ୍ ଦୃଶ୍ୟ

୯୦୦ ବର୍ଷର ପୁରାତନ ବିଷ୍ଣୁ ମନ୍ଦିର ଯାହାର ନାମ ଆଙ୍କରୱାଟ୍ ଦୃଶ୍ୟ

Spread the love

Loading

 

ଭୁବନେଶ୍ୱର:ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ୨୦୨୪ ମସିହାରେ ପୁରୁଣା ଷ୍ଟେସନ ବଜାର ସାର୍ବଜନୀନ ଦୁର୍ଗାପୂଜା ସମିତି ୧୯୫୫ ମସିହାରୁ ଆରମ୍ଭ ହୋଇଥିବା ପୂଜା ସମିତି ଚଳିତ ଥର ୬୯ ବର୍ଷରେ ପଦାର୍ପଣ କରିଛି, ପ୍ରତ୍ୟେକ ବର୍ଷ ନୂଆ ରୂପ ଓ ପରିକଳ୍ପନା ନେଇ ତୋରଣ ନିର୍ମାଣ ନେଇ ଚର୍ଚ୍ଚାରେ ରହୁଥିବା ପୂଜା ସମିତି ଏଥର ବାହାର ଓ ଭିତର ପାର୍ଶ୍ଵରେ କମ୍ବୋଡ଼ିଆ ସ୍ଥିତ ଆଙ୍କରଓ୍ବାଟକୁ ଏଥର ସ୍ଥାନ ଦେବାକୁ ଯାଉଛି, ଯାହାର ଦୈର୍ଘ୍ୟ ୧୫୪ଫୁଟ୍ ଏବଂ ଉଚ୍ଚତା ୪୦ ଫୁଟ୍ । ଯାହାକି ଏ ବର୍ଷର ମୁଖ୍ୟ ଆକର୍ଷଣ ହେବ ବୋଲି ସମିତି କର୍ମକର୍ତ୍ତା ଆଶା ରଖୁଛନ୍ତି । ଏଥର ବିଶେଷ ଆକର୍ଷଣ କମ୍ବୋଡ଼ିଆ ସ୍ଥିତ ୯୦୦ ବର୍ଷର ପୁରାତନ ବିଷ୍ଣୁ ମନ୍ଦିର ଯାହାର ନାମ ଆଙ୍କରୱାଟ୍ ଦୃଶ୍ୟଟିକୁ ଆଦୃତ କରାଯାଇଛି । ଯାହାକି ଶ୍ରଦ୍ଧାଳୁମାନଙ୍କୁ ବିଶେଷ ଆକୃଷ୍ଟ କରିବ, ସବୁ ସମୟରେ ଚାନ୍ଦିମେଢ଼ ଏଠାରେ ଅନ୍ୟତମ ଆକର୍ଷଣ ହୋଇରହି ଆସିଅଛି । ଏଥର ପୂଜା ବକେଟ ୬୦ଲକ୍ଷ ଟଙ୍କା ଧାର୍ଯ୍ୟ ହୋଇଛି । ସପ୍ତମୀ ତିଥିଠାରୁ ଅଷ୍ଟମୀ ତିଥି ମଧ୍ୟରେ ଦେବୀଙ୍କ ନିକଟରେ ଚାରୁଅନ୍ତି ଭୋଗ ସାଙ୍ଗକୁ ଦଶମୀରେ ଦହିପଖାଳ ଲାଗି ହେବ, ଯାହାକି ଶୁଦ୍ଧାଳୁଙ୍କୁ ବଣ୍ଟନ ବ୍ୟବସ୍ଥା ରହିଛି, ମଣ୍ଡପ ପରିସରରେ ହେବାକୁ ଥିବା ଭିଡ଼କୁ ଲକ୍ଷ୍ୟ ରଖ୍ ୫୦ଟି ସିସି କ୍ୟାମେରା ଖଞ୍ଜା ଯିବ । ଟ୍ରାଫିକ୍ ନିଯନ୍ତ୍ରଣ ଓ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ କମିଶନରେଟ୍ ପୋଲିସ୍ ସହ ପୂଜା ସମିତି ପକ୍ଷରୁ ୨୦୦ ସ୍ୱେଚ୍ଛାସେବୀ ନିୟୋଜିତ ରହିବେ । ଷଷ୍ଠିତୀଥୁଠାରୁ ଦଶମୀ ପର୍ଯ୍ୟନ୍ତ କଟକ ଓ ଭୁବନେଶ୍ଵର ବିଭିନ୍ନ କଳାକାରଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହେବ, ଏହା ସହ ପାରମ୍ପରିକ ବାଦ୍ୟରେ ଭସାଣି ଉତ୍ସବ ଅନୁଷ୍ଠିତ ହେବ । ଚଳିତ ଥର ପୂଜା ମଣ୍ଡପରେ ଲଗାଯିବାକୁ ଥିବା ସିସି କ୍ୟାମେରାକୁ କମିଶନରେଟ୍ ପୋଲିସ୍‌ର କ୍ୟାମେରା ସହ ଅନ୍‌ଲାଇନ୍ ସଂଯୋଗ ପାଇଁ ଯୋଜନା ରଖାଯାଇଛି । ମଣ୍ଡପକୁ ଆସୁଥିବା ମହିଳା ଓ ଭିନ୍ନକ୍ଷମ ଶୁଦ୍ଧାଳୁମାନେ କିଭଳି ସୁରକ୍ଷିତ ପୂଜା ଅର୍ଜନା କରିବେ ସେ ନେଇ ମହିଳା ସ୍ୱେଚ୍ଛାସେବୀ ଓ ପୁରୁଷ ସ୍ୱେଚ୍ଛାସେବୀ ପ୍ରମୁଖ ଭୂମିକା ଗ୍ରହଣ କରିବେ । ଭିନ୍ନକ୍ଷମ ଓ ବୟସ୍କ ଲୋକମାନଙ୍କ ନିମନ୍ତେ ହୁଇଲ୍ ଚେୟାରର ବ୍ୟବସ୍ଥା କରାଯାଇଛି ଏବଂ ସ୍ୱତନ୍ତ୍ର ଭାବେ ଛୋଟପିଲାଙ୍କ ପାଇଁ ସ୍ତନ୍ୟପାନ ଗୃହ ନିର୍ମାଣ କରାଯାଇଛି ବୋଲି ଅନ୍ୟମାନେ ଏବଂ ଅମରେଶ ଜେନା କହିଛଥି।

 

Leave A Comment

All fields marked with an asterisk (*) are required