Search for:
  • Home/
  • ରାଜ୍ୟ/
  • ୨୬ରେ ଡୁଡ୍‌ନୁ ଫାଉଣ୍ଡେସନ ଟ୍ରଷ୍ଟର ପଞ୍ଚମ ବାର୍ଷିକ ଉତ୍ସବ ପାଞ୍ଚଜଣ ଭିନ୍ନକ୍ଷମଙ୍କୁ ମିଳିବ “ଡୁଡ୍‌ନୁ ସମ୍ମାନ”

୨୬ରେ ଡୁଡ୍‌ନୁ ଫାଉଣ୍ଡେସନ ଟ୍ରଷ୍ଟର ପଞ୍ଚମ ବାର୍ଷିକ ଉତ୍ସବ ପାଞ୍ଚଜଣ ଭିନ୍ନକ୍ଷମଙ୍କୁ ମିଳିବ “ଡୁଡ୍‌ନୁ ସମ୍ମାନ”

Spread the love

Loading

୨୬ରେ ଡୁଡ୍‌ନୁ ଫାଉଣ୍ଡେସନ ଟ୍ରଷ୍ଟର ପଞ୍ଚମ ବାର୍ଷିକ ଉତ୍ସବ
ପାଞ୍ଚଜଣ ଭିନ୍ନକ୍ଷମଙ୍କୁ ମିଳିବ “ଡୁଡ୍‌ନୁ ସମ୍ମାନ”
ଭୁବନେଶ୍ବର. ୨୨/୮/୨୦୨୪-:ରାଜ୍ଯର ଅଗ୍ରଣୀ ସାମାଜିକ ସ୍ଵେଚ୍ଛାସେବୀ ଅନୁଷ୍ଠାନ ଡୁଡ୍‌ନୁ ଫାଉଣ୍ଡେସନ ଟ୍ରଷ୍ଟର ୫ମ ବାର୍ଷିକ ଉତ୍ସବ ଆସନ୍ତା ୨୬ ତାରିଖ ରେ ପାଳିତ ହେବ । ଏଥିସହ ୯୦ ପ୍ରତିଶତ ମାନସିକ ଅନଗ୍ରସର ଡୁଡ୍‌ନୁର ୧୯ତମ ଜନ୍ମ ଉତ୍ସବ ପାଳନ କରାଯିବ । ଏକ ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ଜୟଦେବ ବିହାର ସ୍ଥିତ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଠାରେ ଏହି ଉତ୍ସବ ପାଳିତ ହେବ ବୋଲି ଗୁରୁବାର ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଟ୍ରଷ୍ଟର ଅଧ୍ୟକ୍ଷା ଡ଼ ବନ୍ଦନା ହରିଚନ୍ଦନ ସୁଚନା ଦେଇଛନ୍ତି। ଏହି ଅବସରରେ ଶ୍ରୀମତୀ ହରିଚନ୍ଦନ କହିଛନ୍ତି ଯେ ଚଳିତ ବର୍ଷ ଟ୍ରଷ୍ଟର ବରିଷ୍ଠ ଉପଦେଷ୍ଟା ଓ ସଦସ୍ଯ ମାନଙ୍କର ନିଷ୍ପତ୍ତି କ୍ରମେ ୫ଜଣ ଭିନ୍ନକ୍ଷମ ହୋଇ ବି ସକ୍ଷମ ବିଶିଷ୍ଟ ବ୍ୟକ୍ତି ସର୍ବଶ୍ରୀ ସୁରେଶ କୁମାର ସାହୁ, ରବିନାରାୟଣ ଦାସ, ନରହରି ବେହେରା, କୁନିଲତା ବାରିକ, ସୁଭଦ୍ରା ଦାସଙ୍କୁ “ଡୁଡ୍‌ନୁ ସମ୍ମାନ ୨୦୨୪” ଏବଂ ଅଗ୍ରଣୀ ୯ଗୋଟି ଅନୁଷ୍ଠାନମାନଙ୍କୁ “ଡୁଡ୍‌ନୁ ପ୍ରେରଣା ସମ୍ମାନ ୨୦୨୪” ରେ ସମ୍ମାନିତ କରାଯିବ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଭାଗୀୟ ମନ୍ତ୍ରୀ, ସମ୍ମାନିତ ଅତିଥି ଭାବେ ସାଂସଦ, ବିଧାୟକ, ଅନେକ ସାମାଜିକ କର୍ମୀ, ମାବଧିକାର କର୍ମୀ ଏବଂ ମୂଖ୍ୟ ବକ୍ତା ଭାବେ ଅନୁଷ୍ଠାନର ମୁଖ୍ୟ ଉପଦେଷ୍ଟା ପ୍ରମୁଖ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ବୋଲି ଶ୍ରୀମତୀ ହରିଚନ୍ଦନ ସୂଚନା ଦେଇଛନ୍ତି। ଏଠାରେ ସୂଚନା ଯୋଗ୍ଯ ଯେ, ବିଗତ ଦିନ ମାନଙ୍କରେ ଡୁଡ୍‌ନୁ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ବହୁ ଜନହିତକର କାର୍ଯ୍ୟକ୍ରମ ହାତକୁ ନିଆଯାଇ ରାଜ୍ୟବାସୀଙ୍କ ଠାରୁ ଭୂୟସୀ ପ୍ରଶଂସା ପାଇଛି। ଏହି କାର୍ଯ୍ୟକ୍ରମ ମଧ୍ୟରେ ରକ୍ତଦାନ ଶିବିର ଠାରୁ ଆରମ୍ଭ କରି ବୃକ୍ଷରୋପଣ, ମାଗଣା ସ୍ୟାସ୍ଥ୍ୟ ଶିବିର, ମାଗଣା ଚକ୍ଷୁ ସେବା ଶିବିର, ମାନସିକ ଅନଗ୍ରସର ପିଲାଙ୍କୁ ପିଲାମାନଙ୍କୁ ପାଠ୍ଯ ଉପକରଣ ପ୍ରଦାନ, କରୋନା ମହାମାରୀ କାଳରେ ମାକ୍ସ ଠାରୁ ଆରମ୍ଭ କରି ଖାଦ୍ୟ ବଣ୍ଟନ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ କରିବା, ଓଡିଶାର କଳା ସଂସ୍କୃତି କୁ ରୁଦ୍ଧିମନ୍ତ କରିବା ନିମନ୍ତେ ରଙ୍ଗ ଉତ୍ସବ ସମ୍ମାନ ପ୍ରଦାନ, କୁଷ୍ଠ ରୋଗୀଙ୍କୁ ଶୁଖିଲା ଖାଦ୍ୟ ଏବଂ ବସ୍ତ୍ର ପ୍ରଦାନ କରିବା, ବନ୍ୟା ପ୍ରପୀଡିତ ପରିବାରଙ୍କୁ ସହାୟତା ପ୍ରଦାନ କରି ଡୁଡ୍‌ନୁ ଫାଉଣ୍ଡେସନ ଟ୍ରଷ୍ଟ ରାଜ୍ୟବାସୀଙ୍କର ପ୍ରସଂଶା ସାଉଁଟିବାରେ ବେଶ୍ ସଫଳ ହୋଇଛି ବୋଲି ଶ୍ରୀମତୀ ହରିଚନ୍ଦନ କହିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଏହି ସାମ୍ବାଦିକ ସମ୍ମିଳନୀରେ ଅନୁଷ୍ଠାନର ମୁଖ୍ୟ ଉପଦେଷ୍ଟା ତଥା ଓଡିଶା ଭାସ୍କର ସମ୍ପାଦକ ପ୍ରଦୋଷ ପଟ୍ଟନାୟକ, କବି ସଙ୍କର୍ଷଣ ପରିଡା, ଟ୍ରଷ୍ଟ ନିର୍ଦ୍ଦେଶକ ସଂଜୀବ କୁମାର ହରିଚନ୍ଦନ, ସମ୍ପାଦକ ରୋଶନ ଅଲି ବେଗଙ୍କ ସହ ସମସ୍ତ କାର୍ଯ୍ୟକାରିଣୀ ସଦସ୍ୟ ଉପସ୍ଥିତ ଥିଲେ।

Leave A Comment

All fields marked with an asterisk (*) are required