Search for:
  • Home/
  • ରାଜ୍ୟ/
  • “ଡିଜେ” ବେଆଇନ୍ ଦାବୀରେ ନାଗରିକ ପ୍ରତିବାଦ

“ଡିଜେ” ବେଆଇନ୍ ଦାବୀରେ ନାଗରିକ ପ୍ରତିବାଦ

Spread the love

Loading

“ଡିଜେ” ବେଆଇନ୍ ଦାବୀରେ ନାଗରିକ ପ୍ରତିବାଦ

ଭୁବନେଶ୍ୱର ତା୦୭/୧୦- ପ୍ରାଣଘାତୀ “ଡିଜେ” କୁ ବେଆଇନ୍ ଘୋଷଣା ଦାବୀରେ ମାଷ୍ଟରକ୍ୟାଣ୍ଟିନ ଛକ ଠାରେ ନାଗରିକ ପ୍ରତିବାଦ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟବ୍ୟାପୀ “ଡିଜେ”ର ଅତି ଉଚ୍ଚ ଓ ବିକୄତ ଶବ୍ଦରେ ହୄଦଘାତ,ମସ୍ତିଷ୍କାଘାତ ଓ ସେଥିରେ ବ୍ୟବହୃତ ଲେଜର ଆଲୋକରେ ଦୄଷ୍ଟିଶକ୍ତି ହରାଇବା ଭଳି ବହୁ ଚିନ୍ତାଜନକ ଘଟଣା ଘଟୁଥିବା ବେଳେ ରାଜ୍ୟ ସରକାରଙ୍କ ନୀରବତା ଆଶ୍ଚର୍ଯ୍ୟଜନକ। ଏହା ବିରୁଦ୍ଧରେ ରାଜ୍ୟରେ “ଡିଜେ”କୁ ସଂପୂର୍ଣ୍ଣ ବେଆଇନ ଘୋଷଣା ଦାବୀରେ ଭୁବନେଶ୍ୱର ଠାରେ ଆଜି ପ୍ରତୀକାତ୍ମକ ଭାବେ ନାଗରିକ ପ୍ରତିବାଦ ଅନୁଷ୍ଠିତ ହୋଇଯାଇଛି।
ଆଜି ଆୟୋଜିତ ଏହି ପ୍ଲାକାର୍ଡ ପ୍ରଦର୍ଶନ ମାଧ୍ୟମରେ ପ୍ରତିବାଦ କାର୍ଯ୍ୟକ୍ରମରେ *ମହିଳା ନେତ୍ରୀ ରଶ୍ମି ମହାପାତ୍ର, ସଂଗଠକ ଦେବ ପ୍ରସାଦ ପରିଜା, ଐତିହାସିକ ଡ. ଅମିୟ କୁମାର ମହାନ୍ତି,ସମାଜସେବୀ ଅନୁରାଧା ଦାଶ,ମଧୁଲିତା ପତ୍ରିକାର ସଂପାଦିକା ମଧୁଲିତା ପରିଡା,ଛାତ୍ରନେତା ରଜତ ପରିଡା,ବରିଷ୍ଠ ନାଗରିକ ସଚ୍ଚଦାନନ୍ଦ ମହାନ୍ତି, ପ୍ରଫୁଲ୍ଲ ଦେ,ନିଗମାନନ୍ଦ ଧର* ଆଦି ଏହି ନାଗରିକ ପ୍ରତିବାଦ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ।
ଆଗାମୀ ଦିନରେ ଏହି ଆନ୍ଦୋଳନକୁ ଅଧିକ ବ୍ୟାପକ କରାଯିବା ସହ ଆସନ୍ତା ପାର୍ବଣ ଋତୁରେ ଡିଜେ ବିରୁଦ୍ଧରେ ସରକାର ତୁରନ୍ତ ପଦକ୍ଷେପ ନେବା ପାଇଁ ଏହି ଅବସରରେ ଦାବୀ କରାଯାଇଛି।

Leave A Comment

All fields marked with an asterisk (*) are required