Search for:
  • Home/
  • ରାଜ୍ୟ/
  • ଯେଉଁମାନେ ଆଖିରେ ଅନ୍ଧ ପୁଟୁଳି ବାନ୍ଧି ଅମୂଳକ କଥା  କହିବେ, ତେବେ ତାଙ୍କୁ କ’ଣ କହିବା? ଧର୍ମେନ୍ଦ୍ର ପ୍ରଧାନ

ଯେଉଁମାନେ ଆଖିରେ ଅନ୍ଧ ପୁଟୁଳି ବାନ୍ଧି ଅମୂଳକ କଥା  କହିବେ, ତେବେ ତାଙ୍କୁ କ’ଣ କହିବା? ଧର୍ମେନ୍ଦ୍ର ପ୍ରଧାନ

Spread the love

Loading

ପାଇକ ବିଦ୍ରୋହ ପ୍ରସଙ୍ଗ ଉପରେ ବିଜେଡିର ମନ୍ତବ୍ୟ ଉପରେ କେନ୍ଦ୍ରମନ୍ତ୍ରୀଙ୍କ ପ୍ରତିକ୍ରିୟା

ଯେଉଁମାନେ ଆଖିରେ ଅନ୍ଧ ପୁଟୁଳି ବାନ୍ଧି ଅମୂଳକ କଥା  କହିବେ, ତେବେ ତାଙ୍କୁ କ’ଣ କହିବା? ଧର୍ମେନ୍ଦ୍ର ପ୍ରଧାନ

• ମୋଦି ସରକାରରେ ପାଇକ ସଂଗ୍ରାମକୁ ଯଥୋଚିତ ସମ୍ମାନ ଦିଆଯାଇଛି
• ଓଡ଼ିଶାର ଭାବାବେଗ ସହ ସମ୍ପର୍କ ନଥିବା ଲୋକମାନେ ପାର୍ଟି ପାଇଁ ଚିଠା ଲେଖୁଛନ୍ତି
• ଯାହାଙ୍କ ପାଖରେ ଶାଳିନତା ନାହିଁ, ତାଙ୍କୁ ମହାପ୍ରଭୁ ସଦବୁଦ୍ଧି ଦିଅନ୍ତୁ

ଭୁବନେଶ୍ୱର, ଜୁଲାଇ ୦୮ – ବିଜେଡି ଦଳର କର୍ମୀମାନେ ଅମୂଳକ କଥା କହୁଛନ୍ତି । ମୋଦି ସରକାରରେ ପାଇକ ସଂଗ୍ରାମକୁ ଯଥୋଚିତ ସମ୍ମାନ ଦିଆଯାଇଛି । ଯେଉଁମାନେ ଅନ୍ଧ ପୁଟୁଳି ବାନ୍ଧି କଥା କହୁଛନ୍ତି, ସେମାନଙ୍କୁ କଣ କହିବା ବୋଲି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।  ସମଗ୍ର ଭାରତବର୍ଷରେ ପାଇକ ବିଦ୍ରୋହ ସଂଗ୍ରାମକୁ ପ୍ରଥମେ ନରେନ୍ଦ୍ର ମୋଦିଙ୍କ ସରକାର ହିଁ ଜାତୀୟ ସ୍ତରକୁ ଆଣିଥିଲେ । ଏହାକୁ କେନ୍ଦ୍ର ବଜେଟରେ ଉଲ୍ଲେଖ କରାଯାଇଥିଲା । ପାଇକ ବିଦ୍ରୋହର ଦୁଇ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ସମାରୋହ ଏବଂ ପାଇକ ସ୍ମାରକୀ ଭିତ୍ତିପ୍ରସ୍ତର ସମାରୋହରେ ଦୁଇ ଜଣ ମାନ୍ୟବର ରାଷ୍ଟ୍ରପତିଙ୍କୁ ଯୋଡାଯାଇଛି । ପ୍ରଧାନମନ୍ତ୍ରୀ ଖୋଦ୍ ଓଡ଼ିଶା ଗସ୍ତରେ ଆସି ପାଇକ ସଂଗ୍ରାମୀଙ୍କ ଦାୟଦଙ୍କୁ ଭେଟିଥିଲେ । ତାଙ୍କ ଦିଗଦର୍ଶନରେ ଏନସିଇଆରଟି ପାଠ୍ୟକ୍ରମରେ ପାଇକ ବିଦ୍ରୋହ ବିଷୟକୁ ସାମିଲ କରାଯାଇଛି ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ପାଇକ ବିଦ୍ରୋହ ସ୍ମାରକୀ ନିର୍ମାଣ ପାଇଁ ସମସ୍ତଙ୍କୁ ସହଯୋଗ କରିବାର ଆବଶ୍ୟକତା ରହିଛି । ଓଡ଼ିଶାର ଭାବାବେଗ ସହ ସମ୍ପର୍କ ନଥିବା ଲୋକମାନେ ପାର୍ଟି ପାଇଁ ଚିଠା ଲେଖୁଛନ୍ତି । ଯାହାଙ୍କ ପାଖରେ ଶାଳିନତା ନାହିଁ, ତାଙ୍କୁ ମହାପ୍ରଭୁ କ୍ଷମା ପ୍ରାର୍ଥନା କରିବା ସହ ସଦବୁଦ୍ଧି ଦିଅନ୍ତୁ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

Leave A Comment

All fields marked with an asterisk (*) are required