ହତ୍ୟା ଧମକ ଦେଇ ଯୁବତୀ ଗିରଫ।
ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଙ୍କୁ ହତ୍ୟା ଧମକ ଦେଇ ଯୁବତୀ ଗିରଫ। Mumbai ରେ ରହୁଥିବା ଏବଂ ସୂଚନା ପ୍ରଯୁକ୍ତି ରେ ସ୍ନାତକ କରିଥିବା ଫାତିମା ଖାନ ନାମ୍ନୀ ଜୈନକା ୨୪ ବର୍ଷୀୟା ଯୁବତୀକୁ ମୁମ୍ବାଇ ପୋଲିସ ଗିରଫ କରିଥିବା ସୂଚନା ମିଳିଛି। ମିଳିଥିବା ସୂଚନା ରୁ ଜଣା ପଡିଛି ଯେ, ଯୁବତୀ ଜଣକ ମୁମ୍ବାଇ ପୋଲିସ କୁ ଫୋନ କରି କହିଥିଲେ ଯେ, ଯଦି ଯୋଗୀ ଆଦିତ୍ୟନାଥ ୧୦ ଦିନ ମଧ୍ୟରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ନଦିଅନ୍ତି ତେବେ ତାଙ୍କୁ ବାବା ସିଦ୍ଦିକ ଙ୍କ ପରି ହତ୍ୟା କରାଯିବ। ସୂଚନା ପାଇ ମୁମ୍ବାଇ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଆରୋପି ଯୁବତୀଙ୍କୁ ଗିରଫ କରି ନିଜ ହେପାଜତ କୁ ନେଇଥିଲେ।