Search for:
  • Home/
  • Bda/
  • କଡ଼ା ସୁରକ୍ଷା ବଳୟରେ ଭୁବନେଶ୍ୱର ରାଜଧାନୀ

କଡ଼ା ସୁରକ୍ଷା ବଳୟରେ ଭୁବନେଶ୍ୱର ରାଜଧାନୀ

Spread the love

Loading

ଭୁବନେଶ୍ୱର:କଡ଼ା ସୁରକ୍ଷା ବଳୟରେ ଭୁବନେଶ୍ୱର
କାଲିଠାରୁ ତିନି ଦିନିଆ ଡିଜିପି ସମ୍ମିଳନୀକାଲିଠାରୁ ଭୁବନେଶ୍ୱରରେ ଆରମ୍ଭ ହେଉଛି ସର୍ବଭାରତୀୟ ଡିଜିପି/ଆଇଜିପି ସମ୍ମିଳନୀ । ଓଡ଼ିଶାରେ ପ୍ରଥମ ଥର ପାଇଁ ଆୟୋଜନ ହେଉଥିବା ଏହି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭଲ୍ ଯୋଗଦେବେ । ପ୍ରଧାନମନ୍ତ୍ରୀ ଏଥିପାଇଁ ତିନି ଦିନିଆ ଓଡ଼ିଶାରେ ରହିବେ । ପ୍ରଧାନମନ୍ତ୍ରୀ, ଗୃହ ମନ୍ତ୍ରୀ, ଜାତୀୟ ସୁରକ୍ଷା ପରାମର୍ଶଦାତାଙ୍କ ସମେତ ପ୍ରାୟ ୯୫ ଜଣ ଡିଜିପି ଏବଂ ଆଇଜିପି ପାହ୍ୟାର ଅଧିକାରୀ ଏହି ସମ୍ମିଳନୀରେ ଉପସ୍ଥିତ ରହୁଥିବାରୁ ସମଗ୍ର ଭୁବନେଶ୍ୱର ସହରରେ କଡ଼ା ସୁରକ୍ଷା ବଳୟ କରାଯାଇଛି । କମିସନରେଟ୍ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଇତିମଧ୍ୟରେ ବିଭିନ୍ନ ରାଜ୍ୟର ପୁଲିସ

ମୁଖିଆମାନେ ଭୁବନେଶ୍ୱରରେ ପହଞ୍ଚି ଗଲେଣି ।ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କ ଉପସ୍ଥିତିରେ ୩ ଦିନିଆ ଡିଜି-ଆଇଜି ସମ୍ମିଳନୀକୁ ଦୃଷ୍ଟିରେ ରଖି ୭୦ ରୁ ଅଧିକ ପ୍ଲାଟୁନ୍ ପୁଲିସ ଫୋର୍ସ ଏବଂ ୧୦ କମ୍ପାନୀ କେନ୍ଦ୍ରୀୟ ଫୋର୍ସ ମୁତୟନ କରାଯାଇଛି । ସହରର ବିଭିନ୍ନ ସ୍ଥାନକୁ ନୋ ଫ୍ଲାଇଂ ଜୋନ୍ ଓ ନୋ ଡ୍ରୋନ୍ ଜୋନ୍ ଘୋଷଣା କରାଯାଇଛି । ବିଜୁ ପଟ୍ଟନାୟକ ବିମାନ ବନ୍ଦର, ରାଜଭବନ, ଲୋକସେବା ଭବନ, ଚନ୍ଦ୍ରଶେଖରପୁରସ୍ଥିତ ଆଇପିଏସ୍ ମେସ୍ ଓ ଏହାକୁ ସଂଯୋଗ କରୁଥିବା ରାସ୍ତାକୁ ନୋ ଡ୍ରୋନ୍ ଜୋନ୍ ରେ ରଖାଯାଇଛି ।ଭିଭିଆଇଙ୍କ ସୁରକ୍ଷା ଲାଗି କମିସନରେଟ୍ ପୁଲିସ ପକ୍ଷରୁ ବ୍ୟାପକ ବନେ୍ଦାବସ୍ତ କରାଯାଇଛି । ସହର ସାରା ବିଏସଏଫ, ସିଆରପିଏଫ, ଓଡ୍ରାଫ୍ ଟିମ୍ ଓ କ୍ୱିକ୍ ରିଆକ୍ସନ ଟିମ୍ କୁ ନିୟୋଜିତ କରାଯାଇଛି । ବିଭିନ୍ନ ସ୍ଥାନରେ ଯାନବାହାନ ଯାଞ୍ଚକୁ କଡ଼ାକଡ଼ି କରାଯାଇଛି । ଏସପିଜି ଓ ଏନଏସଜି ଟିମ୍ ଉପସ୍ଥିତ ରହି ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରୁଛନ୍ତି । ରାଜଭବନ, ରାଜ୍ୟ ଅତିଥି ଭବନ, କନଭେନସନ୍ ହଲ୍ ରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।ଟ୍ରାଫିକ ଭିଡ ନିୟନ୍ତ୍ରଣ ପାଇଁ ୪ ଜଣ ବରିଷ୍ଠ ଆଇପିଏସ୍ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି । ଟ୍ରାଫିକ ପରିଚାଳନାରେ ଦୁଇ କମ୍ପାନୀ ସିଆରପିଏଫ ଫୋର୍ସଙ୍କୁ ମୁତୟନ କରାଯାଇଛି । ମୋଟ ୬୦୦ କର୍ମଚାରୀଙ୍କ ଉପରେ ଟ୍ରାଫିକ ପରିଚାଳନା ଦାୟିତ୍ୱ ନ୍ୟସ୍ତ କରାଯାଇଛି । ୩ ଅତିରିକ୍ତ ଏସପି ଓ ୧୬ ଜଣ ଇନସପେକ୍ଟର ପାହ୍ୟାର ଅଧିକାରୀ ରୁଟ୍ ଲାଇନିଂ ଓ ଟ୍ରାଫିକ ପରିଚାଳନା ତଦାରଖ କରିବେ । ସେହିଭଳି ୧୪୦ ଜଣ ଅଗ୍ନିଶମ କର୍ମଚାରୀଙ୍କ ସହ ୧୦ଟି ଦମକଳ ଗାଡ଼ିକୁ ସଜାଗ ରଖାଯାଇଛି ।
ଆସନ୍ତାକାଲି ଅପରାହ୍ନ ୪ଟା ୨୦ ରେ ପ୍ରଧାନମନ୍ତ୍ରୀ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ । ସେଠାରେ ଏକ ସମ୍ବର୍ଦ୍ଧନା ସଭାରେ କିଛି ସମୟ ଅଟକି ଲୋକସେବା ଭବନ କନଭେନସନ୍ ହଲ୍ କାର୍ଯ୍ୟକ୍ରମସ୍ଥଳକୁ ଯିବେ । ସଂଧ୍ୟା ୫ଟା ୧୫ ରେ ପ୍ରଧାନମନ୍ତ୍ରୀ ରାଜଭବନରେ ପହଞ୍ଚିବେ । ୬ଟା ୩୦ରେ ବିଜେପି ରାଜ୍ୟ କାର୍ଯ୍ୟାଳୟ ଯିବେ । ସେଠାରେ ଦୁଇ ଘଣ୍ଟା ଧରି ବୈଠକ କରିବେ । ରାଜଭବନରେ ପ୍ରଧାନମନ୍ତ୍ରୀ ରାତ୍ରିଯାପନ କରିବେ ।
ସେହିଭଳି ଶନିବାର ସକାଳ ୮ଟା ୨୫ରେ ପ୍ରଧାନମନ୍ତ୍ରୀ ଲୋକସଭା ଭବନ ଯାଇ ଡିଜିପି ସମ୍ମିଳନୀରେ ସାମିଲ ହେବେ । ରାଜଭବନରେ ରାତ୍ରିଯାପନ କରିବେ । ରବିବାର ପୁଣି ଡିଜିପି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଯୋଗଦେବେ । ସେଠି ସକାଳ ୮ଟାରୁ ଅପରାହ୍ନ ୪ଟା ୩୦ ଯାଏଁ ଉପସ୍ଥିତ ରହିବେ । ଏହାପରେ ପ୍ରଧାନମନ୍ତ୍ରୀ ଦିଲ୍ଲୀ ଫେରିଯିବେ ।

Leave A Comment

All fields marked with an asterisk (*) are required