Search for:
  • Home/
  • ରାଜ୍ୟ/
  • ଦେବାଶିଷ ପଟ୍ଟନାୟକ ଙ୍କ ଦୁଲଣାପୁର ଗ୍ରାମପଞ୍ଚାୟତରେ ମୋଟର ସାଇକେଲ ଶୋଭାଯାତ୍ରାର !

ଦେବାଶିଷ ପଟ୍ଟନାୟକ ଙ୍କ ଦୁଲଣାପୁର ଗ୍ରାମପଞ୍ଚାୟତରେ ମୋଟର ସାଇକେଲ ଶୋଭାଯାତ୍ରାର !

Spread the love

Loading

କଂଗ୍ରେସ ବିଧାୟକ ପ୍ରାର୍ଥୀ ଡଃ ଦେବାଶିଷ ପଟ୍ଟନାୟକ ଙ୍କ ଦୁଲଣାପୁର ଗ୍ରାମପଞ୍ଚାୟତରେ ମୋଟର ସାଇକେଲ ଶୋଭାଯାତ୍ରାର !

ବାଙ୍କୀ — ବାଙ୍କୀ ଡମପଡା ବ୍ଲକ ଅନ୍ତର୍ଗତ ଦୁଲଣାପୁରଗ୍ରାମ ପଞ୍ଚାୟତରେ ବାଙ୍କୀ ଡମପଡା ବ୍ଲକ କଂଗ୍ରେସ ପକ୍ଷରୁ କଂଗ୍ରେସ ପ୍ରାର୍ଥୀ ଡକ୍ଟର ଦେବାଶିଷ ପଟ୍ଟନାୟକଙ୍କୁ ଏକ ବିରାଟ ମୋଟର ସାଇକେଲ୍ ଶୋଭାଯାତ୍ରାରେ ନିଆଯାଇ ସମ୍ବର୍ଦ୍ଧନା ଦିଆଯାଇଥିଲା । ଦୁଲଣାପୁର ଗ୍ରାମ ପଞ୍ଚାୟତ ର ପୂର୍ବତନ ସରପଞ୍ଚ ତଥା କଟକ ଜିଲ୍ଲା କଂଗ୍ରେସ କମିଟିର ଉପସଭାପତି ବରିଷ୍ଟ କଂଗ୍ରେସ ନେତା କୁବେର ଚୌଧୁରୀ ଙ୍କ ନେତୃତ୍ୱରେ ଆୟୋଜିତ ଏହି ମୋଟର ସାଇକେଲ୍ ଶୋଭାଯାତ୍ରାରେ କଂଗ୍ରେସ ପ୍ରାର୍ଥୀ ଡକ୍ଟର ଦେବାଶିଷ ପଟ୍ଟନାୟକ ଦୁଲଣାପୁର ପଞ୍ଚାୟତର ଦୁଲଣାପୁର ଗ୍ରାମ ବାରବାଟି, ଅରପୁର ବିଭିନ୍ନ ୱାର୍ଡକୁ ମୋଟର ସାଇକେଲ୍ ଶୋଭାଯାତ୍ରାରେ ଯାଇ ଭୋଟ ପ୍ରଚାର କରି କଂଗ୍ରେସ ଦଳକୁ ଜିତାଇବା ପାଇଁ ଭୋଟରମାନଙ୍କୁ ଅନୁରୋଧ କରିଥିଲେ । ଏହି କାର୍ଯ୍ୟକ୍ରମରେ ଯୁବନେତା ତଥା ପ୍ରଦେଶ କଂଗ୍ରେସ କମିଟିର ପୂର୍ବତନ ସଭାପତି ଡ଼ଃ ସ୍ମୃତିରଞ୍ଜନ ଲେଙ୍କା , ତ୍ରିନାଥ ନାୟକ ସୂର୍ଯ୍ୟମଣି ନାୟକ,,ବିଜୟ କୁମାର ସାହୁ,ସମର କେଶରୀ ମହାପାତ୍ର, ଦୀପକ ସାହୁ,ସିପୁନୁ ନାୟକ,ଯୁବନେତା ଚିନ୍ମୟରଞ୍ଜନ ଚୌଧୁରୀ, ସଂକ୍ଷିପ୍ତ ନାୟକ, ନିରଞ୍ଜନ ସାହୁ ସୁଶୀଳ ସାହୁ ଙ୍କ ସମେତ ଶହ ଶହ ସଂଖ୍ୟାର ଯୁବକଂଗ୍ରେସ ଓ କଂଗ୍ରେସ କର୍ମୀମାନେ ଯୋଗଦେଇ ଡକ୍ଟର ଦେବାଶିଷ ପଟ୍ଟନାୟକଙ୍କୁ ହାତ ଚିହ୍ନରେ ଭୋଟ ଦେଇ ଜୟଯୁକ୍ତ କରାଇବାକୁ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ ।

Leave A Comment

All fields marked with an asterisk (*) are required