Search for:
  • Home/
  • ରାଜ୍ୟ/
  • ଅସୁସ୍ଥ ଥାଇ ଭଉଣୀକୁ ପଇସା ମାଗିବାବେକେ ପଇସା ନଦେବାରୁ ଭଉଣୀକୁ ଗୁଳି କଲା ଭାଇ,ଭଉଣୀ ମୃତ

ଅସୁସ୍ଥ ଥାଇ ଭଉଣୀକୁ ପଇସା ମାଗିବାବେକେ ପଇସା ନଦେବାରୁ ଭଉଣୀକୁ ଗୁଳି କଲା ଭାଇ,ଭଉଣୀ ମୃତ

Spread the love

Loading

ଅସୁସ୍ଥ ଥାଇ ଭଉଣୀକୁ ପଇସା ମାଗିବାବେକେ ପଇସା ନଦେବାରୁ ଭଉଣୀକୁ ଗୁଳି କଲା ଭାଇ,ଭଉଣୀ ମୃତ

ଭୁବନେଶ୍ୱର:କେନ୍ଦୁଝର,6/10- କେନ୍ଦୁଝର ପାଣ୍ଡପଡା ଥାନା ସୋମଗିରି ଗ୍ରାମରେ ଆଜି ଏକ ଅଭାବିନୀୟ ଘଟଣା ଘଟି ଯାଇଛି। ଅସୁସ୍ଥତା କାରଣରୁ ଭଉଣିକୁ ପଇସା ମାଗିବାବେଳେ ପଇସା ନଦେବାରୁ ଜଣେ ଭାଇ ତାଙ୍କ ଭଉଣୀକୁ ଗୁଳି କରିଦେଇଛନ୍ତି।ସେ ନିଜ ଲାଇସେନ୍ସ ପ୍ରାପ୍ତ ବଧୁକରୁ ଗୁଳି ମାରି ଥାନାରେ ଆତ୍ମସମର୍ପଣ କରିଛନ୍ତି । ଗୁଳିବିଧ ଗୁରୁତର ଭଉଣୀଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିବା ବାଟରେ ତାଙ୍କର ମୃତ୍ୟୁ ହୋଯାଇଥିବା ଖବର ମିଳିଛି । ସୋମଗିରିର ଅଭିଯୁକ୍ତ ଭାଇ ପ୍ରସନ୍ନ ବାରିକ ଏକ କମ୍ପାନୀ ରେ ଗନ ମ୍ୟାନ ଭାବେ କାର୍ଯ୍ୟ କରନ୍ତି ।କିଛିଦିନ ହେବ ପ୍ରସନ୍ନର ଦେହ ଖରାପ ଥିବାରୁ ସେ ତାଙ୍କ ଭଉଣୀ ମାଳତୀ ବାରିକ କୁ କିଛି ଟଙ୍କା ମାଗିଥିଲା । ସେ ନଦେବାରୁ ଭାଇ ପ୍ରସନ୍ନ ରାଗିଯାଇ ଭଉଣୀକୁ ନିଜ ଲାସେନ୍ସ ବନ୍ଧୁକରୁ ଗୁଳି କରିଥିଲା । ଗୁଳିଟି ତାଙ୍କର କାନ୍ଧ ତଳେ ବାଜି ଶରୀରେ ଲାଗିଥିଲା।ଫଳରେ ଭଉଣୀ ମାଳତୀ ମୃତ୍ୟୁବରଣ କରିଥିବା ସୂଚନା ମିଳିଛି ।ପଣ୍ଡା ପଡା ପୋଲିସ ଘଟଣାର ଅନୁସନ୍ଧାନ ଆରମ୍ଭ କରିଛି।ଘଟଣାଟି ଅଞ୍ଚଳବାସୀଙ୍କ ଚକିତ କରିଦେଇଛି।

Leave A Comment

All fields marked with an asterisk (*) are required